ପ୍ରଥମ ଜି.ଏମ ଭାବରେ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ କନ୍ଧମାଳ ର ଗର୍ବ ଆଉ ଗୌରବ I

Jun 15, 2025 - 20:20
0 26

ଫିରିଙ୍ଗିଆ,୧୫l୬(ଷ୍ଟାର ନିୟୁଜ ଓଡିଶା) :ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଜିଏମ ଭାବରେ ପଦୋନ୍ନତି ପାଇ କନ୍ଧମାଳ ଜିଲ୍ଲା ର ଗର୍ବ ଓ ଗୌରବ ସାଜିଛନ୍ତି ଫିରିଙ୍ଗିଆ ର ସୂର୍ଯନାରାୟଣ ପାଣିଗ୍ରାହୀ I କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେ ପିତା ବିଦ୍ୟାଧର ପାଣିଗ୍ରାହୀ ଙ୍କ ଔରସରୁ ଓ ମାତା ପ୍ରମିଳା ଦେବୀ ଙ୍କ ଗର୍ଭରୁ ଶ୍ରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ଙ୍କ ଜନ୍ମ I ପ୍ରଥମେ ଫିରିଙ୍ଗିଆ ରେ ସ୍କୁଲ ଶିକ୍ଷା ସମାପନ କରି ଉଚ୍ଚଶିକ୍ଷା ପାଇଁ ଅର୍ଥନୀତି ବିଭାଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପନ କରି ଅଧ୍ୟାପକ ଭାବରେ ଚାକିରୀ ଜୀବନ ଆରମ୍ଭ କରିଥିଲେ ସୂର୍ଯ୍ୟନାରାୟଣ I ଦୀର୍ଘ ଛଅ ବର୍ଷ ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟ ରେ ଅଧକ୍ଷ ଭାବରେ କାର୍ଯ୍ୟ କରିଥିବା ସୂର୍ଯ୍ୟନାରାୟଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପିଓ ଭାବରେ ଚାକିରୀ କରିଥିଲେ I ଆଜି ମାୟା ନଗରୀ ମୁମ୍ବାଇରେ ସୁଯ୍ୟନାରାୟଣ ପାଣିଗ୍ରାହୀ ଜେନେରାଲ ମେନେଜର ଭାବରେ କାର୍ଯ୍ୟରତ ଯାହାକି ଅଞ୍ଚଳ ପାଇଁ ଉଦାହରଣ ଅଟେ I କନ୍ଧମାଳ ଜିଲ୍ଲାର ସେ ପ୍ରଥମ ଜିଏମ ହୋଇଥିବା ବେଳେ କିଛିଦିନ ହେବ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଙ୍କୁ ଏହି ପଦବୀ ମିଳିଥିବାରୁ ଅଂଚଳବାସୀ ଓ ସାଙ୍ଗ ସାଥି ଶୁଭେଚ୍ଛା ଜଣାଇଛନ୍ତି । ସେ ଜଣେ ମେଳାପୀ, ସମାଜ ସେବୀ ଓ ପରୋପକାରୀ I ଚାକିରୀ ଜୀବନ ରେ ସେ କନ୍ଧମାଳ ଜିଲ୍ଲାରେ କିଭଳି ଭାବରେ ଶିକ୍ଷା ର ଅଭିବୃଦ୍ଧି ହୋଇପାରିବ ସେନେଇ ସେ ଚେଷ୍ଟା ଜାରିରଖିଥିବା ବେଳେ ସେ ନିଜ ଦରମାରୁ ଜିଲ୍ଲାର ତିନୋଟି କଲେଜକୁ ତାଙ୍କ ତରଫରୁ ପ୍ରାୟ ଚାଳିଶଟି କମ୍ପୁଟର ପ୍ରଦାନ କରିଛନ୍ତି I କନ୍ଧମାଳ ର ଯୁବପିଢ଼ି କିପରି ସ୍ବାବଲମ୍ବୀ ହେବେ ସେନେଇ ମଧ୍ୟ୍ୟ ସେ ଚେଷ୍ଟା ଜରି ରଖିଛନ୍ତି I ଅନ୍ୟପଟେ ସୂର୍ଯ୍ୟନାରାୟଣ ଓଡିଶା କୁ ଯେବେ ଆସନ୍ତି ବିଭିନ୍ନ କଲେଜକୁ ଯାଇ କ୍ୟାରିଅର କାଉନସିଲିଂ କରି କନ୍ଧମାଳ ପିଲାମାନେ କିପରି ଆଗକୁ ବଢିବେ ସଚେତନ କରିଥାନ୍ତି, ମୁମ୍ବାଇରେ ଜିଲ୍ଲାର ପ୍ରଥମ ଜିଏମ ଭାବରେ ଦାୟିତ୍ୱ ଗ୍ରହଣ କରି ସେ କନ୍ଧମାକ ଜିଲ୍ଲାର ଗୌରବ ସାଜିଥିବା ବେଳେ ଏହି ପଦ ପାଇବା ପରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ସହ ଜିଲ୍ଲାର ବହୁ ଜ୍ଞାନୀ ଗୁଣି ବ୍ୟକ୍ତି, ସ୍କୁଲ କଲେଜ ର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସମ୍ବାଦିକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User