ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

କେସିଙ୍ଗା ୧୪/୦୬(ଷ୍ଟାର ନିଉଜ ଓଡିଶା)-ଆଜି ହେଉଛି ବିଶ୍ୱ ରକ୍ତଦାତା ଦିବସ । ଦାନ ଓ ପୁଣ୍ୟ ଅର୍ଜନ ଭାବନାରୁ କାହିଁ କେତେ ଊର୍ଦ୍ଧ୍ବରେ ରକ୍ତଦାନ ରହିଛି । ମାନବିକତାର ସର୍ବଶ୍ରେଷ୍ଠ ସ୍ୱାକ୍ଷର, ସଭ୍ୟତାର ସ୍ୱର୍ଣ୍ଣିମ ପରିଚାୟକ ଦେଇଥାଏ ରକ୍ତଦାନର ଏହି ଦିବ୍ୟଭାବନା । ରକ୍ତଦାନ କରିବା ଦ୍ୱାରା କାହାକୁ ନୂଆ ଜୀବନ ମିଳିଥାଏ । ଚିକିତ୍ସା ସେବାରେ ରକ୍ତଦାନର ମହତ୍ତ୍ୱ, ମହନୀୟତା ଓ ମାନବିକତାର ଆବେଦନର ପ୍ରତିଷ୍ଠା ହୋଇଛି।
ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ଲୋକଙ୍କୁ ରକ୍ତ ଦାନ କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା। ରକ୍ତ ଦାନ କରିବା ଦ୍ୱାରା ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସଫଳ ହୋଇପାରିଛି । ବିଶ୍ୱରେ ଆବଶ୍ୟକତା ତୁଳନାରେ ଉପଲବ୍ଧ ହେଉଥିବା ରକ୍ତର ପରିମାଣ ଯଥେଷ୍ଟ କମ୍ ରହିଛି । ଏହି କାରଣରୁ ଅନେକ ଲୋକଙ୍କ ଅକାଳରେ ମୃତ୍ୟୁ ହେଉଛି। ଯାହାଫଳରେ ଅନେକ ଲୋକଙ୍କ ସୁନାର ସଂସାର ଉଜୁଡିଯାଉଛି । ହେଲେ, ଯଦି ଲୋକମାନେ ସ୍ୱଇଚ୍ଛାରେ ରକ୍ତ ଦାନ କରିବାକୁ ଆଗେଇ ଆସନ୍ତି ତାହାହେଲେ ଅନେକ ଅମୂଲ୍ୟ ଜୀବନ ବଞ୍ଚେଇବା ସମ୍ଭବ ହୋଇପାରିବ।
ଏହି ଅବସରରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ସଭା ଗୃହରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଡା. ରଞ୍ଜନ ମିତ୍ର(ଏମଏସ) ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଡ. ବିବେନ୍ଦୁ ବଲା ବ୍ଲଡ଼ ବ୍ୟାଙ୍କ ଅଫିସର କଳାହାଣ୍ଡି, ଶ୍ରୀ ଧର୍ମେନ୍ଦ୍ର ତାଣ୍ଡି (DPHCO ) ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ। ସେହିଭଳି ଜିଲ୍ଲାର ବିଭିନ୍ନ ସ୍ବେଷଛାସେବୀ ଅନୁଷ୍ଠାନ ର କର୍ମକର୍ତା ଓ ରକ୍ତଦାତା, ଆମନ୍ତ୍ରିତ ମାନ୍ୟଗଣ ବ୍ୟକ୍ତି ସମୂହ ଉପସ୍ଥିତ ରହିଥିଲେ। ମଂଚାସୀନ ଅତିଥିମାନେ କଳାହାଣ୍ଡି ରକ୍ତ ଭଣ୍ଡାରରେ ରକ୍ତ ଅଭାବ ବିଷୟରେ ଅଲକୋକାପାତ କରିଥିଲେ। ଜିଲ୍ଲାକୁ ସର୍ବମୋଟ ୧୨୦୦୦ ୟୁନିଟ ରକ୍ତ ଆବଶ୍ୟକ କରୁଥିବାବେଳେ, ସଂଗୃହିତ ହେଉଛି କେବଳ ୫୦୦୦ ୟୁନିଟ। ଏଭଳି ପରିସ୍ଥିତି ରେ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ରକ୍ତଦାନ ଶିବିର ମାନ କରି ଲୋକଙ୍କୁ ରକ୍ତଦାନ କରିବାପାଇଁ ବିନମ୍ର ଅନୁରୋଧ କରାଯାଇଥିଲା। ଗ୍ରାମ କଲ୍ୟାଣ ସମିତି ପକ୍ଷରୁ ପଂଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଲୋକମାନେ କେମିତି ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରିବେ, ସେ ନେଇ ବିଶେଷ ଆଲୋଚନା କରାଯାଇ ଜିଲ୍ଲାପାଳ, ଜିଲ୍ଲାପରିଷଦ, ବିଡ଼ିଓ ଙ୍କ ସମ୍ମୁଖରେ ଦୃଷ୍ଟି ଆକର୍ଷଣ କରି, ରକ୍ତଦାନ କରିବା କ୍ଷେତ୍ରରେ ସାହାଯ୍ୟ ନେବାକୁ ପଡିବ ବୋଲି ସ୍ତ୍ରୀରୀକୃତ କରାଯାଇଥିଲା।ଏହି ଅବସରରେ ରକ୍ତଦାନ କରିଥିବା ବିଭିନ୍ନ ଅନୁଷ୍ଠାନ ଓ ରକ୍ତଦାତା ବ୍ୟକ୍ତି ବିଶେଷଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଅନୁଷ୍ଠାନ ଗୁଡିକ ହେଲେ, ବେଦାନ୍ତ ଲାଞ୍ଜିଗଡ, ସମ୍ବାଦ (ଆମ ଓଡିଶା), ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ, ମାଁ ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ଭବାନୀପାଟଣା,ଶ୍ରୀ ସତ୍ୟ ସାଇ ସେବା ସମିତି ଭବାନୀପାଟଣା, ସରକାରୀ ମହିଳା ବିଦ୍ୟାଳୟ ଭବାନୀପାଟଣା, ସରକାରୀ ଇଞ୍ଜିନିଅରିଙ୍ଗ କଲେଜ ଭବାନୀପାଟଣା, ସୋସିଆଲ ୱେଲଫେୟାର ଅର୍ଗନାଇଜେସନ, ସୋସିଆଲ ଆକ୍ଟିବିଷ୍ଟ ଅଫ କଳାହାଣ୍ଡି, HDFC ବ୍ୟାଙ୍କ, ସ୍ୱାଗତ ଆଟିଆଇ, Govt. OUAT ଭବାନୀପାଟଣା, ମାରୱାଡି ୟୁଵା ମଞ୍ଚ କେସିଙ୍ଗା, ମାରୱାଡି ଯୁବା ମଞ୍ଚ ଭବାନୀପାଟଣା, ତେରାପଂଥ ଯୁବକ ପରିଷଦ ଉତ୍କେଲା, ଡ୍ରାଇଭର ମହାସଂଘ ଭବାନୀପାଟଣା, ପ୍ରଗତି କଲେଜ ଭବାନୀପାଟଣା, ବିକାଶ ନର୍ସିଙ୍ଗ କଲେଜ ଭବାନୀପାଟଣା, ବାଲୁଙ୍କେଶ୍ୱର ମନ୍ଦିର କମିଟି ଭବାନୀପାଟଣା, ଜୀବନ ବିନ୍ଦୁ (ଓଡିଶା ମୋ ପରିବାର), ବିଜେପି କଳାହାଣ୍ଡି, କଳାହାଣ୍ଡି ୟୁଥ କଂଗ୍ରେସ ଭବାନୀପାଟଣା, JIC କେସିଙ୍ଗା, ତେରାପଂଥ ଯୁବକ ପରିଷଦ କେସିଙ୍ଗା.ରକ୍ତଦାତା ବ୍ୟକ୍ତି ବିଶେଷ ହେଲେ, ଆଶିଷ ମହାନ୍ତି, ପ୍ରଦୀପ ଡି. ମାଝୀ, ରାଜେଶ ଗୌଡ଼, ପ୍ରବୀଣ ମହାନ୍ତି, ପ୍ରବୀଣ ଅଗ୍ରୱାଲ, ଡ଼. ଅନୁଜା ପାଣ୍ଡେ, ଶ୍ରୀମତୀ ଝରଣା ସାହୁ, ବିଶେଶ୍ୱର ସାହୁ, ମନିଷ ସାହୁ, ଯେଯୋ ଜନ, ଯୋଗେଶ ଅଗ୍ରୱାଲ, ସଚ୍ଚିଦାନନ୍ଦ ମହାକୁଡ଼, ଅମନ ଅଗ୍ରୱାଲ, ସୁନୀଲ ଶତପଥୀ, ଆଲୋକ ସାହୁ, ମୁକେଶ ଅଗ୍ରୱାଲ, ବିଭୁତି ଅଗ୍ରୱାଲ, ସୁମିତ ଅଗ୍ରୱାଲ, ସୌରଭ ଅଗ୍ରୱାଲ, ରଂଜିତ ସିଂ, ବିଶ୍ୱ ରଞ୍ଜନ ମିଶ୍ର, ଶିବେନ୍ଦ୍ର ଅଗ୍ରୱାଲ, ବିଘ୍ନ ପଣ୍ଡା, ପ୍ରଶାନ୍ତ ପ୍ରଧାନ, ସ୍ୱସ୍ତିଦୀପ ଆଦିତ୍ୟ, ସୁମନ ମହାକୁଡ଼, କିସାନ ଶର୍ମା ପ୍ରମୁଖ। ଶ୍ରୀ ଆଲୋକ କୁମାର ସାହୁ ଅତି ଚମତ୍କାର ଶୈଳୀରେ ମଞ୍ଚ ପରିଚାଳନା କରିଥିଲେ ଯାହାକି ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେଇପାରିଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ
What's Your Reaction?






