ଠେଙ୍ଗାରେ ପିଟି ସବୁ ସୁନା ଗହଣା ଲୁଟି ନେଇଯିବା ଘଟଣାକୁ ବିତିଯାଇଛି 17 ଦିନ, ଏଯାଏ ପୋଲିସ ହାତ ଖାଲି ।

ରାଇଘର ,୧l୭( ଷ୍ଟାର ନିୟୁଜ ଓଡିଶା ): ବନ୍ଧୁକ ଦେଖାଇଲେ, ଗୁଳି ଫୁଟାଇଲେ ଏବଂ ଠେଙ୍ଗାରେ ଆକ୍ରମଣ କରି ସବୁ ସୁନା ରୁପା ଲୁଟି ନେଲେ ମୁଖା ପିନ୍ଧା ଦୁର୍ବୁତ୍ତ | ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହାକୁମା କଦଭାଟାରେ ରହୁଥିବା ସୁନା ବ୍ୟବସାୟୀ ରାମ ଡାକୁଆ ରାଇଘର ମେଡିକାଲ ଛକରେ ଏକ ସୁନା ଦୋକାନ କରିଥିଲେ |ସନ୍ଧ୍ୟାରେ ଦୋକାନ ବନ୍ଦ କରି ଦୋକାନରେ ଥିବା ସୁନା ରୁପାକୁ ଧରି ନିଜ ସ୍ତ୍ରୀ ସହ ଘରକୁ ଫେରୁଥିବା ବେଳେ କିଛି ମୁଖା ପିନ୍ଧା ଦୁର୍ବୁର୍ତ୍ତ ରାମ ଡାକୁଆଙ୍କୁ ବନ୍ଧୁକ ଦେଖାଇ ଗୁଳି କରିଥିଲେ ଏବଂ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଠେଙ୍ଗାରେ ମାଡ଼ ମାରି ସୁନା ରୁପା ଲୁଟି ନେଇଯାଇଥିଲେ |ଏହି ଘଟଣାକୁ ନେଇ ରାମ ଡାକୁଆ ରାଇଘର ଥାନାରେ ଲିଖିତ ଅଭିଯୋଗ କରିବାପରେ ଆଜିକୁ 17 ଦିନ ବିତିଗଲା |କିନ୍ତୁ ଆଜିଯାଏ ଦୁର୍ବୁତ୍ତ ଧରା ପଡିନଥିବାରୁ ରାମ ଡାକୁଆ ଙ୍କ ସହ ସାହିବାସିନ୍ଦା ରାଇଘର ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ମିଶି ଯଥାଶୀଘ୍ର ଦୋଷୀଙ୍କୁ ଧରି କଠୋର ଦଣ୍ଡଦେବାକୁ କହିଛନ୍ତି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






