ଭଜନ ସନ୍ଧ୍ୟାର ଚତୁର୍ଥୀ ରଜନୀରେ ପୂର୍ବତନ ସାଂସଦଙ୍କ ଯୋଗଦାନ ।
ଚନ୍ଦାହାଣ୍ଡି,୧l୭ (ଷ୍ଟାର ନିୟୁଜ ଓଡିଶା ): ରଥଯାତ୍ରାର ତୃତୀୟ ଦିନର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ନବରଙ୍ଗପୁର ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଲିଛି |ଓଡିଶାର କୋଣେ ଅନୁକୋଣେ ଚଳିତ ମାସ 27ତାରିଖ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡାମୁଣ୍ଡା ଗ୍ରାମରେ ମଧ୍ୟ ପ୍ରତିବର୍ଷ ଭଳି ବେସ ହର୍ଷ ଉଲ୍ଲାସର ସହ ମହାପ୍ରଭୁଙ୍କ ରଥ ଟଣାଯାଇଛି |ତିନି ଠାକୁରଙ୍କୁ ମାଉସୀ ମା ମନ୍ଦିରରେ ରଖି ପୂଜାର୍ଚନା କରାଯାଉଛି |ପ୍ରଭୁ ନଅଦିନ ଧରି ମାଉସୀ ମା ମନ୍ଦିରରେ ରହିବା ପରେ ବାହୁଡା଼ଯାତ୍ରା ଦିନ ଶ୍ରୀମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ |ଏହି ନଅଦିନ ଧରି ମାଉସୀ ମା ମନ୍ଦିରରେ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜାର୍ଚନା ହୋଇଥାଏ |ଏହି କ୍ରମରେ ଦଣ୍ଡାମୁଣ୍ଡା ସ୍ଥିତ ମାଉସୀ ମା ମନ୍ଦିରରେ ପ୍ରତିବର୍ଷ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ |ଭକ୍ତଗଣ ଗିନି, ତାଳ, ମୃଦଙ୍ଗ ଓ ଅନ୍ୟାନ୍ୟ ବାଦ୍ୟ ସାମଗ୍ରୀ ଧରି ପ୍ରଭୁ ଜଗନ୍ନାଥଙ୍କ ଭଜନ କୀର୍ତନ କରିଥାନ୍ତି |ଚଳିତ ବର୍ଷ ମଧ୍ୟ ଦଣ୍ଡାମୁଣ୍ଡା ସ୍ଥିତ ମାଉସୀ ମନ୍ଦିରରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଚତୁର୍ଥ ସନ୍ଧ୍ୟାରେ ପୂର୍ବତନ ସାଂସଦ ରମେଶ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଭୁଙ୍କ ନାମ ସଂକୀର୍ତନ କରିଥିବା ଦେଖିବାକୁ ମିଲିଛି |ଅନ୍ୟ ମାନଙ୍କ ମଧ୍ୟରେ ଦୂଳବ ପୁଝାରୀ,ସରପଞ୍ଚକୈବଲ୍ୟ ନାୟକ,ତ୍ରିନାଥ ନାୟକ,ଲୋକନାଥ ପାତ୍ର,ଜଗନ୍ନାଥ ଡଙ୍ଗରି,ଟୀକମ୍ ନାୟକ,ନୀଳାମ୍ବର ନାୟକ,ଶୋଭା ଖର୍ସେଲ,ସଦ୍ମନ ଗଣ୍ଡା ଭୁବନେ ବେମାଲ,ବିରଞ୍ଚି ନାୟକ, ଜୟରାମ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଭୁଙ୍କ ନାମ ସଂକୀର୍ତନ କରିଥିବା ଦେଖିବାକୁ ମିଲିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?
Like
3
Dislike
0
Love
1
Funny
0
Wow
0
Sad
0
Angry
0
Comments (0)