ଭିଜୁଛି ମଣ୍ଡିରେ ଧାନ,ସରିଲା ଟୋକନ ଅବଧି। ଏବେ ବି ପଡିରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ ।

Jul 01, 2025 - 05:55
0 33
ଭିଜୁଛି ମଣ୍ଡିରେ ଧାନ,ସରିଲା ଟୋକନ ଅବଧି। ଏବେ ବି ପଡିରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ ।

କଳାହାଣ୍ଡି ଜିଲ୍ଲା ୩୦/୦୬(ଷ୍ଟାରନିୟୁଜ ଓଡିଶା )ଆଜି ସରୁଛି ଧାନ କିଣା ଅବଧି। ଦ୍ୱନ୍ଦ ରେ ଚାଷୀ, ଭେଣ୍ଡର କଲେ ପରେ ମଧ୍ୟ କିଣା ହେବ ଧାନ । ହେଲେ ଖୋଲା ମଣ୍ଡିରେ ଚାଷୀ ଙ୍କ 70% ପ୍ରତିଶତ ଧାନ ଉଠାଇବାକୁ ନିଷ୍ପତ୍ତି ନେଇଛି ପେକ୍ସ ,ଚିନ୍ତା ବଢିଲା ଚାଷୀ ଙ୍କ।
କଳାହାଣ୍ଡି ଜିଲ୍ଲା ରେ ଏବେ ମଧ୍ୟ ପଡ଼ିରହିଛି ,୧ଳକ୍ଷ କ୍ଵିଣ୍ଟାଲ ରୁ ଅଧିକ ଧାନ। ଲଗାଣ ବର୍ଷା ଯୋଗୁଁ ଉଠି ପାରୁନାହିଁ ଧାନ । ଖୋଲା ମଣ୍ଡି ମାନଙ୍କରେ ଭିଜୁଛି। ହେଲେ ଭବାନୀପାଟଣା ବ୍ଳକ ଦାଦପୁ୍ର ,ମଣ୍ଡିରେ ପାଖାପାଖି, ୬୦୦୦ କ୍ଵିଣ୍ଟାଲ ଧାନ କିଣା ହୋଇନାହିଁ। ଶାନ୍ତପୁର, ସେଁପୁର ଭଳି ମଣ୍ଡିରେ ମଧ୍ୟ ପଡ଼ିରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ। ଜୁନାଗଡ଼, କଲମପୁର, ଧର୍ମଗଡ ,ଗୋଲାମୁଣ୍ଡା, ଜୟପାଟଣା ମଣ୍ଡିରେ ଏବେ ମଧ୍ୟ ପଡ଼ିରହିଛି ଧାନ ।ଧାନ ଉଠାଣ ସମୟରେ ପ୍ରତ୍ୟକ ଚାଷୀ ଙ୍କ ୭୦ ପ୍ରତିଶତ ଧାନ ଉଠାଇବାକୁ ପେକ୍ସ କହିଛି, ଆଉ ୩୦ ପ୍ରତିଶତ ଧାନ ଫେରାଇ ନେବା କୁ କୁହାଯାଉଅଛି।
ଲଗାଣ ବର୍ଷାରେ ଓଦା ହେଉଛି ।ସ
ଟୋକନ ତାରିଖରେ ଧାନ ଉଠୁନାହିଁ, ସଲାସୁତୁରା ହୋଇ ଧାନ ଉଠୁଛି  । ତେଣୁ ଏବେ ମଧ୍ୟ ଧାନ ଉଠିବ କି ନାହିଁ, lତାହା ଚାଷୀ ଙ୍କ ଚିନ୍ତା ବଢୁଛି । ଧାନ ନ ଉଠିଲେ ଦଲାଲ ହାତରେ ପରିଶ୍ରମ ର ଉପାର୍ଜନ କୁ ଟେକିଦେବେ ଚାଷୀ କଳାହାଣ୍ଡି ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User