ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ପୁଅର ବାଜିମାତ।

Aug 25, 2025 - 20:36
 0  21
ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ପୁଅର ବାଜିମାତ।

ନବରଙ୍ଗପୁର,୨୫l୮(ଷ୍ଟାର ନିୟୁଜ ଓଡିଶା ): ଭିଏତନାମ ଠାରେ  ସଦ୍ୟ ସମାପ୍ତ ହୋଇଥିବା ମୋଡଲିଂ ପ୍ରତିଯୋଗିତା ରେ ଓଡ଼ିଶାର ତାହିଦ ହାସନ ଖାନ ଅନେକ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶାକୁ ସାରା ବିଶ୍ବ ଦରବାରରେ ପରିଚିତ କରିପାରିଛନ୍ତି ! ସେ ୟୁନିଟ୍ - ୮ ଡି ଏ ଭି ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ! ସୂଚନା ଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ୫୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ! ତାହିଦ, ବିଜେତା ହେବା ସହିତ "ସୁପର ଟେଲେଣ୍ଟ" ସବ୍ ଟାଇଟଲ ମଧ୍ୟ ପାଇଛନ୍ତି ! ଉକ୍ତ ପ୍ରତିଯୋଗିତା ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏଥିରେ ନେସନ୍ନାଲ କଷ୍ଟ୍ୟୁମ୍ ରାଉଣ୍ଡ , ଟାଲେଣ୍ଟ ରାଉଣ୍ଡ ଏବଂ କଷ୍ଟ୍ୟୁମ୍ ରାଉଣ୍ଡ ପ୍ରଭୃତିରେ ତାଗିଦ୍,ଉତ୍କୃଷ୍ଟ ଧରଣର ପ୍ରଦର୍ଶନ କରି ବିଚାରକ ମଣ୍ଡଳୀଙ୍କ ମନ ଜିଣିଥିଲେ ! ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ର ବିଜେତା ଅୟନା ରାଉତରାୟ ଆୟନ କୁ ପ୍ରଶିକ୍ଷଣ ଦେଇଥିବା ବେଳେ ଗୁରୁ ବିଦୁ ସେଠୀ ତାଙ୍କର ନୃତ୍ୟ ର ତାଲିମ ଦେଇଥିଲେ ! ମିଷ୍ଟର ଏଵଂ ମିସ ଟିନ ସୁପର ଗ୍ଲୋବ ଓ ଜୁନିଅର ମଡେଲ ଇଣ୍ଟରନେସନାଲ ର ଷ୍ଟେଟ ଡାଇରେକ୍ଟର ଜ୍ୟୋତିର୍ମୟୀ ମହାପାତ୍ର ଙ୍କ ତତ୍ତ୍ୱାବଧାନରେ ତାହିଦ ଓଡ଼ିଶାକୁ ଗୌରବନିତ୍ କରିପାରିଛନ୍ତି ! ସାଇକୃପା କଳା କେନ୍ଦ୍ରରେ ତାକୁ ପ୍ରଶିକ୍ଷଣ ଦିଆଯାଇଥିଲା ! ନବରଙ୍ଗପୁର ଜିଲ୍ଲାର ଜଣେ ପିଲା ର ଏହି ସଫଳତା ର ଖବର ପ୍ରସାରିତ ହେବା ପରେ ଜିଲ୍ଲାର ଅନେକ ବରିଷ୍ଠ କଳାକାର ସମେତ ଜିଲ୍ଲାବାସୀ ପ୍ରତିଯୋଗୀ ତାହିଡ ହାସନ୍ ଖାଁ, ପିତା ତାରିଖ ହସନ ଖାନ ଏବଂ ମାତା ଆସମା ବାନୋଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ! ସୂଚନା ଯୋଗ୍ୟ ଯେ ତାହିଦ୍ ହାସନ ପୂର୍ବତନ ସ୍ବର୍ଗତ ବିଧାୟକ ତଥା ରାଜ୍ୟ ସରକାର ର ତତ୍କାଳୀନ ମନ୍ତ୍ରୀ ଜନାବ୍ ହବିବୁଲ୍ଲା ଖାଁ ଙ୍କ ନାତି ଅଟେ !

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow