ନବରଙ୍ଗପୁର ଜିଲ୍ଲା ଜର୍ଣ୍ଣାଲିଷ୍ଟ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅନୁଦାନ ରାଶି ପ୍ରଦାନ ।

ନବରଙ୍ଗପୁର,୨୫l୮ (ଷ୍ଟାର ନିୟୁଜ ଓଡିଶା): ଚଳିତ ମାସ 19ତାରିଖରେ ନବରଙ୍ଗପୁର ଜିଲ୍ଲାର ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘର (ଓ଼, ୟୁ, ଡବଳୁ, ଜେ,)ଜଣେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବି ହରିହର ଶତପଥୀଙ୍କ ଧର୍ମପତ୍ନୀ ଶ୍ରୀମତୀ କୁନ୍ତଳ କୁମାରୀ (53)ଙ୍କ ସ୍ୱର୍ଗବାସ ହୋଇଥିଲା |ଏହି ଦୁଖଦଃ ଖବର ଶୁଣି ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ନବରଙ୍ଗପୁର ଗଭୀର ଦୁଃଖ ପ୍ରକାଶ କରିବା ସହିତ ସ୍ୱର୍ଗବାସୀ କୁନ୍ତଳ କୁମାରୀଙ୍କ ଅମର ଆତ୍ମାର ସଦଗତି ପାଇଁ ସମସ୍ତେ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିଥିଲେ |କିଛିଦିନ ଉତ୍ତାରେ ସଙ୍ଘର କିଛି କର୍ମକର୍ତ୍ତା ଶତପଥୀଙ୍କ ବାସ ଭବନରେ ପହଂଚି ତାଙ୍କୁ ସମବେଦନା ଜଣେଇବା ସହିତ ତାଙ୍କୁ ସାନ୍ତ୍ୱନା ଦେଇଥିଲେ |ତତ ସହିତ ନବରଙ୍ଗପୁର ଜିଲ୍ଲା ଜର୍ଣ୍ଣାଲିଷ୍ଟ ୱେଲଫେୟାର ଟ୍ରଷ୍ଟ ଫାଣ୍ଠିରୁ ଶୁଦ୍ଧିକ୍ରିୟା ନିମନ୍ତେ 5000(ପାଞ୍ଚ ହଜାର ଟଙ୍କା )ପ୍ରଦାନ କରାଯାଇଥିଲା |ପ୍ରକାଶ ଥାଉ କି, ଏହି ଟ୍ରଷ୍ଟ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମଧ୍ୟରୁ କୌଣସି ସଦସ୍ୟର ଯଦି କୌଣସି ବି ଅଘଟଣ ଘଟେ, ତେବେ ସାହାଯ୍ୟର ହାତ ବାଡେଇବା ସହିତ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟ କରିବା ପାଇଁ ସଂଗଠନ ପ୍ରତିଶ୍ରୁତିବଦ୍ଧ ବୋଲି ସଂଘର ସଭାପତି ଶ୍ରୀ ଶେଖର ଖୁରା,ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ ପରିପ୍ରକାଶ କରିଛନ୍ତି |ଏହି ଅନୁଦାନ ରାଶି ପ୍ରଦାନ ସମୟରେ ଓ଼, ୟୁ, ଡବଳୁ, ଜେ, ୟୁନିଟ ର ସାମ୍ବାଦିକ ବନ୍ଧୁ ଶ୍ରୀ ଲଷ୍ମୀଚନ୍ଦ୍ର ଟାକ୍ରୀ, ରଞ୍ଜିତ ନାୟକ, ନରସିଙ୍ଗ ବାଘ, ତପନ ଦାସ, ସବ୍ୟସାଚି ଭରତିଆ, ରସିକ ସରକାର, କେନାରାମ ବିଶ୍ୱାସ, ମନୋଜ କୁମାର ବାଘ, ଶ୍ରୀନିବାସ ରାଓ, ସୁଦାମ ମିଶ୍ର
ପ୍ରମୁଖ ଉପସ୍ଥିତ ରହିଥିଲେ |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?






