ନାବାଳିକା କୁ ଦୁଷ୍କର୍ମ ମାମଲାରେ ଯୁବକଙ୍କୁ କୋଡିଏ ବର୍ଷ ସଜା ଶୁଣାଇଲେ ମାନ୍ୟବର ଅଦାଲତ I

Aug 25, 2025 - 17:35
0 282
ନାବାଳିକା କୁ ଦୁଷ୍କର୍ମ ମାମଲାରେ ଯୁବକଙ୍କୁ କୋଡିଏ ବର୍ଷ ସଜା ଶୁଣାଇଲେ ମାନ୍ୟବର ଅଦାଲତ I

ଫିରିଙ୍ଗିଆ,୨୫l୮(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟଟ୍ରାକ ପୋସ୍କୋ କୋର୍ଟ ର ବିଚାର ପତି ଶ୍ରୀ କୈଳାସ ଚନ୍ଦ୍ର ସ୍ୱାଇଁ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନାରେ ହୋଇଥିବା ଜଣେ ୧୬ ବର୍ଷର ନାବାଳିକା କୁ ଦୁଷ୍କର୍ମ ମାମଲା ର ପନ୍ଦର ଜଣ ସାକ୍ଷୀ ଙ୍କ ବୟାନ ଓ ନାବାଳିକା ର ଡାକ୍ତରୀ ମଇନା ରିପୋର୍ଟ ଆଧାର ରେ ବିଚାର କରି ଅଭିଯୁକ୍ତ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହ ପଚିଶ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି I ଜରିମାନା ଅନାଦେୟ ଆଉ ଅଧିକ ଦୁଇ ବର୍ଷ ଛଅମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟେ ରେ ଉଲ୍ଲେଖ କରିଛନ୍ତି I ତେବେ ଅଭୁଯୁକ୍ତ ଜଣକ ଫିରିଙ୍ଗିଆ ଥାନା ପାଙ୍ଗା ଉପରସାହି ପଞ୍ଚାୟତ ବାଡାଯୋଡି ଗାଁ ର ଜୁଡୁଙ୍ଗା ଦିଗାଲ ଙ୍କ ପୁଅ ସଞ୍ଜିବ ଦିଗାଲ ବୋଲି ଜଣାପଡିଛି I ଅନ୍ୟପଟେ ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ସ୍ୱତନ୍ତ୍ର ପିପି ସ୍ୱତନ୍ତ୍ର ପିପି ବନମାଳୀ ବେହେରା ଏହି ମାମଲା ର ପରିଚଳନା କରୁଥିବା ବେଳେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଏଇ ଦିପକ ରାଉତ ଏହି ମାମଲା ର ତଦନ୍ତ ଦାୟିତ୍ୱ ନେଇଥିଲେ I ତେବେ ସୁଚନା ଅନୁସାରେ ପିଡୀତା ଦଶମ ଶ୍ରେଣୀ ପରୀକ୍ଷା ଦେଇ ଘରେ ରହୁଥିବା ଖବର ପାଇ ପୀଡିତା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ୧୨.୦୨.୨୦୨୨ ତାରିଖ ଅଭିଯୁକ୍ତ ଘର ଭିତରେ ପଶି ପ୍ରଲୋଭନ ଦେଖାଇ ବା ସହ ଧମକ ଚମକ ଦେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଏବଂ ଏ କଥା ବାପା ମାଆ କିମ୍ବା କାହାରିକୁ କହିଲେ ଜୀବନ ରେ ମାରିଦେବି କହି ଧମକ ଦେଇ ଚାଲିଯାଇ ଥିଲା I ପିଡୀତା ଗର୍ଭ ଧାରଣ କରିବାରୁ ମେଡ଼ିସିନ୍ ଖୁଆଇ ଗର୍ଭ ନଷ୍ଟ କରାଇଥିଲା I କିଛି ଦିନ ପରେ ଅଭିଯୁକ୍ତ ଧମକ ତଥା ବିବାହ ର ପ୍ରଲୋଭନ ଦେଖାଇ ଅନେକ ଥର ଦୁଷ୍କର୍ମ କରିବାରୁ ପିଡୀତା ପୁନର୍ବାର ଗର୍ଭ ଧାରଣ କରିଥିଲା ଏବଂ ଘର ଲୋକ ଙ୍କୁ ତଥା ଗାଁ ଲୋକ ଙ୍କୁ ଜଣାଇବାରୁ ଗ୍ରାମ କମିଟି ରେ ବିବାହ କରିବାକୁ ନିଷ୍ପତ୍ତି ହୋଇଥିଲା I ଏହାର କିଛିଦିନ ପରେ ଗର୍ଭସ୍ଥ ଛୁଆ ଭଲ ରେ ରହିବ ବୋଲି ମେଡ଼ିସିନ୍ ଦେବାରୁ ୨୮.୦୨.୨୦୨୪ ରିଖ ରେ ଗର୍ଭ ଯନ୍ତ୍ରଣା ଯୋଗୁଁ ମେଡିକାଲ୍ ରେ ଭର୍ତ୍ତି କରି ବାରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ଏବଂ ୧୫.୦୩.୨୦୨୪ ତାରିଖରେ ଅଭିଯୁକ୍ତ ନିଜ ଘରକୁ ପିଡୀତା ଏବଂ ନବଜାତ ଶିଶୁ ନେଇଥିଲା I ତେବେ ୨୨.୦୩.୨୦୨୪ ତାରିଖ ଛୁଆ କୁ ଖିର ଖୁଆଇ ପୀଡିତା ଗାଧେଇବାକୁ ଯାଇଥିଲା ଏବଂ ଫେରି ଦେଖିଲା ବେଳକୁ ଛୁଆ ମରିପଡିଥିଲା। ତାର କିଛି ଦିନ ପରେ ଗାଳିମନ୍ଦ ଏବଂ ମାଡ଼ ମାରି ପୀଡିତା କୁ ଅଭିଯୁକ୍ତ ଜଣକ ତାଙ୍କ ଘରୁ ତଡ଼ି ଦେଇଥିଲା I ପିଡୀତା ର ପିତା ଫିରିଙ୍ଗିଆ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଏସ୍ଆଇ ଦୀପକ ରାଉତ ଙ୍କୁ ତଦନ୍ତ କରିବାକୁ ଥାନାଧିକାରୀ ଗୋପୀନାଥ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ I ପରେ ଫିରିଙ୍ଗିଆ ଥାନା ରେ ୧୮୫/୨୦୨୪ ରେ ଏକ ମାମଲା କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା I ତେବେ ସୋମବାର ବିଚାରପତି ମହାଶୟ ଉକ୍ତ ରାୟ ପ୍ରକାଶ କରିଛନ୍ତି I ଅନ୍ୟପଟେ ପିଡୀତା ଙ୍କୁ କ୍ଷତି ପୂରଣ ବାବଦକୁ ପାଞ୍ଚ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡ୍ ଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User