ପଶ୍ଚିମ ଓଡିଶା ର ପର୍ଥଲା ଅଞ୍ଚଳରେ ପ୍ରଥମେ ନୁଆଖାଇ l

Aug 25, 2025 - 17:33
Updated: 12 months ago
0 14
ପଶ୍ଚିମ ଓଡିଶା ର ପର୍ଥଲା ଅଞ୍ଚଳରେ ପ୍ରଥମେ ନୁଆଖାଇ  l


କେସିଙ୍ଗା ତା.୨୫/୮ପଶ୍ଚିମଓଡ଼ିଶା ରେ ପ୍ରଥମେ ନୁଆଖାଇ ଥାନ୍ତି, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ପଥର୍ଲା ଅଞ୍ଚଳବାସୀ।ରାଜାରାଜୁଡା ଶାସନ ସମୟରୁ ପ୍ରଥମେ ନୁଆ ଖାଇବାର ସୌଭାଗ୍ୟ ପାଇଛନ୍ତି।ସପ୍ତପୁରୀ ଅମାବାସ୍ୟା ରେ ସପ୍ତ ଦେବା ବେଦୀ ଙ୍କୁ ଭୋଗ ଅର୍ପଣ କରି ପ୍ରତିପଦା ରେ ନୂଆଖାଇ ଥାନ୍ତି।
ପଶ୍ଚିମ ଓଡ଼ିଶାରେ ପ୍ରଥମେ ନୁଆଖାଇ ପାଳନ ର ସୌଭାଗ୍ୟ କାହିଁକି ପାଇଛନ୍ତି ପଥର୍ଲା ବାସୀ।ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟା ପ୍ରତିପଦା ତିଥିରେ  ପଥର୍ଲା ଗାଁ ରେ ନୁଆଖାଇ, ପଲକାପଡା ଏବଂ ବହାଦୁରପଦର ଗ୍ରାମବାସୀ ।ପୁରୁଷ ରୁ ଚାଲି ଆସୁଥିବା  ପାରମ୍ପରିକ ପର୍ବ ପର୍ବାଣୀ ମଧ୍ୟରେ ନୂଆଖାଇ ହେଉଛି ଅନ୍ୟତମ | ଯାହା ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନ ପଥର୍ଲା ଗାଁ ରେ ପଶ୍ଚିମ ଓଡିଶା ର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଖାଇ କୁ ସର୍ବ ପ୍ରଥମେ ପାଳନ କରିବେ ବା ନବାର୍ଣ୍ଣ ଭକ୍ଷଣ କରିବେ | ତେବେ ଯୁଗଯୁଗ ଧରି ଚାଲିଆସୁଥିବା ଭାଇଚାରା ର ଏହି ମହାନ  ଗଣପର୍ବ ନୂଆଖାଇ କୁ ପ୍ରତିବର୍ଷ ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟା  ପରଦିନ ତଥା ପ୍ରତିପଦା ତିଥିରେ  ପଥର୍ଲା, ପଳକା ପଡା, ଏବଂ ବହାଦୁର ପଦର ଗ୍ରାମବାସୀ ବେଶ ଧୂମଧାମ ରେ ପାଳନ କରିଥାନ୍ତି | 
କିମ୍ୱଦନ୍ତି ଏବଂ ପୂର୍ବପୁରୁଷ କହନ୍ତି ବହୁ ବର୍ଷ ପୂର୍ବେ ପୁରାତନ କଳାହାଣ୍ଡି ରେ ନାଗ ବଂଶୀ ରାଜା ମାନଙ୍କର ଶାସନ ସମୟରେ ତତ୍କାଳୀନ ନାଗ ବଂଶୀ ରାଜା ତୀର୍ଥକରିବା ଇଛା କଲେ ଏବଂ ସମୟ ତିଥି ଅନୁସାରେ ତୀର୍ଥ ଯାତ୍ରା ରେ ବାହାରିଲେ | ତେବେ ନାଗ ବଂଶୀ ରାଜା  ତୀର୍ଥଯାତ୍ରା କରିଥିବା ଜାଣି ତତ୍କାଳୀନ ଗୌଙ୍ଗବଂଶୀ ରାଜା  ନାଗବଂଶୀ ରାଜା ଙ୍କ ରାଜ୍ୟ କଳାହାଣ୍ଡି ଉପରେ ହଠାତ ଆକ୍ରମଣ କରିଥିଲେ |ହେଲେ ତୀର୍ଥଯାତ୍ରା ରେ ଥିବା ନାଗବଂଶୀ ରାଜା ଏହା ଜାଣିପାରି ସାଙ୍ଗେ ସାଙ୍ଗେ ପ୍ରତ୍ୟାବର୍ତ୍ତନ କରି ଗୌଙ୍ଗ ବଂଶୀ ରାଜା ଙ୍କ ସହିତ ଘମାଘୋର ଲଢେଇ ଏମିତି ଅନେକ ଦିନ ଯୁଦ୍ଧ ଲାଗିରହିଲା |  ସେତେବେଳେ  କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନ ରେ ଥିବା   ତତ୍କାଳୀନ ପଥର୍ଲା ଗୌନ୍ତିଆ ଯଦୁମଣି ମାଝୀ ଙ୍କ ପୂର୍ବପୁରୁଷ ପଥର୍ଲା ଅଞ୍ଚଳ ର ଆଖପାଖ ୧୨ ଖଣ୍ଡ ଗାଁ ର' ଉମରା 'ବା ମୁଖ୍ୟଥିଲେ | ସେହିସମୟ ରେ ତତ୍କାଳୀନ ନାଗବଂଶୀ ରାଜାଙ୍କ ସହିତ ତତ୍କାଳୀନ ପଥର୍ଲା ଗୌନ୍ତିଆ ଙ୍କ ସମ୍ପର୍କ ନିବିଡ଼ ଥିଲା | ଯେତେବେଳେ ପଥର୍ଲା ଗ୍ରାମ ର ତତ୍କାଳୀନ ଗୌନ୍ତିଆ  ଜାଣିବାକୁ ପାଇଲେ ଯେ ନାଗବଂଶୀ ରାଜା ଙ୍କ ରାଜ୍ୟ କୁ ଗୌଙ୍ଗବଂଶୀୟ ରାଜା ଆକ୍ରମଣ କରିଛନ୍ତି |'ପଥର୍ଲା ବୀରମଟ 'ର ଇଷ୍ଟ ଦେବଦେବୀ ଙ୍କୁ ସ୍ମରଣ କରି ନାଗବଂଶୀ ରାଜାଙ୍କୁ ଯୁଦ୍ଧ ରେ ସାହାଯ୍ୟ ପାଇଁ ବା

ହାରିଲେ ଏବଂ  ଶେଷ ରେ ନାଗବଂଶୀ ରାଜାଙ୍କୁ ପଥର୍ଲା ତତ୍କାଳୀନ ଗୌନ୍ତିଆ  ବିଜୟୀ ମୁକୁଟ ପିନ୍ଧାଇଥିଲେ | ତେଣୁ ତତ୍କାଳୀନ ନାଗବଂଶୀ ରାଜା ତତ୍କାଳୀନ ପଥର୍ଲା ଗୌନ୍ତିଆ ଙ୍କୁ ନିଜ ଇଚ୍ଛାନୁସାରେ କିଛି ଉପହାର ଦେବା କୁ ଚାହିଁଲେ |କିନ୍ତୁ  ପଥର୍ଲା ଗୌନ୍ତିଆ ଧନ ସମ୍ପତ୍ତି ଲୋଭ ନ କରି କହିଲେ ଯେ ମହାରାଜ ମୁଁ ବି ୧୨ ଖଣ୍ଡ ଗାଁ ର ରାଜା ଏବଂ ମୋ ପାଖରେ ଧନ ସମ୍ପତ୍ତି ଜମିବାଡ଼ି ର ଅଭାବ ନାହିଁ | ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୂଆଖାଇ କୁ ମୁଁ ସର୍ବ ପ୍ରଥମେ ନୂଆଖାଇ ପାଳନ କରିଵି ତାପରେ ସମସ୍ତେ |ଏହା ଶୁଣି ରାଜା ଆଶ୍ଚର୍ଯ୍ୟ ହେଲେ ଏବଂ ପଚାରିଲେ ଯେ ଏହା କେମିତି ସମ୍ଭବ ରାଜ୍ୟ ରେ ଅରାଜଜାତ ହେବ | ହେଲେ ପଥର୍ଲା ଗୌନ୍ତିଆ କହିଲେ ରାଜାଙ୍କୁ ଏହା ସମ୍ଭବ ହେବ କାହିଁକି ନା ଯେତେବେଳେ ମୁଁ ନୂଆଖାଇବି କାହାକୁ କହିବି ନାହିଁ କାହାକୁ ନିମନ୍ତ୍ରଣ କରିବିନାହିଁ |ଏବଂ ମୋର ଘରେ ବା ମୋର  ଅଞ୍ଚଳ ରେ କେହି ଆତ୍ମୀୟ ପରିଜନ ଙ୍କ ମୃତ୍ୟୁ ହେଲେ ସୁଦ୍ଧା ସେହିଦିନ  ହିଁ ନୂଆଖାଇ ପାଳନ କରିବା |ଏହା ଶୁଣି ରାଜା ମଧ୍ୟ ପଥର୍ଲା ଗୌନ୍ତିଆ ଙ୍କୁ ଯୁଗଯୁଗ ଧରି ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୂଆଖାଇ କୁ ପାଳନ କରିବା ପାଇଁ ଏକ ତାମ୍ରପାତ୍ରରେ ଲିଖିତ ଆକାରରେ ପ୍ରଦାନ କରିଥିଲେ |ତେଣୁ ପଥର୍ଲା ଗାଁ ସର୍ବ ପ୍ରଥମେ ନୂଆଖାଇଥାନ୍ତି | 
କଳାହାଣ୍ଡି ରେ ବିଭିନ୍ନ ତିଥି ରେ ନୁଆଖାଇ ଥିବା ବେଳେ ପର୍ଥଲା ଅଞ୍ଚଳବାସୀ ପ୍ରଥମେ ନୂଆଁଖାଇବାର ସୁଯୋଗ ପାଇଛନ୍ତି।

କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User