ଶ୍ରୀକୃଷ୍ଣଙ୍କ ବିରୁଦ୍ଧରେ ଅନବରତ ସୋସିଆଲ ମିଡିଆରେ ଅଶାଳୀନ ମନ୍ଥବ୍ୟ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ।

Aug 25, 2025 - 20:39
0 416
ଶ୍ରୀକୃଷ୍ଣଙ୍କ ବିରୁଦ୍ଧରେ ଅନବରତ ସୋସିଆଲ ମିଡିଆରେ ଅଶାଳୀନ ମନ୍ଥବ୍ୟ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ।

ଝରିଗାଁ,୨୫l୮ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଚକାମାଳ ଗ୍ରାମର ପିତାମ୍ବର ସୋରୀଙ୍କ ପୁଅ ଲକ୍ଷ୍ମଣ କୁମାର ସୋରୀ ଅନବରତ ଶ୍ରୀକୃଷ୍ଣ ଏବଂ ହିନ୍ଧୁ ଧର୍ମ ବିରୁଦ୍ଧରେ ଅନବରତ ଅଶାଳୀନ ପୋଷ୍ଟ କରୁଥିବାରୁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଝରିଗାଁ ଯାଦବ ମହାସଭା ପକ୍ଷରୁ ଝରିଗାଁ ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଲିଛି |ସୂଚନା ପ୍ରକାରେ ପୂର୍ବରୁ ମଧ୍ୟ ଚଳିତ ମାସର 22ତାରିଖ ଦିନ ସନ୍ଧିମୁଣ୍ଡା ଗ୍ରାମର ବିଜୟ ନାଗ ନାମକ ଜଣେ ବ୍ୟକ୍ତି ଯାଦବ ମାନଙ୍କ ଆରାଧ୍ୟ ଶ୍ରୀକୃଷ୍ଣ ଙ୍କୁ ନେଇ ଏଭଳି ଏକ ଅଶାଳୀନ ପୋଷ୍ଟ କରିଥିଲା |ଯାଦବ ସମାଜର କିଛି ବ୍ୟକ୍ତି ଏଭଳି ପୋଷ୍ଟ ନକରିବା ପାଇଁ କହିଲାରୁ ସେ ସଂଗେ ସଂଗେ ପୋଷ୍ଟ ଡିଲିଟ କରିବା ସହିତ କ୍ଷମା ମାଗିଥିଲା |ହେଲେ ଏହି ବ୍ୟକ୍ତି ଜଣକ କାହାକୁ ଖାତିର ନକରି ଅନବରତ ଅଶାଳୀନ ପୋଷ୍ଟ କରି ଚାଲିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି |ଏନେଇ ଆଜି ଯାଦବ ମହାସଭାର ବରିଷ୍ଠ କର୍ମକର୍ତା ଝରିଗାଁ ଥାନାରେ ପହଂଚି ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କୁ ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଏତଲା ଦେଇଥିବା ସୂଚନା ମିଲିଛି |ଏହି ଦାବୀପତ୍ର ପ୍ରଦାନ ସମୟରେ ଯାଦବ ମହାସଭାର ଜିଲ୍ଲା ଯୁବ ସଭାପତି ନବ କିଶୋର ଗୌଡ଼, ନବରଙ୍ଗପୁର ଜିଲ୍ଲା ଯୁବ ଯାଦବ ମହାସଭା ର ଆଇ ଟି ସେଲ ଏକ୍ସପୋର୍ଟ ଲିଙ୍ଗରାଜ ଗୌଡ଼, ଝରୀଗାଁ ବ୍ଲକ ଯୁବ କାର୍ଯ୍ୟକାରୀ ସଭାପତି ଶଙ୍କର ଗୌଡ଼, ବୁଦନ ଗୌଡ଼, କାର୍ତିକ ଗୌଡ଼, ଦୀନବନ୍ଧୁ ଗୌଡ଼, ଈଶ୍ୱର ଗୌଡ଼, ଯାଦବ ଗୌଡ଼, ଅଜୟ ଦେବଗନ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User