ବୁଢ଼ାରଜା ଦେବ ଙ୍କ ବାର୍ଷିକ ଦଶରା, ଲାଠିଯାତ୍ରା ରେ ପ୍ରବଳ ଜନ ସମାଗମ, ରକ୍ତ ରଞ୍ଜିତ ହେଲା ପୀଠ।

Oct 12, 2025 - 04:11
 0  9
ବୁଢ଼ାରଜା ଦେବ ଙ୍କ ବାର୍ଷିକ ଦଶରା, ଲାଠିଯାତ୍ରା ରେ ପ୍ରବଳ ଜନ ସମାଗମ, ରକ୍ତ ରଞ୍ଜିତ ହେଲା ପୀଠ।

ଆମପାଣି ତା. ୧୧/୧୦(ଷ୍ଟାର ନିୟୁଜ ଓଡିଶା )ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁମାର ପୂର୍ଣ୍ଣିମା ପରେ ପଡୁଥିବା ଶନିବାର ଦିନ କଳାହାଣ୍ଡି ଜିଲ୍ଲାର ଶେଷ ଦଶରା ଆଦିବାସୀ ଜନଜାତି ବହୁଳ ଆମପାଣି ଘାଟି ପ୍ରାରମ୍ଭ ରେ ଥିବା ଜନ ମାନସ ର ଆରାଧ୍ୟ ଦେବତା ତଥା ସବୁ ଦେବାଦେବୀ ଙ୍କ ମାମୁଁ ପ୍ରଭୁ ଶ୍ରୀ ବୁଢ଼ାରଜା ଙ୍କ ବାର୍ଷିକ ଦଶରା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ବୁଢ଼ାରଜା ଙ୍କ ମୁଖ୍ୟ ପୂଜ

କ ଫକୀର ପୁଝାରି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସାରିବା ପରେ ସକାଳ ୭ ଘଣ୍ଟା ରୁ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ଭକ୍ତ ଙ୍କ ସମାଗମ ଆରମ୍ଭ ହୋଇଥିଲା। ଦିନ ୧୧ ଘଣ୍ଟା ରେ ଗ୍ରାମ୍ୟ ପୁଝାରି ଙ୍କ ଘରୁ ବିଭିନ୍ନ ଦେବାଦେବୀ ଙ୍କ ଲାଠି ପୂଜନ କରାଯିବା ପରେ ପୂର୍ବ ରୀତିନୀତି ଅନୁଯାୟୀ ଲାଠିଯାତ୍ରା ପୂଜକ ଙ୍କ ଘରୁ ମୁଖ୍ୟ ମନ୍ଦିର ଅଭିମୁଖେ ବାହାରି ଥିଲା।ଲାଠିଯାତ୍ରା ରେ ଘଣ୍ଟୁଆ,ମାଦଳି, ଆଦିବାସୀ ପରମ୍ପରା ରେ ସଜ୍ଜିତ ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ଲାଠିଯାତ୍ରା ର ବିଶେଷ ଆକର୍ଷଣୀୟ କରିଥିଲେ। ଲାଠିଯାତ୍ରା ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ସାମିଲ ହୋଇ ଅଞ୍ଚଳବାସୀ ଙ୍କୁ ବୁଢ଼ାରଜା ଦଶରା ର ଶୁଭେଚ୍ଛା ଜଣାଇଥିଲେ।
ଲାଠିଯାତ୍ରା ବାଟରେ ମା ଭଣ୍ଡାର ଘରେନ ମନ୍ଦିର ନିକଟରେ ବାଲିଗଜା ଅର୍ପଣ କରା ଯାଇଥିଲା। ସେଠାରୁ ମୁଖ୍ୟ ରାସ୍ତା ଦେଇ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣ ରେ ଲାଠିଯାତ୍ରା ଦିନ ସମୟରେ ମୁଖ୍ୟ ମନ୍ଦିର ରେ ପହଞ୍ଚି ଥିଲେ। ମନ୍ଦିର ରେ ଲାଠିଯାତ୍ରା କୁ ସ୍ୱାଗତ କରିବା ପରେ ସମବେତ ଲାଠିକୁର୍ସି ମନ୍ଦିର ପରିସରରେ ପରିକ୍ରମା କରିଥିଲେ।ପରେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ବୁଢ଼ାରଜା ଦେବ ଙ୍କ ପାର୍ଶ୍ଵ ଦେବାଦେବୀ ଜେନାବୁଢ଼ା ଙ୍କ ନିକଟରେ ମାନସିକ ଧାରୀ ଭକ୍ତ ମାନେ ମାନସିକ ପୂରଣ ପରେ ବୋଦା ବଳି ଅର୍ପଣ କରିଥିଲେ। ଶହ ଶହ ପଶୁପକ୍ଷୀ ବଳି ରେ ଜେନାବୁଢ଼ା ଙ୍କ ପୀଠ ରକ୍ତ ରଞ୍ଜିତ ହୋଇ ପଡ଼ିଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR