ରାଜ୍ୟ ଇଂଜିନିୟରିଂ ୱାର୍କ ଚାର୍ଜଡ୍/ନିୟମିତ/ସେବା ନିବୃତ କର୍ମଚାରୀ ଫୋରମ୍,ଭୁବନେଶ୍ଵର ତରଫରୁ ପୁରୁଣା ପେନସନ, ଗ୍ରାଚୁଇଟି ଦାବି ନେଇ ଏକ ବିଶାଳ ବୈଠକ।

Oct 11, 2025 - 21:19
0 11
ରାଜ୍ୟ ଇଂଜିନିୟରିଂ ୱାର୍କ ଚାର୍ଜଡ୍/ନିୟମିତ/ସେବା ନିବୃତ କର୍ମଚାରୀ ଫୋରମ୍,ଭୁବନେଶ୍ଵର ତରଫରୁ ପୁରୁଣା ପେନସନ, ଗ୍ରାଚୁଇଟି ଦାବି ନେଇ ଏକ ବିଶାଳ ବୈଠକ।

କଳାହାଣ୍ଡି,୧୧l୧୦ ( ଷ୍ଟାର ନିୟୁଜ ଓଡ଼ିଶା): ଭବାନିପାଟଣା ସହରସ୍ତିତ ଅମଲା ଭବନ ଠାରେ ରାଜ୍ୟ ଇଂଜିନିୟରିଂ ୱାର୍କ ଚାର୍ଜଡ୍/ନିୟମିତ/ସେବା ନିବୃତ କର୍ମଚାରୀ ଫୋରମ୍,ଭୁବନେଶ୍ଵର ତରଫରୁ ପୁରୁଣା ପେନସନ, ଗ୍ରାଚୁଇଟି ଦାବି ନେଇ ଏକ ବିଶାଳ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଗଣମାଧ୍ୟମ ସହଯୋଗ ରେ ସରକାରଙ୍କୁ ପରୋକ୍ଷ ଭାବେ ବାର୍ତ୍ତା ପଠାଇଥିଲେ ।ଯଦି ସରକାର NMR/DLR, ରୁ ୱାର୍କଚାର୍ଜଡ୍,ରେଗୁଲାରହୋଇଥିବା କର୍ମଚାରୀଙ୍କ ଦାବି ପୁରଣ ନ କରନ୍ତି ତେବେ ଆଗାମୀ ଦିନରେ ବିଧାନ ସମ୍ମୁଖରେ ଧାରଣା ଓ ଅନଶନ ହେବା ବୋଲି ସଂଯୋଜକ କୃଷ୍ଣ ଚନ୍ଦ୍ର ନାୟକ,ପ୍ରସନ୍ନ କୁମାର ପ୍ରଧାନ,କଲ୍ୟାଣ ମହାରଣା,ଚିତ୍ତରଞ୍ଜନ ମହାରଣା,କପିଳ କୁମାର ବାରିକ,ନୃସିଂହ କୁମାର ସିଲ ଇତ୍ୟାଦି ଦୃଢ଼କ୍ତି ପ୍ରକାଶ କରିଥିଲେ ।ସଂଗ୍ରାମୀ ସାଥୀ ଅମଲାଭବନ ଠାରେ ମହାମଣ୍ଡଳର କର୍ମକର୍ତ୍ତା ତଥା ଶ୍ରୀ ବିଜୟ କୁମାର ପାଲ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିବାବେଳେ ଏଚ୍.କେ. ପଟେଲ,ସୁବ୍ରତ କୁମାର ଆଚାରି,ସନ୍ତୋଷ କୁମାର ବେହେରା,ମଙ୍ଗଳ ପଣ୍ଡିତ,ନୁଆକର ଶେଠ୍,କ୍ଷୀତିଶ କୁମାର ସାହୁ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User