ପୁଣି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ନ ଆସିବାରୁ ୨କିମି ଖଟିଆ ରେ ବୁହାହେଲେ ଗର୍ଭବତୀ l

Oct 11, 2025 - 21:16
0 10
ପୁଣି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ନ ଆସିବାରୁ ୨କିମି ଖଟିଆ ରେ ବୁହାହେଲେ ଗର୍ଭବତୀ l

କଳାହାଣ୍ଡି,୧୧l୧୦( ଷ୍ଟାର ନିୟୁଜ ଓଡ଼ିଶା): ପୁଣି ଖଟିଆ ରେ ବୁହା ହେଲେ ଗର୍ଭବତୀ। ଜନନୀ ଯନ୍ତ୍ରଣାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣୁପୁର ପଞ୍ଚାୟତସ୍ଥିତ ମେର୍କାତାରା ଗାଁରେ। ମେର୍କାତାରାରୁ ୨.୫୦ କିଲୋମିଟର ଖଟିଆରେ ବୁହା ହୋଇଛନ୍ତି ଗର୍ଭବତୀ। ଗାଁକୁ ଯିବା ପାଇଁ ରାସ୍ତା ନ ଥିବାରୁ ଅଧାରେ ଅଟକିଥିଲା ୧୦୮ ଆମ୍ବୁଲାନ୍ସ। ମେର୍କାତାରା ଗାଁର ଗୁନ୍‌ସେନ ମାଝୀଙ୍କ ସ୍ତ୍ରୀ ରଗ୍ନିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା, ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଅଢ଼େଇ କିଲୋମିଟର ଦୂର ମଦାଙ୍ଗଗୁଡ଼ା-ମେର୍କାତାରା ମଝି ଘାଟି ରାସ୍ତାରେ ଅଟକି ରହିଥିଲା। କାରଣ ଗାଁ ପାଖ-ମଦାଙ୍ଗଗୁଡ଼ା ମଝି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଛି, ଗତ ଅକ୍ଟୋବର ୨ ତାରିଖରେ ହୋଇଥିବା ବର୍ଷାରେ ରାସ୍ତା ଧୋଇ ଯାଇ ବଡ଼ ଗର୍ତ୍ତ ସୃଷ୍ଟି କରିଛି, ଫଳରେ ଗାଁକୁ ଅଟୋ କିମ୍ବା ଅନ୍ୟ ବଡ଼ ଗାଡ଼ି ସବୁ ଯାଇ ପାରୁନାହିଁ। ଏଣୁ ପରିବାର ଲୋକେ ବାଧ୍ୟ ହୋଇ ଅଢ଼େଇ କିଲୋମିଟର ରାସ୍ତା ଖଟିଆରେ ଆମ୍ବୁଲାନ୍ସ ନିକଟକୁ ବୋହି ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ସାଇସୁରୁନି ଉପସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ଲାଭ କରିଥିବା ବେଳେ ମା’ ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡ଼ିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଇଡ଼ିଶା।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User