ସାଇ ହସ୍ପିଟାଲ ପକ୍ଷରୁ ବ୍ରେଷ୍ଟ୍ କେନ୍ସରର ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ ।

Oct 11, 2025 - 19:05
0 13
ସାଇ ହସ୍ପିଟାଲ ପକ୍ଷରୁ ବ୍ରେଷ୍ଟ୍ କେନ୍ସରର ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ  ।

ଝରିଗାଁ,୧୧l୧୦(ଷ୍ଟାର ନିୟୁଜ ଓଡିଶା ):  ଅକ୍ଟୋବର ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବ୍ରେଷ୍ଟ କେନ୍ସର୍ ମାସ ଭାବେ ବିଶ୍ଵର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ବେଳେ ଝରିଗାଁ ପଞ୍ଚାୟତ ସଦର ଅନ୍ତର୍ଗତ କର୍ଷାହାଣ୍ଡି ( ନୂଆଁଗୁଡ଼ା) ସ୍ଥିତ ମାଲାଙ୍କାରା କେଥୋଲିକ ୟୁଥ୍ ୟୁନିଟ କେନ୍ଦ୍ର ପରିସର ମଧ୍ୟରେ ବ୍ରେଷ୍ଟ୍ କେନ୍ସରର ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉମରକୋଟ ସ୍ଥିତ ସାଇ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏହି ସ୍ଵାସ୍ଥ୍ୟ ପରୀକ୍ଷା ଶିବିରରେ ଡା. ପୁନାମ୍ମା ସ୍ଵାତୀ ( ଏମବିବିଏସ, ଏମଏସ ଜେନେରାଲ ଆଣ୍ଡ ଲାପରସ୍କୋପି ସର୍ଜନ ) ଯୋଗଦେଇଥିବା ବେଳେ ସାଇ ହସ୍ପିଟାଲ କତୃପକ୍ଷ ଶିବିରଟିକୁ ପରିଚାଳନା କରିଥିଲେ। ବ୍ଲକର ବିଭିନ୍ନ ଅଂଚଳରୁ ଆସିଥିବା ଶତାଧିକ ମହିଳାଙ୍କ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଝରିଗାଁ ବ୍ଲକର ଏକାଧିକ ଗ୍ରାମ ମଧ୍ୟରେ ସୋରିଷଭଟ୍ଟା,ସିନ୍ଦି ଗୁଡ଼ା,ଦେଉଳକଣା ବୁଟିସର୍ଗି, ବେଲଗାଁ,ଚିତାବେଡ଼ା, ସଣ୍ଡଶା ଆଦି ଗ୍ରାମରୁ ଶତାଧିକ ମହିଳା ଆୟୋଜିତ ଶିବିରରେ ମାଗଣାରେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଯୋଗଦେଇଥିଲେ। ସକାଳ ପ୍ରାୟ ୧୦ ଘଣ୍ଟିକା ସମୟରେ ଶିବିର ଆରମ୍ଭ ହୋଇ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଝରିଗାଁ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ମଧ୍ୟରେ ମହିଳାଙ୍କ ସ୍ଵାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ସାଇ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ନୂଆଁଗୁଡ଼ା ସ୍ଥିତ ମାଲାଙ୍କାରା କେଥୋଲିକ ୟୁଥ୍ ୟୁନିଟ କେନ୍ଦ୍ରର କତୃପକ୍ଷ ପକ୍ଷରୁ ଏହି ଆନ୍ତର୍ଜାତୀୟ ବ୍ରେଷ୍ଟ୍ କେନ୍ସର ସଚେତନତା ଶିବିରର ଆୟୋଜନ କରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ସାଧୁବାଦ ଜ୍ଞାପନ କରାଯାଉଛି। ଦୂର ଦୂରାନ୍ତ ଅଂଚଳରୁ ଶିବିରକୁ ଆସୁଥିବା ରୋଗୀ ମାନଙ୍କ ପାଇଁ ଆସିବାକୁ ଆମୁଲାନ୍ସ ସେବା ଉପଲବ୍ଧ କରାଯାଇଥିଲା, ଯାହା ଫଳରେ ଶିବିରକୁ ଶତାଧିକ ମହିଳା ଆସି ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣା ଔଷଧ ପାଇଥିବା ମହିଳାମାନେ ପ୍ରକାଶ କରିଛନ୍ତି। ଏତତ ବ୍ୟତୀତ ଅନ୍ୟାନ୍ୟ ରୋଗ ଓ ଲକ୍ଷଣ ସବୁ ପରୀକ୍ଷା କରି ମାଗଣା ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User