ହର୍ଷ ଟ୍ରଷ୍ଟ ଗୋଲାମୁଣ୍ଡା ବ୍ଲକ ଉଦ୍ୟାନ ବିଭାଗ ପକ୍ଷରୁ ପଣ୍ଡକୁଲରେ ପନିପରିବା ଚାଷ ପାଇଁ ବିତରଣ।

May 10, 2025 - 21:48
0 110
ହର୍ଷ ଟ୍ରଷ୍ଟ ଗୋଲାମୁଣ୍ଡା ବ୍ଲକ ଉଦ୍ୟାନ ବିଭାଗ ପକ୍ଷରୁ ପଣ୍ଡକୁଲରେ ପନିପରିବା ଚାଷ ପାଇଁ ବିତରଣ।

ଗୋଲାମୁଣ୍ଡା,୧୦l୫ (ଷ୍ଟାରନିଉଜ ଓଡିଶା) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଦ୍ୟାନ ବିଭାଗ ପକ୍ଷରୁ ଓ ହର୍ଷ ଟ୍ରଷ୍ଟ ମାଧ୍ୟମରେ ଆଜି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି , ମାଁ ମାନେ ସ୍ବାବଲମ୍ବୀ ହେବା ପାଇଁ ନିଜ ନିଜ ଘର ବାଡ଼ିରେ ପନିପରିବା ଚାଷ କରି ଜୀବିକା ଉପାର୍ଜନ କରିବା ପାଇଁ ଯେଉଁ ଉଦ୍ୟମ ଜାରି ରହିଛି ତାହା ଏକ ଖୁସିର ଲହରୀ ଖେଳିଯାଇଛି, ଏହା ପୂର୍ବରୁ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ମଧ୍ୟ ହରିଶଙ୍କର ଟୋଲଟିଆ ଓ ତାଙ୍କ ଦଳ ଆସି ତାଲିମ ପ୍ରଦାନ କରିଥିଲେ, ଗ୍ରାମର ଅତି ଗରୀବ ଅବସ୍ଥା ଆଡକୁ ଗତି କରି ଥିବା ପାଞ୍ଚ ଜଣ ମହିଳା ଙ୍କୁ ରାସନ ସାମର୍ଗି ବିତରଣ କରାଯାଇଥିଲା, ବେଳେ ପ୍ରାୟ ୫୦ଜଣ ମହିଳାଙ୍କୁ ନେଇ ପନିପରିବା ଚାଷ ପାଇଁ ମଞ୍ଜି ମଧ୍ୟ ଦିଆ ଯାଇଥିଲା, ଏହି ମଞ୍ଜି ନିଜ ନିଜର ଘର ବାଡ଼ିରେ ପନିପରିବା ଚାଷ କରି ଜୀବିକା ଉପାର୍ଜନ କରିବେ ବୋଳି ହରିଶଙ୍କର ଟୋଲଟିଆ ଉପସ୍ଥିତ ମାଁ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ, ଆଜିର ଏହି ମହାନ କାର୍ଯ୍ୟ କ୍ରମରେ ହର୍ଷ ଟ୍ରଷ୍ଟ ଟିମ୍ ଲିଡର ଘନଶ୍ୟାମ ବାରିକ, ହରିଶଙ୍କର ଟୋଲଟିଆ, ଶଙ୍କର ସୁନା, ଶ୍ମିତାରାଣୀ କବାଟ,ରୀମା ମଙ୍ଗରାଜ, ଚାନ୍ଦିନୀ ସା, ପ୍ରତାପ ତାଣ୍ଡି , କେଶରୀ ପଟେଲ ପ୍ରମୁଖ ଙ୍କ ସହୋଯୋଗରେ ଏବଂ ପଣ୍ଡକୁଲ ଗ୍ରାମର ଅଙ୍ଗନ ୱାଡ଼ି ସତ୍ୟଭମା ଜଗତ ଙ୍କ ଉପସ୍ଥିତରେ ସୁନ୍ଦର ଭାବେ କାର୍ଯ୍ୟ ସମ୍ପନ୍ନ ହୋଇ ଥିଲା,ଆସନ୍ତୁ ଶୁଣିବା ଆଜିର ଐତିହାସିକ ପଦକ୍ଷେପ ଗ୍ରହଣ କରି ଥିବା ହରିଶଙ୍କର ଟୋଲଟିଆଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User