ଗାଁ ରେ ପହଞ୍ଚିଲା ଦୁଇ ଦାଦନ ଶ୍ରମିକଙ୍କ ଶବ।

May 10, 2025 - 22:10
0 120
ଗାଁ ରେ ପହଞ୍ଚିଲା ଦୁଇ ଦାଦନ ଶ୍ରମିକଙ୍କ ଶବ।

ଝରିଗାଁ,୧୦l୫( ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପୁଣି ଦେଖିବାକୁ ମିଳିଛି ଦାଦନ ଦୁଃଖ।ଗାଁରେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇ ଗାଡି ଲେଉଟି ଯିବା ଯୋଗୁଁ ଘଟଣା ସ୍ଥଳରେ ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।ସୂଚନା ପ୍ରକାରେ ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଟେକରପାଣି ଗ୍ରାମର ଅର୍ଜୁନ ସାନ୍ତା(୨୨),କର୍ପଣଧରା ଗ୍ରାମର ଲଛ ସାନ୍ତା(୫୦) ଏବଂ ଭାଲୁଡଙ୍ଗରି ଗ୍ରାମର ବନ୍ଧୁ ସାନ୍ତା(୨୧) ସହ ଅନ୍ୟ ମାନେ ୧୫ ଦିନ ତଳେ ଦାଦନ ଖଟିବା ପାଇଁ ମହାରାଷ୍ଟ୍ର ଯାଇଥିଲେ।ସେଠାରେ ନଳକୂପ ଗାଡ଼ିରେ ବୁଲି ବୁଲି ନୂତନ ନଳକୂପ ଖନନ କାର୍ଯ୍ୟ କରୁଥିଲେ।ତେବେ ୮ ତାରିଖ ଗୁରବାର ଦିନ ୯ ଘଣ୍ଟା ସମୟରେ ଓରଙ୍ଗାବାଡ଼ ନିକଟରେ ନଳକୂପ ଗାଡି ଲେଉଟି ପଡିବାରୁ ଘଟଣା ସ୍ଥଳରେ ଲଛ ସାନ୍ତା ଏବଂ ବନ୍ଧୁ ସାନ୍ତାଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅର୍ଜୁନ ସାନ୍ତାଙ୍କ ମୁଣ୍ଡରେ ପ୍ରବଳ ଆଘାତ ହୋଇଥିଲା।ଘଟଣା ନେଇ ସାଥି ହୋଇ ଯାଇଥିବା ଶ୍ରମିକ ମାନେ ବନ୍ଧୁଙ୍କ ବଡ଼ ଭାଇ ଭୀମ ସାନ୍ତଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।ପରେ ପରିବାର ଲୋକ ତୁରନ୍ତ ଗୁରବାର ଦିନ ମହାରାଷ୍ଟ୍ର ଅଭିମୁଖେ ଯାଇଥିଲେ। ଶୁକ୍ରବାର ଦିନ ଶବ ବ୍ୟବଚ୍ଛେଦ ହେବା ପରେ ଆଜି ସକାଳୁ ଉଭୟ ବନ୍ଧୁ ଏବଂ ଲଛ ଙ୍କ ମାର ଶରୀର ନିଜ ଗ୍ରାମକୁ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକ ନେଇ ଆସିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ମୃତକଙ୍କ ଉଭୟ ପରିବାରକୁ ଏବଂ ଆହାତ ଅର୍ଜୁନ ସାନ୍ତା ଙ୍କୁ ମଧ୍ୟ ମାଲିକ ଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ଦିଆଯାଇଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User