ଧର୍ମ ପରିବର୍ତ୍ତନକୁ‌‌ ନେଇ ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ ୨୪ ଘଣ୍ଟା ଘରେ ପଡ଼ିଲା ମୃତଦେହ ପ୍ରଶାସନ ହସ୍ତକ୍ଷେପ ପରେ ଶବ ସତ୍କାର।

May 11, 2025 - 08:37
 0  52
ଧର୍ମ ପରିବର୍ତ୍ତନକୁ‌‌ ନେଇ ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ ୨୪ ଘଣ୍ଟା ଘରେ ପଡ଼ିଲା ମୃତଦେହ ପ୍ରଶାସନ ହସ୍ତକ୍ଷେପ ପରେ ଶବ ସତ୍କାର।

ଝରିଗାଁ,୧୧l୫(ଷ୍ଟାର ନିୟୁଜ ଓଡ଼ିଶା ): ଦୁଇ ବର୍ଷ ତଳେ ଧର୍ମ ପରିବର୍ତ୍ତନ କରିଥିବା ଏକ ପରିବାରର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିବା ପରେ ଶ୍ମଶାନରେ ଶବ ସତ୍କାର କରିବା ପାଇଁ ଗ୍ରାମବାସୀ ମନା କରି ଦେଇଥିଲେ। ଫଳରେ ଘରେ ୨୪ଘଣ୍ଟା ଘର ଭିତରେ ଶବ ପଡ଼ି ରହିଥିଲା। ଶେଷରେ ଝରିଗାଁ ବ୍ଲକ ପ୍ରଶାସନର ହସ୍ତକ୍ଷେପ ପରେ ଶବ ସତ୍କାର ହୋଛଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୋଣା ଗ୍ରାମରେ।ସୂଚନା ଅନୁଯାୟୀ, ଦେଉଳକୋଣା ଗ୍ରାମର ଡମ୍ବରୁଧର ହରିଜନଙ୍କ ପରିବାର ଦୁଇ ବର୍ଷ ତଳେ ଧର୍ମ ପରିବର୍ତ୍ତନ କରିଥିଲେ। ଶୁକ୍ରବାର ରାତି ୮ଟାରେ ଡମ୍ବରୁଧର ହରିଜନଙ୍କ ମାଆ ରୁପେୟା ହରିଜନ(୮୦) ମୃତ୍ୟୁବରଣ କରିଥିଲେ। କିନ୍ତୁ ଡମ୍ବରୁଧରଙ୍କ ପରିବାର ଧର୍ମ ପରିବର୍ତ୍ତନ କରିଥିବାରୁ ଶବ ପୋତିବା ନିମନ୍ତେ ଗାଁ ଶ୍ମଶାନକୁ ବ୍ୟବହାର ପାଇଁ ଗ୍ରାମବାସୀ ବାରଣ କରିଥିଲେ। ଫଳରେ ପ୍ରାୟ ୨୪ଘଣ୍ଟା ଧରି ଘର ଭିତରେ ରୁପେୟାଙ୍କ ଶବ ପଡ଼ି ରହିଥିଲା। ଗ୍ରାମବାସୀଙ୍କ ବାରଣ ସତ୍ତ୍ବେ ମୃତକଙ୍କ ପରିବାର ଗାଁରେ ହିଁ ଶବ ପୋତିବାକୁ ଜିଦ୍‌ ଧରିଥିଲେ। ଏହି ଖବର ପାଇ ଝରିଗାଁ ତହସିଲଦାର ସୁମନ୍ତ ପାତ୍ର, ଥାନା ଅଧିକାରୀ ପ୍ରଦୀପ କୁମାର ଶବର, ଏଏସ୍‌ଆଇ କେଦାରନାଥ ରାଉତ, ରାଜସ୍ୱ ନିରୀକ୍ଷକ ବସନ୍ତ କୁମାର ବିଶୋଇ ଦେଉଲକଣା ଗାଁରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କ ସହିତ ଆଲୋଚନା କରି ବୁଝାସୁଝା କରିଥିଲେ। ବହୁ ସମୟ ଧରି ଆଲୋଚନା କରିବା ପରେ ଆଜି ରାତି ପ୍ରାୟ ୮ଟାରେ ଝରିଗାଁ ପୁଲିସ ରୁପେୟାଙ୍କ ଶବକୁ ନିଜ ହେପାଜତରେ ଝରିଗାଁକୁ ଆଣି ଶବ ସତ୍କାର କରିଥିବା ଥାନା ଅଧିକାରୀ ପ୍ରଦୀପ କୁମାର ଶବର ସୂଚନା ଦେଇଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow