ହାତୀ ଆକ୍ରମଣ ରୁ ରକ୍ଷା ପାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ l

May 11, 2025 - 20:51
 0  44
ହାତୀ ଆକ୍ରମଣ ରୁ ରକ୍ଷା ପାଇବା ପାଇଁ  ସଚେତନତା କାର୍ଯ୍ୟକ୍ରମ l

କେସିଙ୍ଗା,୧୧l୫(ଷ୍ଟାରନିଉଜ ଓଡିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନ ବିଭାଗ ଅନ୍ତର୍ଗତ କୁର୍ଲୁପଡା ବନ ସୁରକ୍ଷା ସମିତି ପକ୍ଷରୁ ହାତୀ ଆକ୍ରମଣ ରୁ ରକ୍ଷା ପାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇ ଯାଇଛି।ସମିତି ର ସମ୍ପାଦକ ତଥା ବନପାଳ ଯଶୋବନ୍ତ ନାଏକ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଦୁଇ ଦିନ ଧରିହାତୀ ପଲ ବଗାଡ଼ ,ଡୁମେରମୁଣ୍ଡା,ପରଲସିଙ୍ଗା ଅଞ୍ଚଳକୁ ସନ୍ଧ୍ୟା ସମୟରେ ବଜ୍ରଗଡ଼ ଜଙ୍ଗଲଠାରୁ ଆସୁ ଥିବାରୁ ଦୁଇ ଦିନ ଧରି ରାତ୍ରୀ ସମୟରେ ଜଙ୍ଗଲ ବିଭାଗ ର ନିର୍ଦ୍ଦେଶ ରେ ବିଦ୍ୟୁତ କାଟ କରୁ ଥିବାରୁ ବାଲସି ,ପରଲସିଙ୍ଗା, ଶିରୋଲ ଆଦି ୩ଗ୍ରାମ ପଞ୍ଚାୟତ ରେ ରାତ୍ରୀ ୧୦ ଟା ରୁ ସକାଳ ୭ଟା ଯାଏ ବିଦ୍ୟୁତ କାଟ କରା ଯାଉଛି।ସେଥିପାଇଁ ବନ ବିଭାଗ ର ବନପାଳ ଯଶୋବନ୍ତ ନାଏକ କେସିଙ୍ଗା ବନ ବିଭାଗ ଅଧୀନସ୍ଥ କୁର୍ଲୁପଡା ଗ୍ରାମରେ ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ କରାଯାଇଛି।ଯେଉଁ ଅଞ୍ଚଳରେ ହାତୀ ପଲ ଆସିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାପାଇଁ ଜନସାଧାରଣଙ୍କ ନିକଟରେ ପହଞ୍ଚି ସଭା କରାଯାଇ ସଚେତନତା କରା ଯାଉଛି।ପ୍ରବଳ ଗ୍ରୀଷ୍ମପ୍ରବାହ ରେ ବନ୍ୟଜନ୍ତୁ ଓ ନିଆଁ ଦାଉରୁ କିପରି ଜଙ୍ଗଲ ସୁରକ୍ଷା କାରାଯିବ ସେ ବିଷୟରେ ବିଶୃତ ଭାବେ ବନପାଳ ଆଲୋଚନା କରିଥିଲେ।

 ସ୍ପେସିଆଲ ରିପୋର୍ଟ ଷ୍ଟାରନିଉଜ ଓଡିଶା

What's Your Reaction?

like

dislike

love

funny

angry

sad

wow