କେସିଙ୍ଗା ରେ ଲୋକ ଅଦାଲତ ଆଦାୟ ହେଲା ପ୍ରାୟ ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା।

May 10, 2025 - 21:07
0 46
କେସିଙ୍ଗା ରେ ଲୋକ ଅଦାଲତ ଆଦାୟ ହେଲା ପ୍ରାୟ ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା।

କେସିଙ୍ଗା,୧୦l ୫( ଷ୍ଟାରନିଉଜ ଓଡିଶା):   କଳାହାଣ୍ଡି ଜିଲା କେସିଙ୍ଗା ତାଲୁକ ଆଇନ ସେବା ସମିତି ତରଫରୁ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଦିନ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ଅଧ୍ୟକ୍ଷା ତାଲୁକ ଆଇନ ସେବା ସମିତି ର ଦିପ୍ତା ସେଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଲୋକ ଅଦାଲତ ରେ ୩୮ ଟି ପ୍ରାକବ୍ୟାଙ୍କ ଋଣ ଜନିତ ମାମଲାରେ ମୋଟ ୨୦ ଲକ୍ଷ ୨୨ ହଜାର ୭୮୨ ଟଙ୍କା ଋଣ ଆଦାୟ ହୋଇଥିଲା।ସେହିପରି ଗୋଟିଏ ଚେକ ବାଉନସ ମାମଲାର ବିଚାର କରି ୫୧ ହଜାର ଟଙ୍କା ଏବଂ ୨୫ ଟି ଫାଇନାଲ ରିପୋର୍ଟ କେସ ର ବିଚାର କରାଯାଇଥିଲା। ସେହିପରି ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ଲୋକ ଅଦାଲତ ରେ ୧୦୨ ଟି ରାଜସ୍ବ ମାମଲାର ବିଚାର କରାଯାଇ ୮୨ ହଜାର ୯୧୭ ଟଙ୍କା ଆଦାୟ ହୋଇଥିଲା। ଏହି ଲୋକ ଅଦାଲତ ରେ ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ, ସରକାରୀ ଓକିଲ ପ୍ରକାଶ କୁମାର ଦାସ, ବରିଷ୍ଠ ଆଇନଜୀବି ସୌମ୍ୟ ରଞ୍ଜନ ମିଶ୍ର, ସୁନ୍ଦେର ପାତ୍ର,ସନ୍ତୋଷ କୁମାର ଦାସ, ସନ୍ଦୀପ ବାନାର୍ଜୀ, ହରିପ୍ରସାଦ ତାଣ୍ଡି ,ପ୍ରଭାକର ତାଣ୍ଡି, ଙ୍କ ସମେତ ଅନ୍ୟ ବରିଷ୍ଠ ଆଇନଜୀବି ଓ ଅଦାଲତ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

କେସିଙ୍ଗାରୁ ସ୍ପେସିଆଲ ରିପୋର୍ଟ ଷ୍ଟାରନିଉଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User