ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫, ଅନୁଷ୍ଠିତ, ୨୬୨୦ ଟି ମାମଲା ଫଇସଲା।

May 10, 2025 - 17:45
0 64
ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫, ଅନୁଷ୍ଠିତ, ୨୬୨୦ ଟି ମାମଲା ଫଇସଲା।

କଳାହାଣ୍ଡି ,୧୦l୫(ଷ୍ଟାରନିଉଜ ଓଡିଶା): ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୫ ର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ତାରିଖ ୧୦.୦୫.୨୦୨୫ ଶନିବାରଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଶୁଭଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୧୧ ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ. ୧,୬୧,୨୦,୦୦୦/- ପ୍ରଦାନ କରାଯାଇଥିଲା । ସେହିପରି ୨୭ ଟି ଦେବାନୀ ମକଦ୍ଦମା ଫଇସଲା ହୋଇ ଟ. ୧,୪୫,୦୦୦ ସମାଧାନ କରାଯାଇଥିଲା । ବିଚାର ଯୋଗ୍ୟ ୨୩୦ ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇଥିଲା ଏବଂ NI Act Cases (ଦଫା-୧୩୮) ୦୫ ଟି ଫଇସଲା କରାଯାଇ ଟ.୭୦,୮୦୦ /- ଆଦାୟ କରାଯାଇଥିଲା। ବିବାହ ଜନିତ ମକଦମା ୬ ଗୋଟି ଫଇସଲା କରାଜାଇଥିଲା। ରାଜସ୍ଵ ମକଦ୍ଦମା ୨୦୩୫ ଟି ଫଇସଲା କରାଯାଇ ଟ.୪,୬୪,୭୬୧ ଆଦାୟ କରା ଯାଇଥିଲା ଓ ୩୦୩ ଟି ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ଟ.୭୪,୦୪,୮୭୫. ଆଦାୟ କରାଯାଇଥିଲା। ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍, ରାଜଶ୍ରୀ ମହାପାତ୍ର, ସିନିୟର ସିଭିଲ ଜଜ୍, ସୁଦିପ୍ତା ଦେହୁରି, ସଚିବ ଜିଲ୍ଲା ଆଇନ ସେବା ପ୍ରାଧୁକରଣ, କଳାହାଣ୍ଡି, ଶ୍ରୀ ସୁଭ ଗୌତମ ମିଶ୍ର, ସିନିୟର ସିଭିଲ ଜଜ୍ (ମହିଳା ଅଦାଲତ୍)ରଶ୍ମୀରେଖା ପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଧା ଶର୍ମା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ସୁମିତ୍ରା ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ୍ (FTSC) ଯଦୁମଣି ମିଶ୍ର, ରେଜିଷ୍ଟ୍ରାର ଶ୍ରୀ ଚରଣଜିତ୍ ଓରାମ ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User