ମୁଖ୍ୟମନ୍ତ୍ରୀଙ୍କ ନିକଟରେ କଳାହାଣ୍ଡି ଘରୋଇ ସ୍କୁଲ ସଂଘର ଦାବି RTE ପ୍ରତିପୂରଣ ବକେୟା ଦେବା ସହ COR ଅବଧି ବୃଦ୍ଧି ପାଇଁ ଦାବି

Aug 10, 2026 - 19:59
0 32
ମୁଖ୍ୟମନ୍ତ୍ରୀଙ୍କ ନିକଟରେ କଳାହାଣ୍ଡି ଘରୋଇ ସ୍କୁଲ ସଂଘର ଦାବି RTE ପ୍ରତିପୂରଣ ବକେୟା ଦେବା ସହ COR ଅବଧି ବୃଦ୍ଧି ପାଇଁ ଦାବି

ଭବାନୀପାଟଣା, ୧୦/୦୮(ଷ୍ଟାରନିୟୁଜ ଓଡିଶା)

କଳାହାଣ୍ଡି ଜିଲ୍ଲାର ଘରୋଇ ବିଦ୍ୟାଳୟଗୁଡ଼ିକର ବିଭିନ୍ନ ସମସ୍ୟାର ସମାଧାନ ଓ ଦୀର୍ଘଦିନର ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ଜିଲ୍ଲା ଘରୋଇ ସ୍କୁଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସଂଘର ସଦସ୍ୟମାନେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ। ବିଶେଷକରି RTE ପ୍ରତିପୂରଣ ରାଶିର ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ସଂଘ ଦାବି କରିଛି।
ସଂଘ ପକ୍ଷରୁ କୁହାଯାଇଛି ଯେ, RTE ନିୟମ ଅନୁଯାୟୀ ଘରୋଇ ବିଦ୍ୟାଳୟଗୁଡ଼ିକ ନିଜ ଆସନର ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଛନ୍ତି। ଏହି ବ୍ୟବସ୍ଥା ବଦଳରେ ସରକାରଙ୍କ ପକ୍ଷରୁ ନିୟମାନୁସାରେ ପ୍ରତିପୂରଣ ଦିଆଯିବା କଥା। କିନ୍ତୁ ଦୀର୍ଘ ସମୟ ଧରି ଏହି ରାଶି ପ୍ରଦାନ ହୋଇନଥିବାରୁ ଘରୋଇ ସ୍କୁଲଗୁଡ଼ିକ ଆର୍ଥିକ ଚାପରେ ପଡ଼ୁଥିବା ସଂଘ ଅଭିଯୋଗ କରିଛି।
ଏଥିସହ Certificate of Recognition (COR) ପ୍ରଦାନର ଅବଧିକୁ ନେଇ ମଧ୍ୟ ସଂଘ ଦାବି ଉଠାଇଛି। ନିଜସ୍ୱ ଭିତ୍ତିଭୂମି ଓ ଜମି ଥିବା ଘରୋଇ ବିଦ୍ୟାଳୟଗୁଡ଼ିକୁ ଆଜୀବନ COR ପ୍ରଦାନ କରିବା ସହ ଭଡ଼ା ଘରେ ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ୧୦ ବର୍ଷ ପାଇଁ COR ପ୍ରଦାନ କରିବାକୁ ଦାବି କରାଯାଇଛି।
ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଘରୋଇ ସ୍କୁଲ ସଂଘର ଚେୟାରମ୍ୟାନ ଡ. ଶିବରାମ ନାୟକ, ସମ୍ପାଦକ ୟୌସୁଫ ଅହମ୍ମଦ, ଡ. ଯାହାଙ୍ଗୀର ଖାନ, ଜେ. ମନହର, ବୁନିତା ଗୌଡ଼, ଯଶୋବନ୍ତି ମେହେର, ଶଶିକାନ୍ତ ସୁନାନୀଙ୍କ ସମେତ ଜିଲ୍ଲାର ୧୩ଟି ବ୍ଲକ୍‌ର ଅଧ୍ୟକ୍ଷ, ସମ୍ପାଦକ ଓ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଘରୋଇ ବିଦ୍ୟାଳୟଗୁଡ଼ିକର ଏହି ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ଦାବିପତ୍ରକୁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ନେଇ ସଂଘକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User