ଶିକ୍ଷା  ଓ ଭାଷା ଭିତ୍ତିକ ସଚେତନତା  କାର୍ଯ୍ୟକ୍ରମ ଅନୁଷ୍ଠିତ ।

Oct 27, 2025 - 20:14
 0  92
ଶିକ୍ଷା  ଓ ଭାଷା ଭିତ୍ତିକ ସଚେତନତା  କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଝରିଗାଁ,୨୭l୧୦ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ନୋଡାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଜ୍ଞାନ ପ୍ରକାଶ , ବୌଦ୍ଧ ଓ ଫକୀର ମୋହନ  ପଠନ ଶାଳା,ଉମରକୋଟର ମିଳିତ ଆନୁକୂଲ୍ୟରେ  ଶିକ୍ଷା ଓ ଭାଷା ଭିତ୍ତିକ ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଅବସରପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ବିରେନ୍ଦ୍ର କୁମାର ପାଢ଼ୀଙ୍କ ସଭାପତିତ୍ବରେ ଉଦ୍ଘାଟକ  ଜ୍ଞାନଚାନ୍ଦ  ଶତପଥୀ, ପ୍ରତିଷ୍ଠାତା  ଜ୍ଞାନ ପ୍ରକାଶ ମୁଖ୍ୟବକ୍ତା ଶ୍ରୀ ପରୀକ୍ଷିତ ସାହୁ, ଅଧ୍ୟକ୍ଷ  ରାଇଘର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁଖ୍ୟ ଅତିଥି ଶ୍ରୀ ସୁମନ୍ତ କୁମାର ପାତ୍ର, ତହସିଲଦାର ଝରିଗାଁ, ସମ୍ମାନୀତ ଅତିଥି ଭାବରେ ପ୍ରଭଞ୍ଜନ ତ୍ରିପାଠୀ  , ରଞ୍ଜନ କୁମାର ବେହେରା,ରୋହିଣୀ ତପସ୍ଵିନୀ ହଜାରେ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଚାସୀନ ଥିଲେ । ସଂଯୋଜିକ ଭାବରେ ଡକ୍ଟର ସବିତା ଶତପଥି,ସ୍ୱାଗତିକା ସାହୁ ମଞ୍ଚାସିନ ଥିଲେ।ଭାଷା ଓ ସାହିତ୍ୟ ପାଇଁ ଆନ୍ଦୋଳନ ଓ ସୁରକ୍ଷା ଚାହୁ଼ଁଥିବା ଅନୁଷ୍ଠାନ ମଧ୍ୟରୁ  ଉଦ୍ଘାଟନ ପୂର୍ବକ ସମ୍ପ୍ରତ୍ତି ସାହିତ୍ୟ ଓ ଶିକ୍ଷା ପ୍ରସଙ୍ଗରେ ଆଲୋଚନା ରଖିଥିଲେ ।ଦ୍ଵିତୀୟ ଅଧିବେଶନରେ  ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ,ସଂପାଦକ ଫକୀରମୋହନ ପଠନଶାଳାଙ୍କ ସଭାପତିତ୍ବରେ  ମୁଖ୍ୟ ଅତିଥି ଭାବରେ ଶ୍ରୀ ବଲ୍ଲଭ କୁମାର ରାଉତ, ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ, ବରେଣ୍ୟ ଅତିଥି ଶ୍ରୀ ସୁରେନ୍ଦ୍ର ନାଥ ଦାଶ, ପୂର୍ବତନ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ , ମୁଖ୍ୟ ବକ୍ତା ଭାବରେ ଡକ୍ଟର ମୁନୀନ୍ଦ୍ର  ମହାଳିକ, ପୂର୍ବତନ ଅଧ୍ୟକ୍ଷ ବୀରମିତ୍ରପୂର୍ ମହାବିଦ୍ୟାଳୟ,ସୁନ୍ଦରଗଡ଼,ସମ୍ମାନୀତ ଅତିଥି ଭାବରେ ଶ୍ରୀ ଦୁର୍ଗା ପ୍ରସାଦ ପାଢ଼ୀ,ଶ୍ରୀମତୀ  ପ୍ରୀତିସ୍ନିଗ୍ଧା ମହାପାତ୍ର, ଶ୍ରୀ ସହଦେବ ପରିଡ଼ା,ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ଦାସ,ଶ୍ରୀଯୁକ୍ତ ଶଙ୍କର କୁମାର ନାଲା,  ମଞ୍ଚାସୀନ ହୋଇ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ ।ମଞ୍ଚ ପରିଚାଳନା କରିଥିଲେ ଯୁବ କବି ସାଗର କୁମାର ପରିଡ଼ା ।ତୃତୀୟ ଅଧିବେଶନ ବରିଷ୍ଠ ନାଟ୍ୟକାର ଗୋପାଳ ମହାରଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା   , ସମ୍ମାନୀତ ଅତିଥି ଭାବରେ ଶ୍ରୀମତୀ ଶାନ୍ତିଲତା ମହାନ୍ତି,  ଡକ୍ଟର ସନ୍ତୋଷ କୁମାର ଖମାରୀ,ସଂପାଦକ ସମ୍ବାଦ ସାହିତ୍ୟ ଘର,   କେଦାରେଶ୍ୱର  ପଟ୍ଟନାୟକ , ମହାନନ୍ଦ ମହାଳିକ ମଞ୍ଚାସୀନ ଥିଲେ।ସୁଦୂର କଳା ହାଣ୍ଡି,କୋରାପୁଟ, ସୋନପୁର, ରାୟଗଡ଼ା ଆଦି ଜିଲ୍ଲାରୁ ବହୁ କବି ଲେଖକ ଯୋଗ ଦାନ ଦେଇ ୬୮ ଟି ସ୍ଵ ରଚିତ କବିତା ଆବୃତ୍ତି କରି ଥିଲେ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ର ରେ ବିଶେଷ ଅବଦାନ ଥିବା ବ୍ୟକ୍ତି ମାନଙ୍କୁ ଜ୍ଞାନ ପ୍ରକାଶ ସମ୍ମାନ ୨୦୨୫ ରେ ସମ୍ମାନିତ କରା ଯାଇଥିଲା ।  ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ  ଶ୍ରୀଯୁକ୍ତ ମହାନନ୍ଦ ମହାଳିକ , ସାଗର କୁମାର ପରିଡ଼ା,ଶ୍ରୀ ବିବେକା ନନ୍ଦ ପଟ୍ଟନାୟକ, ନୟନ ବାଳା ମଲ୍ଲିକ,ଆନନ୍ଦ ,ଆନନ୍ଦ କୁମାର ଖୁଣ୍ଟିଆ,ରଶ୍ମିତା ସ୍ୱାଇଁ,ରାଜକିଶୋର ନାୟକ,ପ୍ରକାଶ ଚନ୍ଦ୍ର ବେହେରା , ସଞ୍ଜୟ କୁମାର ସାହୁ ପ୍ରଭୁତି ପରିଚାଳନା କରିଥିଲେ ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR