ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ ବିଡ଼ିଓଙ୍କ ସହିତ ବିଭିର୍ଣ୍ଣ ଯୋଜନା କାର୍ଯ୍ୟକାରୀ ଉପରେ ଆଲୋଚନା

Apr 12, 2025 - 17:20
0 241
ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ ବିଡ଼ିଓଙ୍କ ସହିତ ବିଭିର୍ଣ୍ଣ ଯୋଜନା କାର୍ଯ୍ୟକାରୀ ଉପରେ ଆଲୋଚନା

ଫୁଲବାଣୀ,୧୨|୪: କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଳକ ବଇଡା ଗ୍ରାମର ଗୋଲକ ବିହାରୀ କହଁର ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଭାବେ ନିର୍ବାଚିତ ହେଲା ପରେ ଶୁକ୍ରବାର ଦିନ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଭେଟି ଫୁଲବାଣୀ ବ୍ଲକ ଅନ୍ତର୍ଗତ ୧୧ ଗୋଟି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ଥ‌ିବା ବିଭିନ୍ନ ସମସ୍ୟା ଗୁଡିକ କିଭଳି ତୁରନ୍ତ ସମାଧାନ ହୋଇପାରିବ ଏବଂ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଗରିବ ଲୋକଙ୍କ ନିକଟରେ ନିରପେକ୍ଷ ଭାବେ ପହଂଚିବ ସେ ନେଇ ଗୋଷ୍ଠୀ ଉନୟନ ଅଧିକାରୀ ସୋମ୍ୟ ରଞ୍ଜନ ପାତ୍ରଙ୍କ ସହ ଆଲୋଚନା କରିଥିଲେ । ବିଡ଼ିଓ ଶ୍ରୀ ପାତ୍ର ସରକାର ଙ୍କର ସମସ୍ତ ଯୋଜନାକୁ ପ୍ରକୃତ ହିତାଧ୍କାରୀଙ୍କୁ ନିକଟରେ ପହଞ୍ଚାଇବାକୁ ପ୍ରଶାସନ ସବୁବେଳେ ପ୍ରସ୍ତୁତ ହୋଇ ରହିଛି ବୋଲି ପ୍ରକାଶ କରିଥିଲେ । ମଣ୍ଡଳ ସଭାପତି ଶ୍ରୀ କହଁର ବିଡ଼ିଓ ସହିତ ଆଲୋଚନା ବେଳେ ପୂର୍ବତନ ମଣ୍ଡଳ ସଭାପତି ଆଦିତ୍ୟ କହଁର,ମିଣିଆ ସରପଞ୍ଚ ଗୌତମ ମଲ୍ଲିକ,ଜୟନ୍ତ କହଁର, ଲଳିତ ଦିଗାଲ, ଭାଗିରାମ ଦିଗାଲ, ସୁବ୍ରତ କହଁର, ରୁନା ସାହାଣୀ, ଲୋଚନ ମଲ୍ଲିକଙ୍କ ସମେତ ବହୁ ବିଜେପି କର୍ମି ଉପସ୍ଥିତ ଥିଲେ। ନବ ନିଯୁକ୍ତ ମଣ୍ଡଳ ସଭାପତି ଯଦି ପ୍ରତ୍ୟେକ କ୍ଷେତ୍ରରେ ଏଭଳି ତ୍ବରାନ୍ବିତ ପଦକ୍ଷେପ ଗ୍ରହଣ କରିବା ସହିତ ଜିଲ୍ଲାର ବିଭିର୍ଣ୍ଣ ପଦାଧିକାରୀ ମାନଙ୍କ ସହିତ ଯୋଗ ସୂତ୍ର ରଖ୍ କାର୍ଯ୍ୟ କରିବେ ତାହେଲେ ନିଶ୍ଚିତ ଭାବରେ ପ୍ରଶାସନ ଚଳ ଚଞ୍ଚଳ ହେବା ସହିତ ଗ୍ରାମାଞ୍ଚଳର ଉନ୍ନତି ହେବା ସହିତ ବହୁ ପରିମାଣରେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଆଲୋଚନା ହେଉଛି ।

What's Your Reaction?

Like Like 1
Dislike Dislike 1
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User