କନ୍ଧମାଳରେ ଆୟୁଷ୍ମାନ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ
ଫୁଲବାଣୀ,୧୨l୪: କନ୍ଧମାଳ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଜିଲାର ସମସ୍ତ ୧୨ଟି ବ୍ଲକ ଅନ୍ତର୍ଗତ ୪୦ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୧ଟି ସହରାଞ୍ଚଳ ପ୍ରାଥମିକ ସୱାସ୍ଥ୍ୟ କେନ୍ଦ୍ରରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଫୁଲବାଣୀ ପ୍ରାଥମିକ ସହରାଞ୍ଚଳ କେନ୍ଦ୍ର ଅନ୍ତର୍ଗତ କାର୍ଯ୍ୟକ୍ରମ କରୋନେସନ ପଡିଆରେ ହୋଇଥିଲା। ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ସନ୍ତୋଷ ପାଢୀ ଏନେଇ ସୂଚନା ଦେଇ କହିଛନ୍ତି, ଜିଲ୍ଲାରେ ମୋଟ ୩ ଲକ୍ଷ ୭ ୭ ହଜାର ର ୨୭୩ଟି କାର୍ଡ ଓ ୩୬ ଲକ୍ଷ ୩୨ ହଜାର ୭୪୫ଟି କମ୍ବୋ କିଟ୍ ହସ୍ତଗତ ହୋଇଛି । ପୂର୍ବରୁ ଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧୁକାରୀଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଉକ୍ତ ନୂତନ କାର୍ଡ ପ୍ରଦାନ କରାଯିବ। ପ୍ରତ୍ୟେକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଗୋଟିଏ ସ୍ବାସ୍ଥ୍ୟ ସଚେତନତା ରଥ ବ୍ୟବସ୍ଥା କରାଯାଇଛି। ଏହି ରଥ ୭ଦିନ ପ୍ରତ୍ୟେକ ଗ୍ରାମ ପରିକ୍ରମା କରି ହିତାଧୁକାରୀଙ୍କୁ ସଚେତନ କରିବ । ଆଶାକର୍ମୀମାନେ ଜନ ସେବା କେନ୍ଦ୍ର ସଦସ୍ୟଙ୍କ ସହ ମିଶି ଘରକୁ ଘର ବୁଲି ୧୨ ତାରିଖଠାରୁ । ବାଣ୍ଟିବେ। କାର୍ଯ୍ୟକ୍ରମରେ ଫୁଲବାଣୀ ପୌର ଅଧ୍ୟକ୍ଷା ପାୟଲ ବେହେରା, ପଞ୍ଚାୟତ ସମିତି ଅଧ୍ଯକ୍ଷା କ୍ଷା ସସ୍ମିତା କହଁର, ଜିଲା ପରିଷଦ ସଦସ୍ୟ ଚନ୍ଦ୍ରମା ମଲ୍ଲିକ, ଏମପ ପ୍ରତିନିଧ୍ ଜଗନ୍ନାଥ । ସାହୁ, ଅନିଲ ପ୍ରଧାନ, ବିଡିଓ ସୌମ୍ୟରଞ୍ଜନ ପାତ୍ର, ବିଧାୟକ ପ୍ରତିନିଧ୍ ରମେଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ।

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)