ପାଣି ପାଇଁ ବନ୍ଧସାହି ବାସିନ୍ଦା ହନ୍ତସନ୍ତ,ଗରା,ବାଲଟି ଧରି ରାଜରାସ୍ତାକୁ ମହିଳା।

Apr 11, 2025 - 22:35
0 39
ପାଣି ପାଇଁ ବନ୍ଧସାହି ବାସିନ୍ଦା ହନ୍ତସନ୍ତ,ଗରା,ବାଲଟି ଧରି  ରାଜରାସ୍ତାକୁ ମହିଳା।

ଖଜୁରିପଡା,୧୧l୪: ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ କ୍ଷୀପ୍ର ଭାବେ ଗତି କରୁଛି। ଫଳରେ ଭୂପୃଷ୍ଠରେ ଜଳସ୍ତର କମି ଗଲାଣି। ନଳକୂପ ଓ କୂଅରେ ଆଉ ପାଣି ଅଧିକ ହେଉନାହିଁ ।୧୫ ରୁ ୨୦ ଦିନ ହେବ ପାଣି ପାଇଁ ଆମେ ନାହିଁ ନଥିବା ହନ୍ତସନ୍ତ ହେଉଛୁ। ନଳକୂପ ଓ କୂଅରୁ ଆବଶ୍ୟକ ପରିମାଣର ପାଣି ମିଳୁ ନାହିଁ।ଏହାସ୍ଵତେ ପାନୀୟ ଜଳ ଯୋଗାଣ ବିଭାଗ ପାଇପ୍ ଯୋଗେ ଯୋଗାଇ ଦେଉଥିବା ପାଣିକୁ ସଠିକ୍ ଭାବେ ଯୋଗାଉ ନାହାଁନ୍ତି ତେଣୁ ଆମେ ଅସମ୍ଭାଳ ହୋଇ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓଲ୍ହାଇଛୁ ବୋଲି ପ୍ରତିବାଦରେ ଆଜି ଖଜୁରୀପଡ଼ା ବ୍ଲକ ସ୍ଥାନୀୟ ବନ୍ଧସାହି ମହିଳା ମାନେ ହଣ୍ଡା,ଗରା,ବାଲଟି ଧରି ଫୁଲବାଣୀ ଠାରୁ ଭୁବନେଶ୍ଵର ରାଜରାସ୍ତାକୁ ଅପୋରୋଧ କରୁଥିଲେ। ହଟାତ ଖବର ପାଇ ପାନୀୟ ଜଳ ଯୋଗାଣ ବିଭାଗ ମହିଳା ମାନଙ୍କ ନିକଟରେ ପହଞ୍ଚି ବୁଝା ସୁଝା କରିଥିଲେ ଓ ନିୟମିତ ସଠିକ୍ ଭାବରେ ପାଣି ଯୋଗାଇଦେବାକୁ ପ୍ରତଶ୍ରୁତି ଦେଲାପରେ ମହିଳା ମାନେ ଆନ୍ଦୋଳନ କରିବାକୁ ସ୍ଥଗିତ ରଖିଥିଲେ। ଏବଂ ଚେତାବନୀ ଦେଇ କହିଲେ ପାନୀୟ ଜଳ ଯୋଗାଣ ରେ ଟିକିଏ ଖିଲାପ ହେଲେ ଆମେ ନିଶ୍ଚିତ ଭାବେ ପ୍ରତିବାଦ କରି ରାସ୍ତା ଅବରୋଧ କରିବୁ ବୋଲି। ଏଠାରେ ପ୍ରଶ୍ନ ଉଠୁଛି ଯେ ହେଡ୍ କ୍ୱାଟର ରେ ଯଦି ଲୋକେ ପାଣି ପାଇଁ କଲବଲ ହେଇଛନ୍ତି ଓ ରାଜରାସ୍ତାକୁ ଓହ୍ଲାଉଛନ୍ତି ତାହେଲେ ଗୁର୍ଗମ ଇଲାକାରେ ପାଣି ପାଇଁ ଲୋକେ କଣ ନ ହେଉଥିବେ। ନୂତନ ସରକାର ପ୍ରଥମରୁ ତତ୍ ପରତତାର ସହିତ ପାଣି ପାଇଁ ଗୁରୁତ୍ତ୍ଵ ଦେଇଛନ୍ତି ଓ ସେହି ଅନୁସାରେ ପାନୀୟଜଳ ଯୋଗାଣ ପାଇଁ ଅର୍ଥମଞ୍ଜୁର କରି ପ୍ରତି ପଞ୍ଚାୟତ ଗୁଡ଼ିକୁ ପାଣି ଯୋଗାଇଦେବାରେ ସତର୍କ ରହିବାକୁ କଡ଼ା ନିର୍ଦ୍ଧେଶ ଦେଇଛନ୍ତି। ତଥାପି କୋଉଠି ନା କୋଉଠି ବିଭାଗୀୟ କର୍ମଚାରୀଙ୍କ ଅବହେଳା ପାଇଁ ପାଇପରେ ପାଣି ଠିକ୍ ଭାବେ ନିୟମିତ ମିଳି ପାରୁ ନାହିଁ। ବନ୍ଧସାହି ମହିଳା ମାନଙ୍କ ଅଳ୍ପକେ ଆନ୍ଦୋଳନ ସ୍ଥଗିତ ରହି ଯିବାରୁ ପାନୀୟ ଜଳ ଯୋଗାଣ ବିଭାଗ ଆସୁସ୍ଥି ମନେକରିଥିଲେ।ହେଲେ ଲୋକଙ୍କୁ ପାଣି ସଠିକ୍ ଭାବେ ପାଣି ଯୋଗାଇଦେବାକୁ ପଞ୍ଚାୟତ ଓ ପାନୀୟ ଜଳ ଯୋଗାଣ ବିଭାଗର କାର୍ଯ୍ଯ କଲପ କେତେ ଗୁରୁତ୍ବ ରହୁଛି ଦେଖିବାରେ ବାକି ରହିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User