ଆଦିବାସୀ ଙ୍କୁ ରୋଜଗାର ଯୋଗାଉଛି ଚାହାର କୋଳି।

May 09, 2025 - 12:08
0 67
ଆଦିବାସୀ ଙ୍କୁ ରୋଜଗାର ଯୋଗାଉଛି ଚାହାର କୋଳି।

ଝରିଗାଁ,୯l୫ ( ଷ୍ଟାର ନିୟୁଜ ଓଡ଼ିଶା): ଜଙ୍ଗଲ ତଳି ଓ ଜଙ୍ଗଲ ଘେରା ଅଞ୍ଚଳରେ ବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ଲୋକେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କ ଜୀବିନଜୀବିକା ନିର୍ବାହ କରିଥାନ୍ତି। ଯାହାକି ଆଦି ମଣିଷ ସମାଜ ଆଦ୍ୟରୁ ଜଙ୍ଗଲ ଉପରେ ନିର୍ଭର କରିଆସୁଥିବା ବେଳେ କୃଷି ଓ ପଶୁପାଳନ କରି ବଞ୍ଚି ଆସୁଛି।ସେମାନଙ୍କ ସାମାଜିକ ,ସାଂସ୍କୃତିକ ଜୀବନ ପ୍ରବାହିତ ସହିତ ଲଘୁ ବନଜାତ ଦ୍ରବ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ଏମାନେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ବର୍ଷର ୫/୬ ମାସ ଜୀବିକା ନିର୍ବାହ କରିଥାନ୍ତି। ଫଳ,କୋଳି, କନ୍ଦା ମଧ୍ୟରେ କେନ୍ଦୁ,ହରିଡା,ବାହାଡା,ସାହାଡ଼ା, ଅଁଅଳା, ଚାଆଁର, କୁସୁମ, ତେନ୍ତୁଳି,ଟୋଲ,ତେନ୍ତୁଳି,ଆମ୍ବ ଟାକୁଆ,ଲାଖ ଝୁଣା ମହୁ ଆଦି ବନାଞ୍ଚଳ ବାସୀଙ୍କ ଜୀବିକା ନିର୍ବାହର ପ୍ରଧାନ ପନ୍ଥା ରହି ଆସିଛି। ବିଶେଷକରି ଗ୍ରୀଷ୍ମରେ ଝରିଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ଲୋକେ ଚାଆଁର ମଞ୍ଜି ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ଚକଲା ପଦର, ଟେମେରା, ତେଲନଦି , ଚଚା, ଇଚ୍ଛାପୁର ,ଝରିଗାଁ ଆଦି ପଞ୍ଚାୟତର ଜଙ୍ଗଲଘେରା ଅଞ୍ଚଳ ରହିଥିବାରୁ ବିଭିନ୍ନ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଲୋକେ ସଂଗ୍ରହ କରି ଅର୍ଥ ରୋଜଗାର କରୁଛନ୍ତି। ସମୟକ୍ରମେ ଜଙ୍ଗଲ ହ୍ରାସ ଯୋଗୁଁ ଏସବୁ ଉତ୍ପାଦନ ହାର ପାତାଳକୁ ଖସିଛି। ପୂର୍ବଭଳି ଆଉ ଲଘୁ ବନଜାତ ଦ୍ରବ୍ୟ ମିଳୁନଥିବା କହିଛନ୍ତି ଅଞ୍ଚଳବାସୀ। ବର୍ତମାନ ସ୍ଥିତିରେ ଚାଆଁର କୋଳି ସଂଗ୍ରହ ଚାଲିଥିବା ବେଳେ କିଲୋ ପ୍ରତି ୨୫୦.୦୦ ଟଙ୍କା ଦରରେ ସ୍ଥାନୀୟ ବେପାରୀ ନିକଟରେ ଲୋକେ ବିକ୍ରୟ କରୁଛନ୍ତି। ରାଜ୍ୟ ସରକାର ଲଘୁ ବନଜାତ ଦ୍ରବ୍ୟ କ୍ରୟ ଏବଂ ଏମ ଏସ ପି ରେ ଲୋକେ ବିକ୍ରୟ ପାଇଁ ଲାଭ ଯୋଜନା ଲାଗୁ ହୋଇଛି। ଏଫ୍ ଏ କୀୟୁ ଗୁଣବତ୍ତା ଥିବା ଲଘୁ ବନଜାତ ଦ୍ରବ୍ୟ କ୍ରୟ କରିବାକୁ ଓଡିଶା ଜୀବିକା ମିଶନ ମହିଳା ଏମ ବି କେ ମାନଙ୍କ ସହଯୋଗ ଏବଂ ପରିଚାଳନାରେ ଏସ ହେଚ ଜି ଙ୍କୁ କ୍ରୟ କରିବାକୁ ପ୍ରୋତ୍ସାହନ ଦିଆଯାଉଛି। ଏଥି ପାଇଁ ରାଜ୍ୟ ସରକାର ରାଜ୍ୟ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ବିଭିନ୍ନ ଏଜେନ୍ସି ଏନ୍ ଟି ଏଫ୍ ପି କ୍ରୟ କରୁଛନ୍ତି। ଅନ୍ୟ ପକ୍ଷେ ଏସବୁ ଟି ଡି ସି ସି କୁ ବିକ୍ରୟ କରିବାକୁ ପ୍ରାବଧାନ ରହିଛି।ସରକାରୀ କାଗଜ ପତ୍ରରେ କ୍ରୟ ବିକ୍ରୟ କେବଳ ଚାଲିଛି। ଉତ୍ପାଦିତ ଲଘୁ ବନଜାତ ଦ୍ରବ୍ୟ ବାହାର ବେପାରୀ ଲୋକଙ୍କ ଠାରୁ କମ୍ ମୂଲ୍ୟରେ କ୍ରୟ କରି ପ୍ରକୃତ ଲାଭ ସେମାନେ ପାଉଥିବା ବେଳେ ଭୋର ସକାଳୁ ୬ ଘଣ୍ଟା ବେଳେ ଜଙ୍ଗଲକୁ ଯାଇ କଠିନ ପରିଶ୍ରମ କରି ଖରାରେ ସିଝି ଲଘୁ ବନଜାତ ଦ୍ରବ୍ୟ ଆଦି ସଂଗ୍ରହ କରି ଆଣି ବେପାରୀକୁ ଲାଭ ଦେଉଛନ୍ତି। ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସିଧାସଳଖ ଲାଭ ଲୋକେ ପାଇ ପାରନ୍ତେ। ଚାଆଁର କୋଳି ଖାଇବାକୁ ସ୍ଵାଦିଷ୍ଟ ଲାଗିଥାଏ। ଏହାର ମଞ୍ଜି ବିଭିନ୍ନ ରୋଗ ପାଇଁ ଔଷଧ ରେ ବ୍ୟବହାର ହୋଇଥାଏ। ବିଶେଷ କରି ହାଇ କୋଲଷ୍ଟ୍ରୋଲ୍, କନ୍ସ୍ତିପେଶନ, ଇନ୍ସଅମାନିଆ,ଯକୃତ ସମ୍ବନ୍ଧୀୟ ରୋଗ ଜଣ୍ଡିସ ଓ ସ୍କିନ ରୋଗ ଆଦିରେ ଏହାର ମଞ୍ଜି ଔଷଧ ଉପାଦାନ ରୂପେ ବ୍ୟବହାର ହୋଇଥାଏ। କ୍ଵିଣ୍ଟାଲ ପ୍ରତି ୨୫୦୦୦ ଟଙ୍କା ବର୍ତ୍ତମାନ ବଜାର ରେ କିଣା ଚାଲିଛି। ଏସବୁ ଦୃଷ୍ଟିରୁ ଚାଆଁର ମଂଜୁର ଚାହିଦା ସର୍ବଦା ବୃଦ୍ଧି ପାଇ ଆସୁଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User