ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ୨ କୁ ନେଇ ଗୁରୁତର ଆଲୋଚନା l

May 8, 2025 - 20:48
 0  21
ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ୨ କୁ ନେଇ  ଗୁରୁତର ଆଲୋଚନା l

କେସିଙ୍ଗା, ୮l୫(ଷ୍ଟାରନିଉଜ ଓଡିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ ଏ ସି ରେପ୍ରଧାନମନ୍ତ୍ରୀ ଆବାସ-୨.୦ର ପ୍ରଚାର ପ୍ରସାର ଓ ଯୋଜନାରେ ଉପଯୁକ୍ତ ହିତାଧିକାରୀ ଚୟନ ପାଇଁ କେସିଙ୍ଗା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ଗୁରୁବାର ଠାରୁ ଆରମ୍ଭ କରିଛି | ଏ ନେଇ ପୌର ପରିଷଦର ସଦଭାବନା ସଭାଗୃ ରେ ପ୍ରଧାନମନ୍ତ୍ରୀ ଆବାସ-୨.୦ର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏନ୍.ଏ.ସି ଅଧ୍ଯକ୍ଷ ନୃପରାଜ ୟାଦବ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଓ ଉପାଧ୍ୟକ୍ଷ୍ୟା ସରସ୍ବତୀ ସାହା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀ, ସମସ୍ତ କାଉନ୍‌ସିଲର ଯୋଗଦାନ କରିଥିଲେ | ଗରିବ, ବସ୍ତିବାସିନ୍ଦା, ନିରାଶ୍ରୟ ଓ ଭୂମିହୀନ ବ୍ୟକ୍ତିଙ୍କୁ କିପରି ପକ୍କାଗୃହ ଯୋଗାଇ ଦେବାକୁ ହେବ ପ୍ରଧାନମନ୍ତ୍ରୀ ଆବାସ-୨.୦ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା | ପ୍ରଧାନମନ୍ତ୍ରୀ ଆବାସ-୨.୦ରେ ସହାୟତା ରାଶି ୨.୫ ଲକ୍ଷ ଟଙ୍କା ସହ ୪ ମାସ ମଧ୍ୟରେ ଗୃହ ସମ୍ପୂର୍ଣ କରି ୨୦ ହଜାର ସରକାରୀ ପ୍ରୋତ୍ସାହନ ରାଶି ଓ ୬ ମାସ ମଧ୍ୟରେ ୧୦ ହଜାର ପ୍ରୋତ୍ସାହନ ମିଳିପାରିବ | ଏହି କାର୍ଯ୍ୟକ୍ରମରେ ପୌର ଯନ୍ତ୍ରୀ ନାରାୟଣ ମହାରଣା ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦାନ କରିବା ସହିତ ମୋହନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l

ସ୍ପେସିଆଲ ରିପୋର୍ଟର ସୁଜୟ ନଙ୍ଗଳତି

What's Your Reaction?

like

dislike

love

funny

angry

sad

wow