ଡୁଡୁକେଲ ଗ୍ରାମ ଠାରେ ବ୍ଲକ ଯାଦବ ଭବନ ଉଦ୍ଘାଟିତ ।

May 29, 2025 - 07:20
0 65

କଳାହାଣ୍ଡି,୨୯l୫(ଷ୍ଟାରନିୟୁଜ ଓଡ଼ିଆ ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡୁଡୁକେଲ ଗ୍ରାମ ଠାରେ ଗୋଲାମୁଣ୍ଡା ଯାଦବ ମହାସଭାର ବ୍ଲକ ଯାଦବ ଭବନ ଉଦଘାଟିତ ହୋଇଯାଇଛି । ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭାର ସଭାପତି ଶ୍ରୀ ଗିରିଧାରୀ ତେଜି, ସଂପାଦକ ଶ୍ରୀ ପରିକ୍ଷିତ ଖର୍ସେଲ ଓ କୋଷାଧ୍ୟକ୍ଷ ଶ୍ରୀରୋମାଞ୍ଚଲ ତେଜିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକର୍ମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ପୂର୍ବତନ ବିଧାୟକ ଶ୍ରୀ ମୌଷଧି ବାଗ ଏବଂ ଉପ ସଭାପତି ଉତ୍କଳ ଯାଦବ ମହାସଭା ଶ୍ରୀଲମ୍ବୋଦର ନିଆଲ ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ। ଏହି ଉଦ୍ଘାଟନ ଉତ୍ସଵ ଅବସରରେ ଅଷ୍ଟ ପ୍ରହରୀ ଅଖଣ୍ଡ ନାମ ସଂକୀର୍ତ୍ତନ ଆୟୋଜିତ ହେଉଛି ଓ ଯଜ୍ଞ କର୍ତ୍ତାକର୍ତୀ ଭାବରେ ସପତ୍ନିକ ଶ୍ରୀଗିରିଧାରୀ ତେଜି ଓ ଶ୍ରୀମତୀ ପିଙ୍କି ତେଜି କାର୍ଯ୍ୟ ତୁଲାଉଛନ୍ତି।ଅଖଣ୍ଡ ନାମ ଯଜ୍ଞ ସଂକୀର୍ତ୍ତନରେ ଆଠ ଗୋଟି ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି। ଉକ୍ତ ଯାଦବ ଭବନ ନିର୍ମାଣ ପାଇଁ ଶ୍ରୀ ରାମକୃଷ୍ଣ ବଗର୍ତ୍ତି ଓ ଶ୍ରୀସୁବାଷ ବଗର୍ତ୍ତୀ ଭୂମିଦାନ କରିଛନ୍ତି। କାର୍ଯ୍ୟକ୍ରମକୁ ସମସ୍ତ ଯାଦବ ପରିବାର ସହଯୋଗ କରିଛନ୍ତି।

 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User