ଏସସିବି ଅଗ୍ନିକାଣ୍ଡ ପ୍ରତିବାଦ: ଯୁବ ବିଜେଡିଙ୍କ ବିକ୍ଷୋଭ, ନ୍ୟାୟ ଦାବି

Mar 31, 2026 - 19:24
0 11
ଏସସିବି ଅଗ୍ନିକାଣ୍ଡ ପ୍ରତିବାଦ: ଯୁବ ବିଜେଡିଙ୍କ ବିକ୍ଷୋଭ, ନ୍ୟାୟ ଦାବି

ଭବାନୀପାଟଣା ୩୧/ ୦୩(ଷ୍ଟାର ନିୟୁଜ ଓଡିଶା )କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଆଇସିୟୁରେ ଘଟିଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଭବାନୀପାଟଣା ଗାନ୍ଧୀ ଛକ ଠାରେ ଭାରୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଯୁବ ବିଜେଡି କର୍ମୀମାନେ ଏହି ଘଟଣାକୁ “ମନୁଷ୍ୟକୃତ ଅପରାଧ” ବୋଲି ଅଭିଯୋଗ କରିଥିବା ସହିତ ମୃତକ ୧୩ ଜଣଙ୍କ ପରିବାରକୁ ପ୍ରତିଜଣଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି। ଏହା ସହିତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଅବହେଳା ଦାୟୀ ବୋଲି ଅଭିଯୋଗ କରି ତୁରନ୍ତ ତାଙ୍କ ଇସ୍ତଫା ଦାବି କରାଯାଇଛି।
ଏହି ପ୍ରତିବାଦ ସଭାରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଦ୍ୱାରା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିଷୟରେ ଦିଆଯାଇଥିବା ଅପମାନଜନକ ମନ୍ତବ୍ୟକୁ ତୀବ୍ର ନିନ୍ଦା କରାଯାଇଥିଲା। ଏହା ପ୍ରତିବାଦ ସ୍ୱରୂପ ଡଃ ମୁକେଶ ମହାଲିଙ୍ଗ ଓ ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି ଆନ୍ଦୋଳନରେ ଯୋଗଦେଇଥିଲେ। ସେମାନେ କହିଥିଲେ, “ରୋଗୀମାନେ ସୁସ୍ଥ ହେବା ଆଶାରେ ଏସସିବିକୁ ଆସନ୍ତି, କିନ୍ତୁ ପ୍ରଶାସନିକ ଅବହେଳାରୁ ଏଭଳି ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟିବା ଅତ୍ୟନ୍ତ ହୃଦୟବିଦାରକ।”
ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଉପସଭାପତି ମନିନ୍ଦ୍ର ମହାନ୍ତି, ନଗରପାଳ ବିଷ୍ଣୁ ପ୍ରଧାନ, ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ, ମହିଳା ସଭାନେତ୍ରୀ ସବିତା ପ୍ରଧାନ ସହିତ ଅନେକ ବରିଷ୍ଠ ଓ ଯୁବ ନେତାମାନେ ଯୋଗଦେଇଥିଲେ। 
 
 କଳାହାଣ୍ଡି ଜିଲ୍ଲା ପ୍ରତିନିଧି. ବିଷ୍ଣୁ ଚରଣ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User