କଳାହାଣ୍ଡି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଆସନ୍ତା ୧୧ ଜୁଲାଇରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ଭୁବନେଶ୍ବରରେ ବିଶାଳ ସମାବେଶ।

Jul 07, 2025 - 22:18
0 35
କଳାହାଣ୍ଡି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଆସନ୍ତା ୧୧ ଜୁଲାଇରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ଭୁବନେଶ୍ବରରେ ବିଶାଳ ସମାବେଶ।

କେସିଙ୍ଗା ଭବାନୀପାଟଣା ୭।୭: (ଷ୍ଟାରନିୟୁଜ ଓଡିଶା )କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଆସନ୍ତା ୧୧ ଜୁଲାଇରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ କଂଗ୍ରେସ (AICC)ର ସଭାପତି ମଲ୍ଲିକାର୍ଜୁନ ଖଙ୍ଗେ ମଧ୍ୟ ଓଡ଼ିଶା ଆସିବେ। ଏହି ସୂଚନା ଦେଇଛନ୍ତି  ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଶ୍ରୀ ଜଳନ୍ଧର ନାଏକ। ଉଭୟ ନେତା ଭୁବନେଶ୍ବରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏକ ବିଶାଳ ସମାବେଶରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବାର ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି।

ଗତ କିଛି ଦିନ ହେବ ରାହୁଲ ଗାନ୍ଧି ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆ ଓ ଜାତୀୟ ମଞ୍ଚରେ ନିଜର ମତ ପ୍ରକାଶ କରୁଛନ୍ତି। ନିକଟରେ ଗଞ୍ଜାମରେ ଦୁଇ ଦଳିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଏବଂ ପୁରୀ ରଥଯାତ୍ରା ସମୟରେ ବିଶୃଙ୍ଖଳା ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟରେ ଭାଜପା ସରକାର କ୍ଷମତାରେ ଥିବାରୁ ଏହି ଗସ୍ତ ସମୟରେ ରାହୁଲ ଭାଜପା ସରକାରଙ୍କ ନୀତି ଓ କାର୍ଯ୍ୟକୁ ନେଇ ତୀବ୍ର ସମାଲୋଚନା କରିପାରନ୍ତି ଏବଂ "ମୋଦି ହଟାଓ ସମ୍ବିଧାନ ବଚାଓ, ଦେଶ ବଚାଓ ଉପରେ ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ମିଡ଼ିଆ ସେଲ ର ଶ୍ରୀ ଅରବିନ୍ଦ ଦାସ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।ପୁନଶ୍ଚ, ସମଗ୍ର ରାଜ୍ୟର ୩୧୦ ବ୍ଲକରୁ ପାଖାପାଖି ୧ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User