କାଣ୍ଡେଲ ରୋଡ଼ ଷ୍ଟେସନ ରେ ତାପସ୍ୱିନୀ ଟ୍ରେନ ରହଣି ପାଇଁ ଡି.ଆର.ମ ଙ୍କ ନିକଟରେ ଦାବି।

Apr 24, 2025 - 21:56
0 33
କାଣ୍ଡେଲ ରୋଡ଼ ଷ୍ଟେସନ ରେ ତାପସ୍ୱିନୀ ଟ୍ରେନ ରହଣି ପାଇଁ ଡି.ଆର.ମ ଙ୍କ  ନିକଟରେ ଦାବି।

କେସିଙ୍ଗା,୨୪l୪( ଷ୍ଟାରନିଉଜ ଓଡିଶା): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ରେଳ ଷ୍ଟେସନରେ ୨ମିନିଟ ତାପସ୍ୱିନୀ ଟ୍ରେନ ରହଣି ସମେତ ବିଭିନ୍ନ ସମସ୍ୟା ଉପରେ ଡ଼ି.ଆର.ଏମ.ଙ୍କ ନିକଟରେ କେସିଙ୍ଗା ସିଟିଜେନ ଫୋରମ୍ ର ସଭାପତି ତଥା କଳାହାଣ୍ଡି ରେଳଯାତ୍ରୀ ସଂଘ ର ମୁଖ୍ୟ ପରାମର୍ଶ ଦାତା , ଜେଡ ଆର ୟୁ ସି ସି ମେମ୍ବର ଭୁବନେଶ୍ୱର ଡା. ହେମସାଗର ସାହା ସମ୍ବଲପୁର ରେଳ ଡିଭିଜନ୍ ର ନୂତନ ଡି .ଆର. ଏମ ସୁବାସ ଚନ୍ଦ୍ର ଚୌଧୁରୀ ଙ୍କୁ ତାଙ୍କ ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟରେ ଗତକାଲି ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଦାବି କରିଛନ୍ତି। କେସିଙ୍ଗା ରେଲୱେ ଷ୍ଟେସନ ର ବିଭିନ୍ନ ପ୍ଲାଟଫର୍ମ ରେ ଥିବା ସମସ୍ୟା ଦୂର କରିବା ସମେତ କାଣ୍ଡେଲ ରୋଡ଼ ରେଳ ଷ୍ଟେସନ ରେ ଦୁଇ ମିନିଟ ତାପସ୍ୱିନୀ ଟ୍ରେନ ରହିବା ପାଇଁ ଦାବି କରିଛନ୍ତି। ଏହି ରେଲୱେ ଷ୍ଟେସନ ରୁ ଭୁବନେଶ୍ୱର, କଟକ, ପୁରୀ, ବିଶାଖାପାଟଣା, ଦୁର୍ଗ, ଆଦି ଦୂର ଯାତ୍ରା କରିବାକୁ ଯାତ୍ରୀ ମାନେ କେସିଙ୍ଗା, ଟିଟିଲାଗଡ଼ , ଭବାନୀପାଟଣା ଦୂର ରେଲୱେ ଷ୍ଟେସନ କୁ ଯାଇ ଥାଆନ୍ତି।ଖରା ,ବର୍ଷା, ଶୀତ ଋତୁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେଣୁ କାଣ୍ଡେଲ ରୋଡ଼ ରେଲୱେ ଷ୍ଟେସନ ତାପସ୍ୱିନୀ ଟ୍ରେନ ଦୁଇ ମିନିଟ ରହଣି ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି।କେସିଙ୍ଗା ରେଳ ଷ୍ଟେସନ ରେ ପାର୍କିଂ ର ସୁବ୍ୟବସ୍ଥା, ପ୍ଲାଟଫର୍ମ ୨ ଓ ୩ ରେ ଟି ଷ୍ଟଲ ର ବ୍ୟବସ୍ଥା ,ପ୍ଲାଟଫାର୍ମ ୪ ରେ ରାସ୍ତାର ଉନ୍ନତି କରଣ ଏବଂ କାଣ୍ଡେଲ ରୋଡ ରେଳ ଷ୍ଟେସନ ୧,୨,୩,୪ ପ୍ଲାଟଫର୍ମ ରେ ପାନୀୟଜଳ, ବିଦ୍ୟୁତ , ଫଙ୍ଖା ,ଶୌଚାଳୟ,ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଏହି ସବୁ ସମସ୍ୟା ର ସମାଧାନ କରିବା ପାଇଁ ଡ଼ି.ଆର.ଏମ. ଶ୍ରୀ ଚୌଧୁରୀ ପ୍ରତିଶ୍ରୁତି ଦେଇଥିବା ଡ. ସାହା ପ୍ରକାଶ କରିଛନନ୍ତି।

ସୁଜୟ ନଙ୍ଗଳତି ପ୍ରତିନିଧିକେସିଙ୍ଗା

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 4
Sad Sad 0
Angry Angry 0

Comments (0)

User