କେସିଙ୍ଗାରେ ବ୍ଲକସ୍ତରୀୟ ବିଜ୍ଞାନ ମଞ୍ଚ ଗଠିତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ବିଦ୍ୟାଳୟଗୁଡ଼ିକୁ ପ୍ରକଳ୍ପ ପ୍ରସ୍ତୁତି ନେଇ ଦିଗଦର୍ଶନ

Aug 24, 2026 - 17:34
0 18
କେସିଙ୍ଗାରେ ବ୍ଲକସ୍ତରୀୟ ବିଜ୍ଞାନ ମଞ୍ଚ ଗଠିତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ବିଦ୍ୟାଳୟଗୁଡ଼ିକୁ ପ୍ରକଳ୍ପ ପ୍ରସ୍ତୁତି ନେଇ ଦିଗଦର୍ଶନ

କେସିଙ୍ଗା, ୨୪/୮ (ଷ୍ଟାରନିୟୁଜ ଓଡ଼ିଶା): ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ଅନୁସନ୍ଧାନମୂଳକ ଚିନ୍ତନ ଓ ସମସ୍ୟା ସମାଧାନ କୌଶଳ ବିକଶିତ କରିବା ଲକ୍ଷ୍ୟରେ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ସଫଳ ଅଂଶଗ୍ରହଣ ନିମନ୍ତେ କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଜିଲ୍ଲା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ସଂଯୋଜକ ରବୀନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ସାଧନକର୍ମୀ ତଥା ବୋର୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ନିଶାଙ୍କ, ଟୁଣ୍ଡଲା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯତୀନ୍ଦ୍ର କୁମାର ପଧାନ, ଚାଞ୍ଚେର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ପ୍ରଧାନ ଏବଂ କେସିଙ୍ଗା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ କୁମାର ବାଗ ଯୋଗଦେଇଥିଲେ।
ବୈଠକରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅବସରରେ କେସିଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ କିପରି ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରସ୍ତୁତ କରିବେ, ପ୍ରକଳ୍ପର ବିଷୟ ଚୟନ, ଅନୁସନ୍ଧାନ ପଦ୍ଧତି ଓ ସମସ୍ୟାର ବୈଜ୍ଞାନିକ ସମାଧାନ ନେଇ ରବୀନ୍ଦ୍ର କୁମାର ପଟ୍ଟନାୟକ ଓ ପ୍ରକାଶ ନିଶାଙ୍କ ବିସ୍ତୃତ ଭାବେ ଦିଗଦର୍ଶନ ଦେଇଥିଲେ।
ଏହାପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କ ସଭାପତିତ୍ୱରେ କେସିଙ୍ଗା ବ୍ଲକସ୍ତରୀୟ ବିଜ୍ଞାନ ମଞ୍ଚ ଗଠନ କରାଯାଇଥିଲା। ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମକୁ ଅଧିକ ସୁସଂଗଠିତ ଓ ଫଳପ୍ରଦ କରିବା ପାଇଁ ବିଭିନ୍ନ କର୍ମକର୍ତ୍ତାଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ଶିକ୍ଷକ ଜି. କ୍ରିଷ୍ଣା ରେଡ୍ଡୀ ସଂଯୋଜନା କରିଥିବା ବେଳେ ପ୍ରଧାନଶିକ୍ଷକ ହେମନ୍ତ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଉପସ୍ଥିତ ଶିକ୍ଷକମାନେ କେସିଙ୍ଗା ବ୍ଲକର ଛାତ୍ରଛାତ୍ରୀଙ୍କୁ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User