ଚିତ୍ରକଳା କର୍ମଶାଳା ଉଦଯାପିତ

Jun 18, 2025 - 11:27
 0  26
ଚିତ୍ରକଳା କର୍ମଶାଳା ଉଦଯାପିତ


ଭବାନୀପାଟଣା, ୧୭।୦୬ (ଷ୍ଟାର ନିୟୁଜ ଓଡିଶା) : ସଂସ୍କାର ଭାରତୀ କଳାହାଣ୍ଡି ଓ ମାରବାଡି ଯୁବ ମଞ୍ଚ ଜାଗୃତି ଶାଖା ଅନୁକୂଲ୍ୟରେ ୭ ଦିନିଆ (୧୦ରୁ ୧୬ ଜୁନ) ଭାରତୀୟ କଳା ଦର୍ଶନ ଉପରେ ଶିଶୁ ଓ ମହିଳାମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନ ଭବାନୀପାଟଣାଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ କ୍ଷୀରସିନ୍ଧୁ ଭୋଇ ଚିତ୍ରଶିଳ୍ପୀ ତଥା ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ଚିତ୍ରକଳା ସଂଯୋଜକ ଓ ସଭ୍ୟା ଶ୍ରୀମତୀ ଭାରତୀ ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ୨୫ ଜଣ ଶିଶୁ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରି  ନିଜସ୍ଵ ଚିତ୍ର ଅଙ୍କନ କରିଥିଲେ । କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ଭୋଇ ଉପସ୍ଥିତ ସୃଜନ ମଣ୍ଡଳୀକୁ ସଂସ୍କାର ଭାରତୀର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଅନ୍ୟାନ୍ୟ ଅତିଥି ବିଶିଷ୍ଠ ଶିକ୍ଷାବିତ ଡ଼. ଉମେଶ ଚନ୍ଦ୍ର ଶତପଥି ସମସ୍ତ ପ୍ରତିଯୋଗୀମାନଙ୍କ ଚିତ୍ର ଅଙ୍କନକୁ ଭୁୟସୀ ପ୍ରସଂଶା କରିଥିଲେ। କଳାହାଣ୍ଡି ତହସିଲଦାର ଶ୍ରୀମତୀ ଶୁଭସ୍ମିତା ମିଶ୍ର ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ଅନ୍ୟତମ ଅତିଥି ତଥା ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ମହାମନ୍ତ୍ରୀ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଆଗାମୀ ଦିନରେ ସଂସ୍କାର ଭାରତୀ ଏପରି କାର୍ଯ୍ୟକ୍ରମର ନିଶ୍ଚିତ ସ୍ଥାପନ କରିବ ବୋଲି ମତ ପୋଷଣ କରିଥିଲେ। ବର୍ଷିୟାନ ଚିତ୍ରଶିଳ୍ପୀ ଶ୍ରୀ ଅକ୍ଷୟ କୁମାର ପଟ୍ଟନାଏକ ସମସ୍ତ ଚିତ୍ରଶିଳ୍ପୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ମାରବାଡି ଯୁବ ମଞ୍ଚର ସଭାପତି ଶୈଳେଶ କୁମାର ଓ ଜାଗୃତି ଶାଖାର ସମ୍ପାଦକ ଶ୍ରୀମତୀ ଜ୍ୟୋତି ଅଗ୍ରୱାଲ ଓ ମାରୱାଡି ମହିଳା ମଞ୍ଚର ସଭାନେତ୍ରୀ ଶ୍ରୀମତୀ ରାକ୍ଷୀ ଶର୍ମା ଏପରି କାର୍ଯ୍ୟକ୍ରମ ସଂଯୋଜନା ପାଇଁ ସଂସ୍କାର ଭାରତୀକୁ ଧନ୍ୟବାଦ ପ୍ରଦାନ କରିଥିଲେ । ସଂସ୍କାର ଭାରତୀ ପ୍ରାନ୍ତ ସଂଯୋଜକ ଶ୍ରୀମତୀ ଜ୍ୟୋତି ରାଣୀ ଦାସ, ପ୍ରାନ୍ତ ରଙ୍ଗୋଲି ସଂଯୋଜିକା ଶ୍ରୀମତୀ ସଂଯୁକ୍ତା ସା, ଜିଲ୍ଲା ନାଟ୍ୟ ପ୍ରମୁଖ ଆଲୋକ କୁମାର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

like

dislike

love

funny

angry

sad

wow

SUJAYA EDITOR