ପଞ୍ଚାୟତସ୍ତରୀୟ ନବମ ଯାଦବ ମହାସଭା ବୈଠକ ଅନୁଷ୍ଠିତ

Jun 18, 2025 - 11:37
0 30

ଲାଞ୍ଜିଗଡ, ୧୭/୦୬(  ଷ୍ଟାରନିୟୁଜ ଓଡିଶା)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତସ୍ତରୀୟ ନବମ ଯାଦବ ମହାସଭା ବୈଠକ ଅନୁଷ୍ଠିତ ହୋଇଯାଇଛି। ମଧୁପୁରଠାରେ ଅନୁଷ୍ଠିତ ବୈଠକରେ ଲାଞ୍ଜିଗଡ ବ୍ଲକ ଯାଦବ ମହାସଭାର ସାଧାରଣ ସଂପାଦକ ଧବଳେଶ୍ୱର ଠେଲା, କୋଷାଧ୍ୟକ୍ଷ ଲକ୍ଷ୍ମୀ ଚଣ୍ଡୀ, ସମାଜସେବୀ ରାଘବ ଗହୀର ପ୍ରମୁଖ ଯୋଗଦେଇଥିଲେ। ବ୍ଲକ ଉପସଭାପତି ଶୋଭାବନ ଛତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ତୀର୍ଥ ଗହୀର ଓ ନୃପରାଜ ଛତର ପରିଚାଳନା କରିଥିଲେ। ଏହି ଅବସରରେ ଯାଦବ ମହାସଭା ଗୋବର୍ଦ୍ଧନପୁର ପଞ୍ଚାୟତସ୍ତରୀୟ କମିଟି ଗଠିତ ହୋଇଥିଲା। ଏଥିରେ ପଞ୍ଚାୟତ ସଭାପତି ଭାବେ ଶୋଭାବନ ଛତର, ଉପସଭାପତି ଭାବେ ନିତ୍ୟାନନ୍ଦ ଛତର, ସାଧାରଣ ସଂପାଦକ ଭାବେ ନୃପରାଜ ଛତର, ସଂଗଠନ ସମ୍ପାଦକ ତୀର୍ଥ ଗହୀର, କୋଷାଧ୍ୟକ୍ଷ ଭାବେ ହୃଷିକେଶ ବଗର୍ତ୍ତିଙ୍କୁ ମନୋନୀତ କରାଯାଇଥିଲା। ସେହିପରି ପଞ୍ଚାୟତର ନଅଖଣ୍ଡ ଗାଁ ପାଇଁ ନଅଗୋଟି ଗ୍ରାମ୍ୟ କମିଟି ଓ ଭାତ କମିଟି ଗଠନ କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User