ଦୁଇ ବର୍ଷ ଧରି ଅନ୍ଧାର ରେ ଥିଲେ କାଲାଡି ଗ୍ରାମ ବାସୀ,ସମାଜ ସେବୀ ଙ୍କ ହସ୍ତକ୍ଷେପ ପରେ ଗ୍ରାମ ରେ ଜଳିଲା ବିଜୁଳି।

Jul 16, 2025 - 21:28
0 54
ଦୁଇ ବର୍ଷ ଧରି ଅନ୍ଧାର ରେ ଥିଲେ କାଲାଡି ଗ୍ରାମ ବାସୀ,ସମାଜ ସେବୀ ଙ୍କ ହସ୍ତକ୍ଷେପ ପରେ ଗ୍ରାମ ରେ ଜଳିଲା ବିଜୁଳି।

ଫିରିଙ୍ଗିଆ,୧୬l୭(ଷ୍ଟାର ନିୟୁଜ): ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହି ପଞ୍ଚାୟତ ଅଧିନରେ ଥିବ ଏଗାର ନମ୍ବର ୱାର୍ଡ କାଲାଡି ଗ୍ରାମର ବୣଡିପଡା ସାହିରରେ ବସବାସ କରୁଥିବା ଚଉଦ ପରିବାରକୁ ବିଦ୍ୟୁତ ସେବା ଯଗାଇ ଦେବାକୁ ସରକାରଙ୍କ ଦ୍ଵାରା ବସା ଯାଇଥିବା ବିଦ୍ୟୁତ ଖୁଣ୍ଟ ଅଦ୍ୟାବଧି ଦୁଇ ବର୍ଷ ତଳେ ଭାଙ୍ଗି ଯାଇଥିଲା ଯାହାଫଳରେ ଉକ୍ତ ସାହି କୁ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇ ପଡିଥିଲା। ଏ ସମ୍ପର୍କରେ ଉକ୍ତ ଗ୍ରାମବାସି ସ୍ଥାନୀୟ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ଥିବାବେଳେ ବିଦ୍ୟୁତ ବିଭାଗୀୟ ଅଧିକାରୀ ଗ୍ରାମରେ ଥିବା ବକେୟା ବିଦ୍ୟୁତ ବିଲ୍ ପୈଠକ କରିଲେ ଯାଇ ପୂନର୍ବାର ମରାମତି କରି ବିଦ୍ୟୁତ ସଂଯୋଗ କରାଯିବ ବଲି କହିଥିଲେ। ଯାହା ଫଳରେ ଗ୍ରାମବାସୀ ପରବର୍ତ୍ତୀ ସମୟରେ ୨୩୦୦୦ ଟଙ୍କା ବିଲ ପୈଠ ମଧ୍ୟ କରିଥିଲେ। କିନ୍ତୁ ପରିତାପ ବିଷୟ ବିଲ୍ ପୈଠ କରି ଦୁଇବର୍ଷ ବିତି ଯାଇଥିଲେ ସୁଧା ମରାମତ କରାଯାଇ ନ ଥିଲା। ଯାହା ଫଳରେ ନିରୀହ ଗ୍ରାମବାସି ଭାଗ୍ୟକୁ ଆଦରି ଦୁଇବର୍ଷ କାଳ ଅନ୍ଧାର ରେ ରାତି କାଟି ଆସୁଥିଲେ। ଏ ସମ୍ପର୍କ ରେ ସ୍ଥାନୀୟ ୱାର୍ଡ ମେମ୍ବର ଗିଞ୍ଜାରା ଦିଗାଲ ଅଞ୍ଚଳ ର ଯୁବ ସମାଜ ସେବୀ ସୁନାଶିର ଦିଗାଲ ଙ୍କୁ ଜଣାଇଥିଲେ। ତତ୍ପର ତାର ସହିତ ଯୁବ ସମାଜ ସେବୀ ଉକ୍ତ ଗ୍ରାମ କୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ସମସ୍ୟା ସମ୍ପର୍କ ରେ ଗ୍ରାମ ବାସୀଙ୍କ ସହିତ ଆଲୋଚନା କରିଥିଲେ ଏବଂ କାଲାଡି ଗ୍ରାମ ବୣଡାପଡା ସାହି ବାସିନ୍ଦା ଙ୍କ ସମସ୍ୟା ବିଷୟରେ ନିଜର ଏକ୍ସ (ଟୁଇଟର) ଆକାଉଣ୍ଟ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ମୁଖ୍ୟ ସାଶନ ସଚିବ ଓଡିଶା ଏବଂ ବିଦ୍ୟୁତ ବିଭାଗ କୁ ଅବଗତ କରିବା ସହିତ ଯଥାଶୀଘ୍ର ସମସ୍ୟା ଟିକୁ ସମାଧାନ କରିବା ପାଇଁ ଅଭିଯୋଗ କରିଥିଲେ। ଯୁବ ସମାଜ ସେବୀ ଙ୍କ ହସ୍ତକ୍ଷେପ ପରେ ବିଦ୍ୟୁତ ବିଭାଗ ତତ୍ପରତାର ସହିତ ୧୫ ଦିନ ମଧ୍ୟରେ ମରାମତି କରି ବିଦ୍ୟୁତ ସେବା ପୁନସ୍ଥାପିତ କରିଛନ୍ତି। ଏଣୁ କରି ଗ୍ରାମବାସୀ ଯୁବ ସମାଜ ସେବି ସୁନାଶିର ଦିଗାଲ ଙ୍କୁ କୣତଜ୍ଞତା ଜ୍ଞାପନ କରିବା ସହିତ ବିଦ୍ୟୁତ ବିଭାଗ କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User