ଭବାନୀପାଟଣା ବି.ଓ.ସି ଠିକାଦାର ଆସୋସିଏସନ ର ସାମ୍ବାଦିକ ସମ୍ମିଳନୀ

May 8, 2026 - 20:54
 0  11
ଭବାନୀପାଟଣା ବି.ଓ.ସି ଠିକାଦାର ଆସୋସିଏସନ ର ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି ଜିଲ୍ଲା. ତା. ୮l୫(ଷ୍ଟାର ନିୟୁଜ ଓଡିଶା )ଭବାନୀପାଟଣାସ୍ଥିତ ଏକ ସ୍ଥାନୀୟ ହୋଟେଲରେ ବି.ଓ.ସି ଠିକାଦାର ଆସୋସିଏସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସଂଘର କର୍ମକର୍ତ୍ତାମାନେ ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ କରିଛନ୍ତି। ବିଶେଷ କରି ସରକାର ଟେଣ୍ଡର ପ୍ରକ୍ରିୟାରୁ ୧୪.୯୯ ପ୍ରତିଶତ କେପିଙ୍ଗ୍ (Capping) ବ୍ୟବସ୍ଥା ଉଠାଇ ଦେବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚହଳ ସୃଷ୍ଟି ହୋଇଛି।
ସଂଘର ଅଭିଯୋଗ ଅନୁଯାୟୀ, ଏହି ନୂତନ ନିୟମ ଯୋଗୁଁ କିଛି ଲୋକ ୨୦ ରୁ ୩୦ ପ୍ରତିଶତ କମ୍ (Less) ଦରରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି, ଯାହା କାମର ମାନ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଏହାର ପ୍ରତିବାଦରେ ସଂଘ ନିଷ୍ପତି ନେଇଛି ଯେ, କୌଣସି ସଦସ୍ୟ ୦.୦୧ ପ୍ରତିଶତ ରୁ ଅଧିକ ଲେସ୍‌ରେ ଟେଣ୍ଡର ପକାଇବେ ନାହିଁ। ଏଥିସହ ସରକାର କେପିଙ୍ଗ୍ ସୀମାକୁ ୪.୯୯ କିମ୍ବା ୭.୯୯ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ମତ ପ୍ରକାଶ ପାଇଛି। ବାହାର ସଂସ୍ଥା ବଦଳରେ ସ୍ଥାନୀୟ ଠିକାଦାରଙ୍କୁ ଅଗ୍ରାଧିକାର ଦେବାକୁ ଆହ୍ୱାନ।  ଏହି ସମ୍ମିଳନୀରେ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ନିଜର ହକ ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ସରକାର ଏହି ଦାବି ଗୁଡ଼ିକ ଉପରେ ବିଚାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବାର ସଂକେତ ମିଳିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR