ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ସମାଧାନ ଭିତିକ ଜିଲ୍ଲା ସ୍ତରିୟ କର୍ମଶାଳା।

Dec 24, 2025 - 20:37
 0  4
ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ସମାଧାନ ଭିତିକ ଜିଲ୍ଲା ସ୍ତରିୟ କର୍ମଶାଳା।

ଫୁଲବାଣୀ,୨୪l୧୨(ଷ୍ଟାର ନିୟୁଜ): ସମାଜରେ ମାନସିକ ସ୍ୱାସ୍ଥ୍ୟ ସହିତ ଦିନ କୁ ଦିନ ସମସ୍ତେ ସଂଘର୍ଷ କରୁଥିବା ବେଳେ ଶତକଡା ୨୫ ଭାଗ ଲୋକ ମାନସିକ ଚାପରେ ଶିକାର ହେଉଛନ୍ତି, ଯାହା ପରବର୍ତୀ ସମୟରେ ଅସୁସ୍ଥତା ର ମୁଖ୍ୟ କାରଣ ପରିଲକ୍ଷିତ ହେଉଛି । କନ୍ଧମାଳ ଜିଲ୍ଲାର ଅଧିକାଂଶ ଲୋକ ମାନଙ୍କ ମଧ୍ୟରେ ଅସଚେତନତା, ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ପ୍ରତି ଘୃଣା ଓ ସାମାଜିକ ବାସନ୍ଦ ସୃଷ୍ଟିକରିବା ସହିତ ଆବଶ୍ୟକିୟ ସ୍ୱାସ୍ଥ୍ୟସେବାର ଅଭାବ ଏକ ମୁଖ୍ୟ ପ୍ରତିବନ୍ଧକ ଭାବରେ ଦେଖା ଯାଉଛି । ଏହାର ନିରାକରଣ କୁ ଦୃଷ୍ଟିରେ ରଖି ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ବେସିକ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ଙ୍କ ମିଳିତ ସହାୟତା ରେ ଆଜି ଜିଲ୍ଲା ମୂଖ୍ୟ ଚିକିତ୍ସା ସଭାଗୃହ ଠାରେ ଏକ ଜିଲ୍ଲା ସ୍ତରିୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୂଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା.ସନ୍ତୋଶ କୁମାର ପାଢି ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚିତରଞ୍ଜନ ଶତପଥି; ଉଦ୍ୟାନ ବିଭାଗ ମୂଖ୍ୟ ସ୍ମୀତା ମହାନ୍ତି; ବରିଷ୍ଠ ଆଇନିଜିବୀ ବିଜୟ କୃଷ୍ଣ ପଟ୍ଟନାୟକ; ଫୁଲବାଣୀ ବ୍ଲକ ମହିଳା ଶିଶୁ ବିକାଶ ଅନାଦିନୀ ମହାନ୍ତି; ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟ ମନସ୍ତତ୍ୱ ବିଭାଗ ଅଧ୍ୟାପିକା, ଶୁଭଲକ୍ଷ୍ମୀ ସାହୁ ; ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର କର୍ମକର୍ତା ମାଳତୀ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ର ସମସ୍ୟା କୁ କିପରି ସାମୁହିକ ଭାବେ ସମାଧନ କରାଯାଇପାରିବ, ସେହି ଦିଗରେ ଆଲୋକପାତ କରିଥିଲେ । ତଥ୍ୟ ଅନୁଯାଇ ଓଡିଶା ରେ ପ୍ରତିଦୀନ ୧୭ ଜଣ ଲୋକ ଆତ୍ମହତ୍ୟା କରୁଥିବା ବେଳେ, ଏଥିମଧ୍ୟରୁ ୭୨ ପ୍ରତିଶତ ଘରୋଇ ସମସ୍ୟା ରେ ମାନସିକ ସନ୍ତୁଳନତା ହରାଇ ଜୀବନ ହାରୁଛନ୍ତି । ମାନସିକ ସନ୍ତୁଳନ ସକାଶେ ଔଷଧ ସେବନ ଏକମାତ୍ର ସମାଧାନ ନୁହଁ ବରଂ ସମାଜରେ ସୁସମ୍ପର୍କ, ସତସଂଗ ଓ ଭଲପାଇବା କୁ ଦୃଢିଭୁତକରିବା ଏହାର ଏକ ବିକଳ୍ପ ହୋଇପାରେ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ବକ୍ତବ୍ୟ ରଖିଥିଲେ । ମାନସିକ ଅସ୍ଥୁତତା ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି କିମ୍ବା ତା ପରିବାର ସରକାର ଙ୍କ ଦ୍ୱାରା ଉପଲବ୍ଧ ବିଭିନ୍ନ ଚାଷ ଯୋଜନା ରେ ସଂପୃକ୍ତ ହୋଇ ନିଜର ଆର୍ଥିକ ସ୍ଥିତିକୁ ସୃଦୃଢ କରିପାରିବେ ବୋଲି ଜିଲ୍ଲା ମୂଖ୍ୟ କୃଷିଅଧିକାରୀ ପ୍ରସ୍ତାବ ରଖିଥିଲେ । ସେହିପରି ଛତୁ ଚାଷ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ରୁ ଆରୋଗ୍ୟ ହୋଇଥିବା ଲୋକଙ୍କୁ ନିୟୋଜନ କରି ଜୀବିକା ଉପାର୍ଜନ କରିପାରିବେ ତାହା ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ ମୋବାଇଲ ଫୋନର ଅପବ୍ୟବହାର, ଯୁବକ ମାନଙ୍କ ଲକ୍ଷ ବିହିନ ଯୋଜନା ଓ କାର୍ଯ୍ୟକଳାପ ସମାଜ ଓ ପରିବାରରେ ଏକ ଅପ୍ରତିକର ପରିସ୍ତିତି ସୃଷ୍ଟି କରିବା ସହିତ ମାନସିକ ଅସନ୍ତୁଳନତା ବୃଦ୍ଧି କରିବାରେ ପ୍ରମୁଖ ମାଧ୍ୟମ ବୋଲି କହିବା ସହିତ ଏହା ମଧ୍ୟରେ ଏକ ସନ୍ତୁଳନ ଆଣିବା ଆବଶ୍ୟକ ଅଛିବୋଲି କହିଥିଲେ । ବ୍ଲକ ମହିଳା ଶିଶୁ ବିକାଶ ଅଧିକାରୀ ଶିଶୁ ଓ କିଶୋରୀ ମାନଙ୍କ ଜୀବନ କୈାଶଳ ଶିକ୍ଷା କୁ ତୃଣମୂଳ ସ୍ତରରେ ମଜବୁତ କରିବା ର ଅନୁଭୁତି ପରିପ୍ରକାଶ କରିଥିଲେ । ମନସ୍ତତ୍ୱ ବିଭାଗ, ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳ ଅଧ୍ୟାପିକା ନିଜ ଭିତରେ କିଭଳି ମାନସିକ ସନ୍ତୁଳନ ରଖିପାରିବେ ଏହାର ସରଳ ଉପାୟ ଗୁଡିକ ଅଂଶଗ୍ରହଣକାରୀ ଙ୍କ ମଧ୍ୟରେ ଉପସ୍ଥାପନ କରିଥିଲେ । ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଅଧିକାରୀ ସଚେତନତା, ନିୟମିତ ଔାଷଧ ସେବନ, ଠିକ ସମୟରେ ଡାକ୍ତରି ପରାମର୍ଶ, ଟେଲି ମାନସ୍ ଓ ଇ-ସଂଜିବନୀ ଆଦି ସେବା କୁ ଲୋକମାନେ ଆପଣଇବା ସକାଶେ ପରାମର୍ଶ ଦେଇଥିଲେ । ଇଂ ହରିଶଙ୍କର ରାଉତ, ସଂପାଦକ, ସ୍ୱାତୀ ସବୁ ସ୍ତରରେ ଜନ ସଚେତନତା ଓ ଯତ୍ନକାରୀ ଙ୍କ ମଧ୍ୟରେ ଦୃଢ ଇଛାସକ୍ତି ଆପଣାଇବା ସହିତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ସହିତ ଯୋଗାଯୋଗ ରଖିବା ପାଇଁ ମତପ୍ରଦାନ କରିଥିଲେ । ପ୍ଲାଷ୍ଟିକ ଉପକରଣର ବହୁଳ ବ୍ୟବହାର କୁ ଦୁରକରିବା ସକାଶେ ଦୃଷ୍ଟାନ୍ତ ମୁଳକ ଭାବେ ଆଜିର କାର୍ଯ୍ୟକ୍ରମରେ ମାଟି କପ ରେ ଚା’ ପିଆଇ ଜିଲ୍ଲା ମେଡିକାଲ ପରିସରରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ଏହାର ବ୍ୟବହାର କରାଯିବା ପାଇଁ ଜିଲ୍ଲା ମୂଖ୍ୟଚିକିତ୍ସା ଅଧିକାରୀ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶିକ୍ଷା, ସାମାଜିକ ସୁରକ୍ଷା ଓ ବିଭିନ୍ନ ସ୍ୱାଚ୍ଛାସେବୀ ଅନୁଷ୍ଠାନର ଅଧିକାରୀ ତଥା ସ୍ୱାସ୍ଥ୍ୟ କର୍ମୀ, ମାନସିକ ସ୍ୱାସ୍ଥ୍ୟ ଯତ୍ନକାରୀ, ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ନାଗରିକ ସଂଘର ପ୍ରତିନିଧି ଓ ସ୍ୱାତୀ ର ତୃଣମୂଳ କର୍ମୀ ମାନେ ଉପସ୍ଥିତ ଥିଲେ । ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ପ୍ରକଳ୍ପ ସଂଯୋଜକ ଗିରିଶ ଚନ୍ଦ୍ର ସାମଲ ଟିକାବାଲି ଓ କ.ନୂଆଗାଁ ର କାର୍ଯ୍ୟକରାଯାଉଥିବା ପକଳ୍ପ ବିଷୟରେ ଟିପଣି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଯତ୍ନକାରୀ ମାନେ ନିଜ ନିଜର ଅନୁଭୁତି ପ୍ରକାଶ କରିଥିଲେ । ପ୍ରଦୀପ କୁମାର ସ୍ୱାଇଁ କାର୍ଯକ୍ରମ କୁ ପରିଚାଳନା କରିଥିଲା ବେଳେ, ଆଲୋକ ସାମନ୍ତରାଏ ଓ ଦିପେସ୍ ମହାକୁଡ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR