ଚାଷୀଙ୍କ ସମସ୍ୟା କୁ ନେଇ ବିଜୁ ଜନତା ଦଳ ର ସାମ୍ବାଦିକ ସମ୍ମିଳନୀ, ଧାନମଣ୍ଡି ରୁ ଧାନ ନ ଉଠିବା ସମସ୍ୟା କୁ ନେଇ ବିଜେଡି ର ସାମ୍ବାଦିକ ସମ୍ମଳନୀ ଚାଷୀ ଙ୍କୁ ନ୍ୟାୟ ଦେବା ଦାବି ରେ ବିଜୁ ଜନତା ଦଳ ରାଜ୍ୟପାଳ ଙ୍କୁ ଦ୍ବାରସ୍ଥ l

Dec 24, 2025 - 17:15
Updated: 8 months ago
0 10
ଚାଷୀଙ୍କ ସମସ୍ୟା କୁ ନେଇ ବିଜୁ ଜନତା ଦଳ ର ସାମ୍ବାଦିକ ସମ୍ମିଳନୀ, ଧାନମଣ୍ଡି ରୁ ଧାନ ନ ଉଠିବା ସମସ୍ୟା କୁ ନେଇ ବିଜେଡି ର ସାମ୍ବାଦିକ ସମ୍ମଳନୀ ଚାଷୀ ଙ୍କୁ ନ୍ୟାୟ ଦେବା ଦାବି ରେ ବିଜୁ ଜନତା ଦଳ  ରାଜ୍ୟପାଳ ଙ୍କୁ ଦ୍ବାରସ୍ଥ  l

ଭବାନୀପାଟଣା, ତା.୨୩/୧୨(ଷ୍ଟାର ନିୟୁଜ ଓଡିଶା )ଡିସେମ୍ବର ଶେଷ ହେବାକୁ ବସିଲାଣି। ହେଲେ ଜିଲ୍ଲା ର ମାତ୍ର ୨୫ରୁ ରୁ ୩୦ ପ୍ରତିଶତ ମଣ୍ଡିରୁ ଧାନ ଉଠାଯାଇଛି । ଜିଲ୍ଲା ରେ ୨୩୦ ଟି ମଣ୍ଡି ରହିଥ‌ିବାବେଳେ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇ ହାଇନାହିଁ I ଚାଷୀ ପଞ୍ଜୀକରଣ ଓ ଧାନ ବିକ୍ରି ଟୋକନ ମିଳିବାରେ ବିଳମ୍ବ କାରଣରୁ ଜିଲାର ପ୍ରାୟ ୮୦ ପ୍ରତିଶତ ଚାଷୀଙ୍କ ଧାନ ମଣ୍ଡିକୁ ପ୍ରବେଶ କରିପାରୁନାହିଁ। ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଲଢୁଥୁଲୁ, ଲଢିବୁ ବୋଲି ମଙ୍ଗଳବାର ଅପରାହ୍ନରେ ଭବାନୀପାଟଣାରେ ବିଜେଡି ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲ୍ଲା ସଭାପତି ପ୍ରଦୀପ ଦିଶାରୀ ପ୍ରକାଶ କହିଛନ୍ତି । ଏହି ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ଅପାରଗତା ଓ ଜିଲା ପ୍ରଶାସନର ଆନ୍ତରିକତାର ଅଭାବର ଫଳ ଭୋଗୁଛନ୍ତି ଜିଲ୍ଲା ର ଲକ୍ଷ ଲକ୍ଷ ଚାଷୀ । ଖବରଦାତା ସମ୍ମିଳନୀରେ ଦଳୀୟ ନେତୃବୃନ୍ଦ।
ମିଲର୍ସମାନେ ଜାଣିଶୁଣି ବିଳମ୍ବରେ ଧାନ ଉଠାଉଛନ୍ତି। ଆଜିପର୍ଯ୍ୟନ୍ତ ମାତ୍ର ୧୫ରୁ ୨୦ ମିଲର ଧାନ କ୍ରୟ ପ୍ରକ୍ରିୟାରେ ଭାଗ ନେଇଛନ୍ତି, ବାକି ମିଲର କେଉଁ ଉଦ୍ଦେଶ୍ୟରେ ଭାଗ ନେଇନାହାନ୍ତି ତାହା ତଦନ୍ତସାପେକ୍ଷ। ପ୍ୟାକ୍ସ ଓ ଆର୍‌ଏମ୍‌ସି ପ୍ରତିନିଧିଙ୍କ ହୀନ ମାନସିକତା ଯୋଗୁ ଚାଷୀଙ୍କୁ ପ୍ରତ୍ୟେକ ଧାନ ବସ୍ତାରେ ୫ ରୁ ୯କି.ଗ୍ରା. ପର୍ଯ୍ୟନ୍ତ କଟ୍‌ନୀଛଟନୀର ଶିକାର ହେବାକୁ ପଡୁଛି।
ଗୋଟିଏ ଝୋଟ ବସ୍ତାର ଓଜନ ୫୦୦ ରୁ ୫୫୦ ଗ୍ରାମ ପର୍ଯ୍ୟନ୍ତ ହେଉଛି। ଗୋଟିଏ ବସ୍ତା ବାବଦ ଓଜନରେ ଅଧିକ ୭୦୦ ଗ୍ରାମ ଧାନ କଟାଯାଉଛି। ଜିଲାର ସମସ୍ତ ମଣ୍ଡିରେ ଧାନର ସାଧାରଣ ଏଫ୍‌ଏକ୍ୟୁ ମୂଲ୍ୟ ୩୧୦୦ ଟଙ୍କା ଦର୍ଶାଯାଇଛି, ବଦ୍ଧିତ ୬୯ ଟଙ୍କା ଦର୍ଶାଯାଉ ନ ଥିବା ସ୍ଥଳେ ଚାଷୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛି। ଧାନ ବିକ୍ରି କରି କରିଥିବା ଚାଷୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ୩୧୦୦ ଟଙ୍କା ଜମା ହେଉଛି | ବଦ୍ଧିତ ୬୯ ଟଙ୍କା ସରକାରଙ୍କ କେବଳ ଏକ ମିଛ ପ୍ରତିଶ୍ରୁତି। ସରକାରୀ ଧାର୍ଯ୍ଯ ମୂଲ୍ୟ ପାଇବା ଆଶାରେ ଚାଷୀ ଧାନ  ମଣ୍ଡିରେ ଶୀତ କାକରରେ ପଡିରହୁଛି। ପ୍ରଥମ ପର୍ଯ୍ୟାୟ ଟୋକନ ମିଳିଥିବା ସ୍ଥଳେ ଦ୍ୱିତୀୟ ପର୍ଯ୍ୟାୟ ଟୋକନ ପାଇବା ପାଇଁ ଚାଷୀ ଅପେକ୍ଷାରେ ଅଛନ୍ତି  ଉଦ୍ଦେଶ୍ୟମୂଳକ ଭାବରେ ଧାନବିକ୍ରିରେ ବିଳମ୍ବ ହେତୁ ସମସ୍ତ ସରକାରୀ କଳ, ମିଲର୍ସ, ରାଜନେତା, ଦଲାଲ ସମ୍ପୃକ୍ତି ଥିବା ବିଜେଡି ଅଭିଯୋଗ କରିଛି। ଖବରଦାତା ସମ୍ମିଳନୀରେ ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ଦିଶାରୀଙ୍କ ସମେତ ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ପୌରାଧ୍ଯକ୍ଷା ସଂଯୁକ୍ତା ବେହେରା, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ବଦ୍ରି ନାରାୟଣ ପଟ୍ଟନାୟକ, ପ୍ରଶାନ୍ତ ନାଏକ, ମନୀନ୍ଦ୍ର ମହାନ୍ତି, ମଣ୍ଡୁ ନାଏକ, ଚାଷୀ ନେତା ସାମନ୍ତ ଖମାରୀ, ପୀତବାସ ବେହେରା, ପରମାନନ୍ଦ ମାଝୀ, ଧର୍ମେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User