ସାଂସଦୀୟ ଖେଳ ମହୋତ୍ସବ ଉଦଯାପିତ ।

Dec 24, 2025 - 20:42
0 43
ସାଂସଦୀୟ ଖେଳ ମହୋତ୍ସବ ଉଦଯାପିତ ।

ଝରିଗାଁ,୨୪l୧୨(ଷ୍ଟାର ନିୟୁଜ ଓଡିଶା):ଗତ 13ତାରିଖରେ ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ମିନି ଷ୍ଟାଡିଯମ ଠାରେ ଉଦଘାଟିତ ହୋଇଥିବା ସାଂସଦୀୟ ଖେଳ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି |ଏହି ଉଦଯାପିତ ନବରଙ୍ଗପୁର ପୁର ସାଂସଦ ଭଳଭଦ୍ର ମାଝୀ, ଝରୀଗାଁ ବିଦାୟକ ନରସିଂହ ଭତରI, ସମାରୋହରେ ବିଜେପି ରାଜ୍ୟ ସଭାପତି ରମେଶ ସାହୁ,ନବରଙ୍ଗପୁର କ୍ରୀଡାସଙ୍ଗ ସମ୍ବାଦକ ଅର୍ଜୁନ ତ୍ରିପାଠୀ, ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ,ଉମରକୋଟ ପ୍ରତିନିଧି ରାମ ନାୟକ, ବିଡ଼ିଓ ମଧୁସୂଦନ ମାଝୀ, , ସାଂସଦୀୟ ଖେଳ କର୍ଡିନେଟର ରାମେଶ୍ବର ଜେନା,ତେନ୍ତୁଳିଖୁଣ୍ଟି ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର,ପାପଡାହାଣ୍ଡି ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁବ୍ର ଜିତ୍ ପାଣିଗ୍ରାହୀ,ସାଂସଦୀୟ କ୍ଷେତ୍ରର ସହ ସଂଯୋଜକ ତଥା ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ , ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ କାହ୍ନୁ ଦାସ, ସାଂସଦୀୟ ବିକାଶ ପରିଯୋଜନା ସଂଯୋଜକ ପୁରୁଷୋତ୍ତମ ଗଣ୍ଡ, ଜିଲ୍ଲା ସମ୍ପାଦକ ବୁଲୁ ଷଡ଼ଙ୍ଗୀ ଓ ବରିଷ୍ଠ ଦଳୀୟ କର୍ମକର୍ତ୍ତା ମଧ୍ୟରେ ଚିତ୍ରସେନ ତିୱାରୀ, ପ୍ରଫୁଲ୍ଲ ପ୍ରଧାନି,ସନ୍ତୋଷ ରାଓ, ଗଣପତି ସାହୁ,ଗିରି ପାଣ୍ଡେ, ସୁଦାମ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।ଆଜିର ଏହି ଉଦଯାପନୀ ଦିବସରେ ଝରିଗାଁ ଓ ପାପଡାହାଣ୍ଡି ଦଳ ମଧ୍ୟରେ କ୍ରିକେଟ ଖେଳର ଫାଇନାଲ ମ୍ୟାଚ ହୋଇଥିଲା |ପାପଡାହାଣ୍ଡି ଦଳ ପ୍ରଥମେ ଟାସ ଜିତି ଫିଲଡିଂ କରିବାର ନିଷ୍ପତି ନେଇଥିଲେ ଓ ଝରିଗାଁ ଟିମ ବ୍ୟାଟିଂ କରି 15ଓଭର ରେ 153ରନ ସଂଗ୍ରହ କରିଥିଲେ |ପରେ ପାପଡାହାଣ୍ଡି ଟିମ ବ୍ୟାଟିଂ କରି ଝରିଗାଁ ଟିମକୁ 4 ୍ୱିକେଟ ରେ ବିଜୟୀ ହୋଇଥିଲେ |ଉପସ୍ଥିତ ମୁଖ୍ୟ ଓ ସମ୍ମାନିତ ଅତିଥି ମାନଙ୍କ ହସ୍ତରୁ ବିଜୟୀ ଦଳକୁ ଟ୍ରଫି ସହିତ 50 ହଜାର ଟଙ୍କା ନଗଦ ରାଶି ଓ ପରାଜୟ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User