ମୁଖ୍ୟ ରାସ୍ତାରେ ଗାଇଗୋରୁ,ଦୁର୍ଘଟଣା ଆଶଙ୍କା।

Jul 13, 2025 - 10:19
 0  58
ମୁଖ୍ୟ ରାସ୍ତାରେ ଗାଇଗୋରୁ,ଦୁର୍ଘଟଣା ଆଶଙ୍କା।

ଝରିଗାଁ,୧୩l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଗାଇଗୋରୁ ମାଲିକ ମାନଙ୍କ ଦାଇତ୍ୱ ହୀନତା ଯୋଗୁଁ ଝରିଗାଁ ବ୍ଲକ ମୁଖ୍ୟ ରାସ୍ତାରେ ଗାଇଗୋରୁ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି।ଫଳରେ ଯାତାୟାତ ସମୟରେ ସମସ୍ୟା ଦେଖାଦେଇଛି।ଗାଇ ମାଲିକ ମାନେ ନିଜ ଗାଇଗୋରୁ ମାନଙ୍କୁ ସନ୍ଧ୍ୟା ସମୟରେ ନିଜ ଘରେ ନରଖି ବଜାର ଉପରେ ଛାଡି ଦେଉଛନ୍ତି।ଯାହା ଫଳରେ ଗାଇ ମାନେ ରାସ୍ତା ଉପରେ ଆଶ୍ରୟ ନେଉଛନ୍ତି।ରାସ୍ତା ଉପରେ ଗାଇ ଥିବା ଯୋଗୁଁ ଯାତାୟତ ସମୟରେ ସମସ୍ୟା ହେଉଛି।ଗଡି ଚାଳକ ମାନେ ଦୀର୍ଘ ସମୟ ଧରି ଗାଇ ମାନଙ୍କୁ ରାସ୍ତାରୁ ହଟାଇବା ପରେ ଯାତାୟତ କରୁଛନ୍ତି।ବିଶେଷ କରି ଆମ୍ବୁଲାନ୍ସ ମଧ୍ୟ ଗାଇଗୋରୁ ରାସ୍ତା ଉପରେ ଥିବା ଯୋଗୁଁ ବେଳେ ବେଳେ ଯିବା ଆସିବା ବେଳେ ସମସ୍ୟା ଦେଖା ଦେଉଛି।ସେହିପରି ଛୋଟ ଛୋଟ ପିଲା ମାନେ ଯିବା ଆସିବା ପାଇଁ ଭୟ କରୁଛନ୍ତି।ଝରିଗାଁ ବ୍ଲକ ସଦର ମହକୁମା ଠାରେ ଆଞ୍ଜି ହାଉଦା ନଥିବା ବେଳେ ଗାଇ ମାଲିକ ମାନେ ଗାଇଗୋରୁକୁ ଘରେ ନରଖି ବାହାରେ ଛାଡି ଦେଉଛନ୍ତି।ରାସ୍ତା ଉପରେ ଗାଇଗୋରୁ ରହୁଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସହ ଗାଇ ମାଲିକ ମାନଙ୍କୁ ତାଗିତ କରାଯାଉନାହିଁ।କୌଣସି ବଡ଼ ଦୁର୍ଘଟଣା ପୁର୍ବରୁ ପ୍ରଶାସନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow