ଅବସର ପରେ ଚାଷ କାମକୁ ଆପଣେଇ ନେଇଛନ୍ତି ଫୁଲବାଣୀ ର ପୁର୍ବତନ ବିଧାୟକ ଅଙ୍ଗଦ କହଁର I

Jul 13, 2025 - 17:11
0 181
ଅବସର ପରେ ଚାଷ କାମକୁ ଆପଣେଇ ନେଇଛନ୍ତି ଫୁଲବାଣୀ ର ପୁର୍ବତନ ବିଧାୟକ ଅଙ୍ଗଦ କହଁର I

ଫରିଙ୍ଗିଆ,୧୩l୭(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଚାରିଚାରି ଥର ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧକ୍ଷ ପୁଣି ବିଧାୟକ। ରାଜ ନୀତିରେ ସୋପାନ ପରେ ସୋପାନ ଚଢି ସାରିବା ପରେ ମଧ୍ୟ ସେ ଛାଡ଼ିପାରି ନାହାନ୍ତି ନିଜ କୌଳିକ ବୃତ୍ତି । ବର୍ତ୍ତମାନ ଚାଷ କରି ନିଜ ପରିବାର ଚଳାଉଉଛନ୍ତି । ଏବେଵି ନଙ୍ଗଳ ଧରି ତାଙ୍କୁ ଵିଲରେ ଚାଷ କରୁଥିବା ଦେଖିବାକୁ ମିଳୁଛି । ଏମିତି ଜଣେ ନିଆରା ନେତା ହେଲେ ଫୁଲବାଣୀର ପୂର୍ବତନ ବିଧାୟତ ଅଙ୍ଗତ କହଁର I ବର୍ତ୍ତମାନ ସମୟରେ ଜଣେ ଥରେ ବିଧାୟକ କିମ୍ବା ସାଂସଦ ହେଲେ ତାଙ୍କର ଢାଞ୍ଚା ବଦଳି ଯାଉଛି। ଘରଦ୍ଵାର କରି କେତେକ ନେତା ସହରୀ ବାବୁ ପାଲଟି ଯାଉଛନ୍ତି ଗାଉଁଲି ନେତା I ପୂର୍ବତନ ବିଧାୟକ ଙ୍କ ରାଜନୀତିରେ ଏତେ ସଫଳତା ପରେ ମଧ୍ୟ ତାଙ୍କ ସରଳତାରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଆସିନାହିଁ । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଜୁ ଜନତା ଦଳର ବିଧାୟକ ଥିଲେ ଅଙ୍ଗଦ। ସେତେବେଳେ ମଧ୍ୟ ସମୟ ମିଳିଲେ ସେ ହାତରେ ଲଙ୍ଗଳ ଧରି ବିଲକୁ ଯାଉଥିଲେ । ଗତ ନିର୍ବାଚନରେ ପରାଜିତ ହେବା ପରେ ସେ ସମ୍ପୂର୍ଣ ରୂପେ କୃଷି କର୍ଯ୍ୟରେ ମନୋନିବେଶ କରିଛନ୍ତି। ଜଣେ ଦକ୍ଷ ଚାଷୀ ଭଳି ମିଳି ପାୱାର ଟିଲର ଜମିରେ ଚଳାଉଛନ୍ତି, ବିହ‌ନ ବୁଣିବା ଠାରୁ ଆରମ୍ଭ କରି କୋଡା ତୋଷା ପର୍ଯ୍ୟନ୍ତ ସବୁ ନିଜେ କରୁଛନ୍ତି । ନିଜ ଗ୍ରାମ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପକାରୀ ନିକଟରେ ରହିଛି ତାଙ୍କର ଚାଷଜମି। ଏଠାରେ ଧାନ ଚାଷ ସହିତ ବିଭିନ୍ନ ରକମର ପନିପରିବା ମଧ୍ୟ ଉତ୍ପାଦନ କରୁଛନ୍ତି। ଦୁଇ ଏକର ଜମିରେ କଳାବତୀ ଧାନ ଚାଷ ଏବଂ କିଛି ଜମିରେ ଜଳା ହଳଦୀ ମଧ୍ୟ ଲଗାଇଛନ୍ତି । ତାଙ୍କର ପାଖରେ ଥିବା ୨୯ ଏକର ଜମିରୁ ୨୦ ଏକର ଜମିରେ ଧାନ ଫସଲ ଏବଂ ଆଉ କିଛି ଜମିରେ ବିଭିନ୍ନ ରକମର ପନିପରିବା ଚାଷ କରିଛନ୍ତି। ଚାଷ କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି, ତାଙ୍କ ପତ୍ନୀ ଏବଂ ପୁଅ, ବୋହୂ । ସଫଳ କୃଷକ ପରିବାର ହିସାବରେ ଅଞ୍ଚଳରେ ତାଙ୍କର ଖ୍ୟାତି ରହିଛି। ଜଣ ରାଜନେତା ଅପେକ୍ଷା ଜଣେ କୃଷକର ପରିଚୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହନ୍ତି ଅଙ୍ଗଦ। ଏଥିରେ ହିଁ ତାଙ୍କ ପରିବାର ଚଳେ ବୋଲି ସେ କହିଛନ୍ତି । ଜଣେ ସରଳ,ନମ୍ର, ପରପୋକାରୀ ଓ ମେଳାପୀ ବ୍ୟକ୍ତି ହିସାବରେ ରାଜନେତା ମାନଙ୍କ ମଧ୍ୟରେ ସ୍ୱତନ୍ତ ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯାଇଛନ୍ତି ପୂର୍ବତନ ବିଧାୟକ ଅଙ୍ଗତ କହଁର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User