ମଦାଙ୍ଗଗୁଡା ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀଙ୍କ ଦାବି I ବିଏସଏନଏଲ୍ ଟାୱାର ସ୍ଥାପନକୁ ୨ ବର୍ଷ ବିତିବାକୁ ବସିଲାଣି କାର୍ଯ୍ୟକ୍ଷମ ହେଲାନାହିଁ l

Jul 13, 2025 - 17:21
0 16
ମଦାଙ୍ଗଗୁଡା ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀଙ୍କ ଦାବି   I    ବିଏସଏନଏଲ୍ ଟାୱାର ସ୍ଥାପନକୁ ୨ ବର୍ଷ ବିତିବାକୁ ବସିଲାଣି କାର୍ଯ୍ୟକ୍ଷମ ହେଲାନାହିଁ l

କଳାହାଣ୍ଡି/ ଥୁଆମୂଳ ରାମପୁର,୧୩/୦୭-( ଷ୍ଟାରନିୟୁଜ ଓଡିଶା)- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ଠାରୁ ଗ୍ରାମପଞ୍ଚାୟତ ଓ ଗ୍ରାମାଞ୍ଚଳକୁ ଗମନାଗମନ ସୁବିଧା ପାଇଁ ରାସ୍ତାଘାଟ ନିର୍ମାଣ କରିବାକୁ ଅଧିକ ଗୁରୁତ୍ଵ ଦେଇ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ଅନୁଦାନର ଯୋଗାଇ ଦିଆଯାଉଛି। ଏହାଦ୍ବାରା କୌଣସି ଗାଁ ବାଦପଡିବ ନାହିଁ, ହେଲେ ଏହାର ଲାଭ କେତେ ପାଇଛନ୍ତି ଗ୍ରାମାଞ୍ଚଳର ଲୋକେ ତାକୁ ସମୀକ୍ଷା କରାଯାଏ ତେବେ ଜଣାପଡେ ଯେ, ଏହା ଏକ ମାତ୍ର ପ୍ରହସନ ପାଲଟିଛି ବୋଲି କିଛି ଲୋକ ଆଲୋଚନା କରୁଛନ୍ତି। ଦେଶ ସ୍ବାଧୀନତାର ଅନେକ ବର୍ଷ ପରେ ମଧ୍ୟ ଲୋକେ ଗମନାଗମନ ସୁବିଧାରୁ ବଞ୍ଚିତ ରହିଛନ୍ତି, ଲୋକେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯ ନେଇ ଯଦି ଗାଁରୁ ବାହାରିବେ ତାହାହେଲେ ସେହି କାଦୁଅ ପଚପଚ ରାସ୍ତା ଦେଇ ଯିବାଆସିବା କରିବା ଭଳି ଘଟଣା ଅତି ଉଦବେଗ ଜନକ ପରିସ୍ଥିତି ଉପୁଜୁଛି। ସବୁଦିନିଆ ରାସ୍ତା ଖଣ୍ତେ ନଥିବାରୁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେବାକୁ ପଡୁଛି ଗ୍ରାମବାସୀଙ୍କୁ।। ଏଭଳି ବ୍ଲକ୍ ରେ ଅନେକ ଗାଁ ରହିଛି ତନ୍ମଧ୍ୟରୁ ବ୍ଲକ୍ ର ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଦାଙ୍ଗଗୁଡା ଗ୍ରାମରେ ପ୍ରାୟ ୬୦/୭୦ ଘର ପରିବାର ରହିଥିବା ବେଳେ ଏଥିରେ ହାରାହାରି ୨୦୦/୨୫୦ ଲୋକ ବସବାସ କରୁଛନ୍ତି। ମୁଖ୍ୟତଃ ଏହି ଗାଁରେ ଭଲ ରାସ୍ତା ଖଣ୍ତେ ନାହିଁ, ପାଣି ପାଇଁ ଗ୍ରାମରେ ୩ଟି ନଳକୂପ ଅଛି କିନ୍ତୁ ପ୍ରଯ୍ଯାପ୍ତ ପରିମାଣରେ ପାଣି ମିଳେନାହିଁ l ବସୁଧାରେ ଟାଙ୍କି ନିର୍ମାଣ ଚାଲିଛି ସତ କିନ୍ତୁ ବର୍ଷ ପରେ ବର୍ଷ ବିତିଯାଇଛି ମାତ୍ର ନିର୍ମାଣ କାମ ସରିପାରୁନାହି l ଗ୍ରାମ ବାସୀଙ୍କ ସମସ୍ୟା ଅନେକ ହେଲେ ସମସ୍ୟାର ସମାଧାନ କରିବା ପାଇଁ କେହି ନାହିଁ l ବର୍ଷା ମାସ ପୂର୍ବରୁ ନରେଗା ଯୋଜନା ମାଧ୍ୟମରେ ମଦାଙ୍ଗଗୁଡ଼ା ଗ୍ରାମ ଛକ ଠାରୁ ଗ୍ରାମ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହୋଇଥିଲା ସତ ଏହି ବର୍ଷା ଦିନେ କାଦୁଅ ରେ ପଚପଚ ହେଉଛି। ଏହି ରାସ୍ତା ଦେଇ ନିତିଦିନିଆ କାମ ପାଇଁ ଲୋକଙ୍କୁ ଯିବା ପାଇଁ ପଡେ l ସେହି ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏନେଇ  ଗାଁଲୋକେ ଭଲ ରାସ୍ତା ଖଣ୍ତେ ପାଇବା ଆଶାନେଇ ବିଧାୟକଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପାଖରେ ହାରିଗୁହାରି କରିଆସୁଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁନାହିଁ। ବିଧାୟକଙ୍କୁ ବାରମ୍ବାର ଜଣାଇଲେ ସେ
ପ୍ରତିଶ୍ରୁତି ଦିଅନ୍ତି ସମୟ ଗଡେଇ ଛାଲିନ୍ତି ତେବେ ଏହା ପ୍ରକାରର ପ୍ରହସନ ନୁହେଁ ତୋ ଆଉ କଣ ହୋଇଥାଏ ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି। ରାସ୍ତାଘାଟ ଶୋଚନୀୟ ହେତୁ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ପାରୁ ନାହିଁ, କିମ୍ବା ଲୋକେ ମାସିକ ପିଡ଼ିଏସ ଚାଉଳ ଆଣିଯିବା ପାଇଁ ମଧ୍ୟ ବହୁତ ହିନସ୍ଥା ହେବାକୁ ପଡୁଛି l ସେହିଭଳି ଏହି ଗାଁରେ  ଟେଲି ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଆହୁରି ସମସ୍ୟା ସୃଷ୍ଟି କରୁଥିବା ଜଣାପଡିଛି। ଗାଁରେ ଏକ ବିଏସଏନଏଲ୍ ଟାୱାର ପାଖାପାଖି ୨ ବର୍ଷ ପୂର୍ବେ ସ୍ଥାପନ ହୋଇଛି, ହେଲେ ଆଜି ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଲାଗି ପାରୁନାହିଁ ନେଟୱର୍କ ଅସୁବିଧାରୁ  ଆମ୍ବୁଲାନ୍ସ କୁ ମଧ୍ୟ ଫୋନ କରିବାକୁ ହେଲେ ୨ କି.ମି ଦୂର ପାହାଡ ଚଢି ଫୋନ କରିବାକୁ ପଡୁଛି ବୋଲି ଆମ ଧରିତ୍ରୀ ଆଗରେ ଗାଁ ଲୋକେ ଅଭିଯୋଗ କରିଛନ୍ତି l ଏନେଇ ଜିଲ୍ଲା ବିଏସଏନଏଲ୍ ଏସଡିଓ କୁଞ୍ଜବିହାରୀ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା ହେଲେ କୌଣସି ଉତ୍ତର ମିଳିନାହିଁ l ରାସ୍ତା ବିଷୟରେ ବିଭାଗୀୟ ଯନ୍ତ୍ରୀ ତନ୍ଵିର ଆଲମ୍ ଙ୍କୁ ପଚାରିବାରୁ ଗ୍ରାମ୍ୟ  ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସେହି ଗାଁ ମୁ ଅନ୍ତର୍ଭୁକ୍ତ କରି ଟେଣ୍ଡର ମଧ୍ୟ ଶେଷ ହୋଇଛି ବହୁତ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ। ଏଠାରେ ପ୍ରକାଶ ଥାଉକି ଯେ ଗୁଣୁପୁର ଗ୍ରାମପଞ୍ଚାୟତ ଅଞ୍ଚଳର ବାସିନ୍ଦା ହେଉଛନ୍ତି ବ୍ଳକ ଅଧ୍ଯକ୍ଷ ତଥାପି  ମଦାଙ୍ଗଗୁଡା ଗାଁ ପାଇଁ ସବୁଦିନିଆ ଭଲ ରାସ୍ତା ଖଣ୍ତିଏ ଏପର୍ଯ୍ୟନ୍ତ ଅଭାବ ରହିଥିବା ଅତି ସମ୍ବେଦନଶୀଳ ବିଷୟ ନୁହେଁ ତୋ ଆଉ କଣ ହୋଇଯାଇପାରେ ବୋଲି ଚର୍ଚ୍ଚା ଜୋରଧରିଥିବା ବେଳେ ମଦାଙ୍ଗଗୁଡା ଗାଁ ଲୋକେ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ସାମିଲ କରାଯାଉ ବୋଲି  ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User