ରାଜ ରାସ୍ତା କୁ ଓହ୍ଲାଇଲେ ଓଡିଶା ଡ୍ରାଇଭର ମହାସଂଘ

Jul 08, 2025 - 23:15
Updated: 1 year ago
0 59
ରାଜ ରାସ୍ତା କୁ ଓହ୍ଲାଇଲେ ଓଡିଶା ଡ୍ରାଇଭର ମହାସଂଘ
ରାଜ ରାସ୍ତା କୁ ଓହ୍ଲାଇଲେ ଓଡିଶା ଡ୍ରାଇଭର ମହାସଂଘ

ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଆଜି ଭାରତ ବନ୍ଧ ଡାକରା 
କଳାହାଣ୍ଡି ଜିଲ୍ଲା କେସିଙ୍ଗା/ଭବାନୀପାଟଣା 8 /7/(ଷ୍ଟାରନିୟୁଜ ଓଡିଶା)
୭ ଦଫା ଦାବି ନେଇ ଆସନ୍ତା କାଲି ୯ ଜୁଲାଇ ୨୦୨୫ରେ 'ଭାରତ ବନ୍ଦ' ଆନ୍ଦୋଳନକୁ ଓହ୍ଲାଇବ ଶ୍ରମିକ ସଂଗଠନ। ସାରା ଦେଶରେ ବ୍ୟାଙ୍କିଙ୍ଗ, ବୀମା, କୋଇଲା ଖଣି, ରାଜପଥ, ନିର୍ମାଣ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ୨୫ କୋଟିରୁ ଅଧିକ କର୍ମଚାରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ କରିବେ। ସରକାରଙ୍କ ଶ୍ରମିକ ବିରୋଧୀ, ଚାଷୀ ବିରୋଧୀ ଏବଂ ଦେଶ ବିରୋଧୀ ନୀତିର ପ୍ରତିବାଦ କରିବା ପାଇଁ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ ସେମାନଙ୍କର ସହଯୋଗୀ ୟୁନିଟ୍ ମଞ୍ଚ ଦ୍ୱାରା ଏହି ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟ ଯୋଗୁଁ ବ୍ୟାଙ୍କିଙ୍ଗ, ଡାକ ସେବା, କୋଇଲା ଖଣି, ରାଜ୍ୟ ପରିବହନ, କାରଖାନା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇପାରେ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User