ସ୍ଥାନ ଅଭାବ ଯୋଗୁଁ ମୁଖ୍ୟ ରାସ୍ତା ଉପରେ ମକା ଶୁଖାଉଛନ୍ତି ଚାଷୀ ଦୁର୍ଘଟଣା ଆଶଙ୍କା ଓ ଯାତାୟତରେ ହେଉଛି ସମସ୍ୟା ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଯୋଗାଇ ଦିଆଯାଉନାହିଁ ସୁରକ୍ଷିତ ସ୍ଥାନ ।

May 31, 2025 - 11:12
0 250
ସ୍ଥାନ ଅଭାବ ଯୋଗୁଁ ମୁଖ୍ୟ ରାସ୍ତା ଉପରେ ମକା ଶୁଖାଉଛନ୍ତି ଚାଷୀ  ଦୁର୍ଘଟଣା ଆଶଙ୍କା ଓ ଯାତାୟତରେ ହେଉଛି ସମସ୍ୟା ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଯୋଗାଇ ଦିଆଯାଉନାହିଁ ସୁରକ୍ଷିତ ସ୍ଥାନ ।

ଝରିଗାଁ,୩୧l୫(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ କୃଷି ବହୁଳ ବ୍ଲକ ଭାବେ ପରିଚିତ।ଏହି ବ୍ଲକରେ ପ୍ରାୟ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି।ଝରିଗାଁ ବ୍ଲକରେ ଜଳ ସେଚନ ସୁବିଧା ନଥିବା ବେଳେ ଚାଷୀ ମାନଙ୍କ ଜମିରେ ଜଳ ସେଚନ ସୁବିଧା ପାଇଁ ବ୍ଳକର ବିଭିନ୍ନ ନାଳ ଓ ନଦୀ ଗୁଡିକରେ ଆଡ଼ିବନ୍ଧ ନିର୍ମାଣ କରାଯାଇଥିଲା।ତେବେ ଆଡ଼ିବନ୍ଧ ନିର୍ମାଣର ସ୍ଥାନ ନିରୂପଣ ଠିକ ନଥିବା ଯୋଗୁଁ ଆଡ଼ିବନ୍ଧ ଗୁଡିକ କୌଣସି କାମରେ ଆସୁନାହିଁ।ତେଣୁ ଚାଷୀ କୌଣସି ପ୍ରକାରେ ନାଳ ଓ ନଦୀର ପାଣିକୁ ଉପଯୋଗ କରି ଚଳିତ ବର୍ଷ ରବି ଋତୁରେ ମକା ଚାଷ କରିଥିଲେ।ଚଳିତ ବର୍ଷ ଅମଳ ମଧ୍ୟ ଭଲ ହୋଇଛି।ତେବେ ମକା ସୁରକ୍ଷିତ ରଖିବା ପାଇଁ ଚାଷୀ ମାନଙ୍କ ନିକଟରେ ଆବଶ୍ୟକ ଅନୁଯାୟୀ ସ୍ଥାନ ଅଭାବ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।ତେଣୁ ଚାଷୀ ମାନେ ଝରିଗାଁ-ଡ଼ାବୁଗାଁ ଏବଂ ଝରିଗାଁ-ଧାମନାଗୁଡାଗୁଡ଼ା ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱରେ ମକା ଶୁଖାଇବା ପାଇଁ ବାଧ୍ୟ୍ୟ ହୋଇଛନ୍ତି।ସ୍ଥାନୀୟ ଚାଷୀ ମାନେ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ଵରେ ମକା ଶୁଖେଇ ଦେଇ ଥିବା ଯୋଗୁଁ ଗାଡି ଚଳାଚଳ ପାଇଁ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି।ସେହିଭଳି ଗୋଟିଏ ଗାଡି ସେହି ରାସ୍ତାରେ ଗଲେ ଅନ୍ୟ ଗାଡି ଯିବା ପାଇଁ ଅପେକ୍ଷା କରିବା ପାଇଁ ପଡୁଛି।ଦିନ ସମୟରେ ଯେକୌଣସି ପ୍ରକାରେ ଯାତାୟତ ହେଉଥିବା ବେଳେ ରାତ୍ର ସମୟରେ ଯାତାୟତ କରିବା କଷ୍ଟ ହେଉଥିବା ଅଭିଯୋଗ ହୋଇଛି।ଅସାବଧାନତା ସହ ଗାଡି ଚଳାଚଳ କଲେ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି।ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଚାଷୀ ମାନଙ୍କ ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ସ୍ଥାନ ଯୋଗାଇ ଦେଲେ ଝରିଗାଁ-ଡ଼ାବୁଗାଁ ଏବଂ ଝରିଗାଁ-ଧାମନାଗୁଡାଗୁଡ଼ା ମୁଖ୍ୟ ରାସ୍ତା ଖାଲି ହେବା ସହ ଗାଡି ଚଳାଚଳରେ କୌଣସି ସମସ୍ୟା ହେବନାହିଁ ବୋଲି ଗାଡି ଚାଳଜ ମାନେ କହିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 3
Dislike Dislike 1
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User