ସ୍ଥାୟୀ ନିଯୁକ୍ତି ଦାବିରେ ଭବାନୀପାଟଣା ଓମ୍ଫେଡ ଆଞ୍ଚଳିକ ଦୁଗ୍ଧ ସଙ୍ଘ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।

Jul 15, 2025 - 18:30
0 19
ସ୍ଥାୟୀ ନିଯୁକ୍ତି ଦାବିରେ ଭବାନୀପାଟଣା ଓମ୍ଫେଡ ଆଞ୍ଚଳିକ ଦୁଗ୍ଧ ସଙ୍ଘ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।

କଳାହାଣ୍ଡି ଜିଲ୍ଲା ୧୫/୭(ଷ୍ଟାରନିୟୁଜ ଓଡିଶା) ଭବାନୀପାଟଣା ଓମଫେଡ ଆଞ୍ଚଳିକ ଦୁଗ୍ଧ ସଂଘର ଚୁକ୍ତି ଭିତିକ କର୍ମଚାରୀ ମାନଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ୩୫ ଜଣ ଚୁକ୍ତିଭିତିକ କର୍ମଚାରୀମାନେଧାରଣାରେ ବସିଛନ୍ତି। କର୍ମଚାରୀମାନେ ଆଞ୍ଚଳିକ ଦୁଗ୍ଧ ୟୁନିୟନରେ ବିଗତ ୧୫ ବର୍ଷ ହେବ କାର୍ଯ୍ୟକରି ଆସୁଛନ୍ତି। ୟୁନିଅନ ପ୍ରଶାସନ ଏମାନଙ୍କୁ ସ୍ଥାୟୀ କରିବାକୁ ବାରମ୍ବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇହାନ୍ତି। ଅନ୍ୟପକ୍ଷରେ ୟୁନିୟନ ପରିଚାଳନା ପରିଷଦ ଏଦିଗରେ ନିଷ୍ପତି ନେଇଥିଲେ ମଧ୍ୟ ତାହା କାଯ୍ୟକାରି ହୋଇପାରୁନାହିଁ। ଶେଷରେ ନିରାଶ ହୋଇ କର୍ମଚାରି ମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଥ‌ିବା କର୍ମଚାରୀମାନେ କହିଛନ୍ତି।ଦୀର୍ଘ ୩ରୁ ୪ ବର୍ଷ ହେବ ଓମଫେଡ ଦୁଗ୍ଧ ଦର ବୃଦ୍ଧି ହୋଇନଥୁବା ବେଳେ ଦୁଗ୍ଧଜାତ ଦ୍ରବ୍ୟର ମୁଲ୍ୟ ୨ରୁ ୩ ଗୁଣ ବଢି ସାରିଲାଣି। ତେବେ ଓମଫେଡକୁ ମଧ୍ୟ ଦୁଗ୍ଧ ସଂଘର ଉନ୍ନତି ପାଇଁ ପଦକ୍ଷେପ ନେବା ଆବଶ୍ୟକ । ଏହାର ଉନ୍ନତି ପାଇଁ ଓମଫେଡ ନିରବଦ୍ରଷ୍ଟା ସାଜିଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।ୟୁନିଅନ ର କହିବା ମୁତାବକ ୨୧୭ ଗୋଟି ପଦବୀ କୁ ସ୍ଥାୟୀ କରିବା ନିମନ୍ତେ ଗତ ୨୮. ୦୩. ୨୫ ରେ ଜରୁରୀ ପଦକ୍ଷେପ ନିଆଯିବା କଥା।ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ସଭାପତି ଶ୍ରୀ ଚନ୍ଦ୍ରଶେଖର ନାଏକ ଓ ସମ୍ପାଦକ କ୍ଷୀରସିନ୍ଧୁ ନାଏକ ନେତୃତ୍ୱ କରିଥିବା ବେଳେ ଅରୁଣ କୁମାର ଗଉଡ଼, ସୂର୍ଯ୍ୟମଣୀ ଗଉଡ଼, ଲିଙ୍ଗରାଜ ହାତୀ ପ୍ରମୁଖ ଧାରଣା ରେ ବସିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User