କାର୍ଯ୍ୟବନ୍ଦ ଆନ୍ଦୋଳନରେ ୧୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେବା ବ୍ୟାହତ

Aug 14, 2026 - 20:13
0 54
କାର୍ଯ୍ୟବନ୍ଦ ଆନ୍ଦୋଳନରେ ୧୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେବା ବ୍ୟାହତ

ଭବାନୀପାଟଣା, ୧୪/୮

(ଷ୍ଟାର ନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠିକା ସଂସ୍ଥା ‘L&K’ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ୧୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ୱୀପର, ୱାର୍ଡ ଆଟେଣ୍ଡାଣ୍ଟ ଓ ସୁରକ୍ଷାକର୍ମୀମାନେ ଆନ୍ଦୋଳନରେ ସାମିଲ ହେବାରୁ ହସ୍ପିଟାଲର ସ୍ୱଚ୍ଛତା, ସୁରକ୍ଷା ଓ ରୋଗୀସେବା ବ୍ୟବସ୍ଥା ପ୍ରଭାବିତ ହୋଇଛି।
ଆନ୍ଦୋଳନକାରୀ କର୍ମଚାରୀମାନେ ଠିକା ସଂସ୍ଥା ବିରୋଧରେ ଦରମା, କାର୍ଯ୍ୟ ପରିଚାଳନା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କିତ ଅଭିଯୋଗ ଉଠାଇଥିବା ଜଣାପଡ଼ିଛି। ଦାବିଗୁଡ଼ିକର ସମାଧାନ ନହେବା ପର୍ଯ୍ୟନ୍ତ କାମକୁ ଫେରିବେ ନାହିଁ ବୋଲି ଆନ୍ଦୋଳନରତ କର୍ମଚାରୀମାନେ ଦୃଢ଼ ଭାବେ କହିଛନ୍ତି।
କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ହସ୍ପିଟାଲ ପରିସରରେ ନିୟମିତ ସ୍ୱଚ୍ଛତା କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଚିନ୍ତା ବଢ଼ିଛି। ଏହାର ପ୍ରଭାବ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।
ସମସ୍ୟାର ସମାଧାନ ପାଇଁ CDMO ଏବଂ ଠିକା ସଂସ୍ଥାର କର୍ତ୍ତୃପକ୍ଷ ଆନ୍ଦୋଳନରତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଆଲୋଚନା ସତ୍ତ୍ୱେ ଦାବିଗୁଡ଼ିକ ଉପରେ ସହମତି ନ ହେବାରୁ ଆନ୍ଦୋଳନ ଜାରି ରହିଛି।
ଦୀର୍ଘ ସମୟ ଧରି ଏଭଳି ସ୍ଥିତି ଜାରି ରହିଲେ ହସ୍ପିଟାଲର ଦୈନନ୍ଦିନ ସେବା ଆହୁରି ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ରୋଗୀସେବାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଠିକା ସଂସ୍ଥା ଶୀଘ୍ର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମାଧାନର ପନ୍ଥା ବାହାର କରିବାକୁ ଦାବି ହେଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User