କେରଳ ପର୍ଯ୍ୟଟକ ଙ୍କୁ ମାଡ଼ମାରୀ ଲୁଟ ଘଟଣା ରେ ପାଞ୍ଚ ଜଣ ଆକ୍ରମଣ କାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଫୁଲବାଣି ସଦର ଥାନା ପୋଲିସ I

ଫୁଲବାଣୀ,୧୧l୬(ଷ୍ଟାର ନିୟୁଜ ଓଡ଼ିଶା):କନ୍ଧମାଳ ଜିଲ୍ଲା ରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଥିବା ବେଳେ କିଛିଦିନ ହେଲା ଅପରାଧୀ ମାନେ ରାଜ୍ୟ ତଥା ଜିଲ୍ଲା ବାହାରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି I ଏହି ପରିପେକ୍ଷୀରେ ଗତ ଆଠ ତାରିଖ କନ୍ଧମାଳ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ପୁତୁଡ଼ି ଜଳପ୍ରପାତ କୁ ବୁଲିବାକୁ ଆସିଥିବା ବାହାର ରାଜ୍ୟର କିଛି ପର୍ଯ୍ୟଟକ ମାନଙ୍କୁ କିଛି ଦୁର୍ବୁତ୍ତ ମାଡ଼ ମାରିବା ସହ ଲୁଟ କରିଥିବା ଅଭିଯୋଗ ହୋଇଥିଲା I ଘଟଣାଟି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା I ଲୁଟ ର ଶିକାର ହୋଇଥିବା ପର୍ଯ୍ୟଟକ ମାନଙ୍କ ଅଭିଯୋଗ ପରେ ପୋଲିସ ର ତତ୍ପରତା ପ୍ରକାଶ ପାଇଥିଲା I ଶେଷରେ ଜିଲ୍ଲା ପୋଲିସ ମୁଖିଆ ବା ଏସପି ଙ୍କ ନିର୍ଦେଶ କ୍ରମେ ସଦର ଏସ୍ଡ଼ିପିଓ ଙ୍କ ନେତୃତ୍ୱରେ ତିନୋଟି ସ୍ୱତନ୍ତ୍ର ଟିମ ଗଠନ କରି ପାଞ୍ଚଜଣ ଆକ୍ରମଣ କାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ବିଭିନ୍ନ ମରଣାସ୍ତ୍ର ଜବତ କରିବାରେ ସଫଳ ହୋଇଛି ଫୁଲବାଣୀ ସଦର ଥାନା ପୋଲିସ I ସୂଚନା ଅନୁସାରେ ଗତ ଆଠ ତାରିଖ ଦିନ କେରଳର କିଛି ଯୁବ ଇଞ୍ଜିନିୟର କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗୁଗୁଲ ରେ ସର୍ଚ୍ଚ କରି କନ୍ଧମାଳ ଜିଲ୍ଲାର ପୁତୁଡ଼ି ଜଳପ୍ରପାତ କୁ ବୁଲିବାକୁ ଆସିଥିଲେ I ବୁଲାବୁଲି ସରିବା ପରେ ପୁତୁଡ଼ି ରୁ ଫୁଲବାଣୀ ଅଭିମୁଖେ ଯାଉଥିବା ସମୟରେ ପୁତୁଡ଼ି ରାସ୍ତାରେ କିଛି ଦୁର୍ବୁତ୍ତ ସେମାନଙ୍କୁ ବିଭିନ୍ନ ପ୍ରକାର ମରଣାସ୍ତ୍ର ଦେଖାଇବା ସହ ମାଡ଼ ମାରିଥିଲେ ଓ ସେମାନଙ୍କ ପାଖରୁ ମୋବାଇଲ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ I ଦୁର୍ବୁତ୍ତ ଙ୍କ ମାଡ଼ରେ କିଛି ପର୍ଯ୍ୟଟକ ଆହତ ମଧ୍ୟ ହୋଇଥିଲେ I ଘଟଣା ବିଷୟରେ ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରୁ ଉଦ୍ଧାର କରିଥିଲା I ପରେ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଏସପି ଙ୍କ ନିର୍ଦେଶ କ୍ରମେ ସଦର ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳ ଙ୍କ ନେତୃତ୍ୱ ରେ ତିନୋଟି ସ୍ୱତନ୍ତ୍ର ଟିମ ଗଠନ କରି ସହର ଓ ତାର ଆଖ ପାଖ ଅଞ୍ଚଳ ମାନଙ୍କରେ ଚଢ଼ାଉ କରି ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ବିଭିନ୍ନ ମରଣାସ୍ତ୍ର ଓ ଲୁଟ ମୋବାଇଲ ସହ ଧରିବାରେ ସଫଳ ହୋଇଥିଲେ I ତେବେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଫୁଲବାଣୀ ଅଂଚଳର ବୋଲି ଜଣାପଡିଥିବା ବେଳେ ଏହି ଘଟଣାରେ ଆହୁରି କାହାର ସମ୍ପୃକ୍ତି ରହିଛି ତା ଉପରେ ତଦନ୍ତ ଜରି ରହିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ସଦର ଏସ୍ଡ଼ିପିଓ I ସେପଟେ ଏହି ଘଟଣାର ତଦନ୍ତ ଦାୟିତ୍ୱ ସଦର ଥାନାରେ କାର୍ଯ୍ୟରତ ଯୁବ ପୋଲିସ ଅଧିକାରୀ ସମ୍ବିତ ବେହେରା ଙ୍କୁ ଦିଆଯାଇଥିବା ବେଳେ ଥାନା ଅଧିକାରୀ ସତୀଶ ଚନ୍ଦ୍ର ବେହେରା, ଏସଆଇ ପ୍ରଦୀପ କୁମାର ରାଉଳ ଙ୍କ ସହ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ I ଅନ୍ୟପଟେ ଏହି ଘଟଣା ପୋଲିସ ପାଇଁ ଏକ ଚାଲେଞ୍ଚ ହୋଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାକୁ ଆସିଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ସଜାଗ ରହିଥିବା କହିଛନ୍ତି ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳ I
What's Your Reaction?






