ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ସାମ୍ବାଦିକ ଙ୍କ ଦାବି ଉଠାଇଲେ ଓୟୁଜେ ସଭାପତି।

Jun 11, 2025 - 21:45
0 37

ଭୁବନେଶ୍ୱେର,୧୧l ୦୬(ଷ୍ଟାରନିୟୁଜ ଓଡିଶା): ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସାମ୍ବାଦିକଙ୍କ ଦାବି ଉଠାଇଲେ ଓ ୟୁ ଜେ ସଭାପତି ପ୍ରସନ୍ନ ମହାନ୍ତି।ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଗତ କାଲି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଅତିଥି ଭବନରେ ରାଜ୍ୟର ବରିଷ୍ଠ ସାମ୍ବାଦିଙ୍କମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ମହାନ୍ତି ଅନ୍ୟାନ୍ୟ ରାଜ୍ୟର ଉଦାହଣ ଦେଇ ଓଡ଼ିଶାରେ ତୁରନ୍ତ ସାମ୍ବାଦିକଙ୍କ ପାଇଁ ପେନସନ ଲାଗୁ କରିବା ସହ ୧୬ ବର୍ଷ ଧରି ଗଠିତ ହୋଇ ନଥିବା ସାମ୍ବାଦିକ ଅଧିସ୍ବୀକୃତି କମିଟିର ତୁରନ୍ତ ପୁନର୍ଗଠନ କରିବା ଓ ମହାରାଷ୍ଟ୍ର ଓ ଛତିଶଗଡ଼ ଢାଞ୍ଚାରେ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବାକୁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଥିଲେ। ଓ ୟୁ ଜେ ର ବରିଷ୍ଠ ସଦସ୍ୟ ଅକ୍ଷୟ ସାହୁ ମଧ୍ୟ ଦାବି କୁ ଦୋହରାଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଠା ଯାଇଥିବା ସମସ୍ତ ଦାବି ଉପରେ ସରକାର ତର୍ଜମା କରୁଛନ୍ତି ଓ ଏସବୁୁ କୁ ପୂରଣ କରିବା ପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ମନ୍ତ୍ରୀ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଥିଲେ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User