ନର୍ଲା ସ୍ୱାଭିମାନ ବଞ୍ଚାଅ ସମିତି ପକ୍ଷରୁ ବିରାଟ ଜନ ଆନ୍ଦୋଳନ ଓ ରାଜରାସ୍ତା ଅବରୋଧ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା – ସ୍ପେସାଲିଷ୍ଟ ଡାକ୍ତର,ରକ୍ତ ଭଣ୍ଡାର ସ୍ଥାପନ, ଡାଇଲେସିସ କେନ୍ଦ୍ର ସ୍ଥାପନ, ଷ୍ଟାଫ ଓ ଶବଗୃହ ଅଭାବକୁ ନେଇ ୧୨ ଘଣ୍ଟିଆ ନର୍ଲା ବନ୍ଦ ଡାକରା

Mar 12, 2026 - 13:20
 0  6
ନର୍ଲା ସ୍ୱାଭିମାନ ବଞ୍ଚାଅ ସମିତି ପକ୍ଷରୁ ବିରାଟ ଜନ ଆନ୍ଦୋଳନ ଓ ରାଜରାସ୍ତା ଅବରୋଧ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା – ସ୍ପେସାଲିଷ୍ଟ ଡାକ୍ତର,ରକ୍ତ ଭଣ୍ଡାର ସ୍ଥାପନ, ଡାଇଲେସିସ କେନ୍ଦ୍ର ସ୍ଥାପନ, ଷ୍ଟାଫ ଓ ଶବଗୃହ ଅଭାବକୁ ନେଇ ୧୨ ଘଣ୍ଟିଆ ନର୍ଲା ବନ୍ଦ ଡାକରା

କଳାହାଣ୍ଡି /ନର୍ଲା, ତାରିଖ – ୧୧.୦୩.୨୬ ( ଷ୍ଟାର ନିୟୁଜ ଓଡିଶା )

କଳାହାଣ୍ଡି ଜିଲ୍ଲାର ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘଦିନ ଧରି ଚାଲିଥିବା ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ପେସାଲିଷ୍ଟ ଡାକ୍ତରଙ୍କ ଅଭାବ,ରକ୍ତ ଭଣ୍ଡାର ସ୍ଥାପନ, ଡାଇଲେସିସ କେନ୍ଦ୍ର ସ୍ଥାପନ, ପର୍ଯ୍ୟାପ୍ତ ମେଡିକାଲ ଷ୍ଟାଫ ନଥିବା, ଶବ ଗୃହ ସୁବିଧା ନଥିବା ସହ ଆବଶ୍ୟକ ଲ୍ୟାବ ପରୀକ୍ଷା ସୁବିଧା ମଧ୍ୟ ନଥିବାରୁ ରୋଗୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ପେସାଲିଷ୍ଟ ଡାକ୍ତର ନଥିବାରୁ ଗୁରୁତର ରୋଗୀମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟ କିମ୍ବା ବେସରକାରୀ ହସ୍ପିଟାଲକୁ ଯିବାକୁ ପଡୁଛି। ଏହାରେ ରୋଗୀମାନେ ଅଧିକ ଅର୍ଥ ଖର୍ଚ୍ଚ କରିବା ସହିତ ଅସୁବିଧା ଭୋଗୁଛନ୍ତି।
ଏଥିସହ ହସ୍ପିଟାଲରେ ରକ୍ତ, ମଳମୂତ୍ର ଇତ୍ୟାଦି ଆବଶ୍ୟକ ପରୀକ୍ଷା ପାଇଁ ସଠିକ୍ ଲ୍ୟାବ ସୁବିଧା ନଥିବାରୁ ରୋଗୀମାନେ ବାଧ୍ୟହୋଇ ବେସରକାରୀ ଲ୍ୟାବରେ ପରୀକ୍ଷା କରାଇବାକୁ ପଡୁଛି। ଏହାଛଡା ଶବ ଗୃହ ବ୍ୟବସ୍ଥା ନଥିବାରୁ ମୃତଦେହ ସଂରକ୍ଷଣରେ ମଧ୍ୟ ବହୁତ ଅସୁବିଧା ସୃଷ୍ଟି ହେଉଛି।
ଏହି ସବୁ ସମସ୍ୟାର ସମାଧାନ ଦାବି କରି ନର୍ଲା ସ୍ୱାଭିମାନ ବଞ୍ଚାଅ ସମିତି ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ୧୨ ଘଣ୍ଟିଆ ନର୍ଲା ବନ୍ଦ ଡାକ ଦିଆଯାଇଛି। ବନ୍ଦ ସମୟରେ ଅଞ୍ଚଳର ଦୋକାନ, ବଜାର ଓ ବିଭିନ୍ନ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବା ସହ ଯାତାୟାତରେ ମଧ୍ୟ ପ୍ରଭାବ ପଡିପାରେ ବୋଲି ସୂଚନା ମିଳିଛି।
ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କୁ ଶୀଘ୍ର ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି, ରକ୍ତ ଭଣ୍ଡାର, ଡାଇଲେସିସ କେନ୍ଦ୍ର ସ୍ଥାପନ, ପର୍ଯ୍ୟାପ୍ତ ଷ୍ଟାଫ ବ୍ୟବସ୍ଥା, ଶବ ଗୃହ ନିର୍ମାଣ ଓ ଲ୍ୟାବ ପରୀକ୍ଷା ସୁବିଧା ଯୋଗାଇବାକୁ ଦାବି କରିଛନ୍ତି।
ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ କେସିଙ୍ଗା ଏସ୍ଡ଼ିପିଓ ଓ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର Applicable ଡାକ୍ତରଙ୍କ ଉପସ୍ଥିତରେ ଲିଖିତ ସର୍ତା ବଳି ହସ୍ତଗତ ହେବା ପରେ ରାଜ୍ୟ ରାଜପଥ ସ୍ୱାଭାବିକ ହେବାର ଦେଖିବାକୁ ମିଳିଥିଲା।ଉକ୍ତ ଜନ ଆନ୍ଦୋଳନ ଓ ରାଜରାସ୍ତା ଅବରୋଧ ଅବସରରେ ନର୍ଲା ସ୍ୱାଭିମାନ ବଞ୍ଚାଅ ସମିତି ପକ୍ଷରୁ ଦୁର୍ଯ୍ୟୋଧନ କୁମାର, ଦିପୁ ପାତ୍ର, ସନ୍ତୋଷ ପାତ୍ର ସମେତ ସର୍ବସାଧାରଣ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR