ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ବିଏସଏଫ କ୍ୟାମ୍ପ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା I ଦୁଇ ଯୁବକଙ୍କ ମୃତ୍ୟୁ I

Sep 7, 2025 - 19:38
Sep 7, 2025 - 19:40
 0  8
ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ବିଏସଏଫ କ୍ୟାମ୍ପ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା I ଦୁଇ ଯୁବକଙ୍କ ମୃତ୍ୟୁ I

ଫିରିଙ୍ଗିଆ,୭l୯(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡିଙ୍ଗିଆ ବିଏସଏଫ କ୍ୟାମ୍ପ ନିକଟରେ ଏକ ମର୍ମନ୍ତୁତ ବାଇକ ଦୁର୍ଘଟଣା ରେ ଦୁଇଜଣ ଯୁବକଙ୍କ ମୃତ୍ୟ ହୋଇଛି I ମୃତକ ମାନଙ୍କ ମଧ୍ୟରେ ଜଣେ ସାଡିଙ୍ଗିଆ ଗାଁ ର ଦାସେବନ କହଁର ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟଜଣେ ଯୁବକ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟାଗୁଡା ପଂଚାୟତ ଅଧୀନରେ ଥିବା ପୁସାଙ୍ଗିଆ ଗାଁ ର ଶଶିକାନ୍ତ ପ୍ରଧାନ ବୋଲି ଜଣାପଡିଛି I ସୂଚନା ଅନୁସାରେ ମୃତକ ଶଶିକାନ୍ତ ପ୍ରଧାନ ଦୁଇଦିନ ତଳେ ତାଙ୍କ ସ୍ତ୍ରୀ ଓ ପିଲା ମାନଙ୍କୁ ଧରି ନିଜ ଶାଶୂଘର ସୁମେରବନ୍ଧ ପଞ୍ଚାୟତ ର ବଯେଡ଼ି ଗାଁକୁ ବୁଲିବାକୁ ଆସିଥିଲେ I ଶନିବାର ସନ୍ଧ୍ୟା ସମୟରେ ତାଙ୍କର ଦୁଇଜଣ ଶଳା ଙ୍କ ସହ ଏକ ବାଇକ ରେ ସାଡିଙ୍ଗିଆ ବଜାର କୁ ବୁଲିବାକୁ ଯାଇ ରାତି ପ୍ରାୟ ନଅ ଟା ସମୟରେ ନିଜ ଶାଶୂଘର ବଜେଡି କୁ ଫେରୁ ଥିଲେ I ମୃତକ ଜଣକ ବାଇକ ପଛପଟେ ବସିଥିବା ବେଳେ ବାଇକ ଟିକୁ ତାଙ୍କର ସାନ ଶଳା ଚଳାଉଥିଲେ I ଠିକ ଏହି ସମୟରେ ସାଡିଙ୍ଗିଆ ବିଏସଏଫ କ୍ୟାମ୍ପ ନିକଟରେ ବାଇକ ଟି ସାଡୀଙ୍ଗିଆ ବଜାର ରୁ କାମ ସରି ନିଜ ଘରକୁ ଚାଲି ଚାଲି ଆସୁଥିବା ଦାସେବନ କହଁର ନାମକ ଜଣେ ଯୁବକଙ୍କୁ ଭାରସାମ୍ୟ ହରାଇ ପଛପଟୁ ଧକ୍କା ଦେଇଥିଲା I ବାଇକ ଧକ୍କାଟି ଏତେ ଜୋର ଥିଲାଯେ ଚାଲିଚାଲି ଯାଉଥିବା ଦାସେବନ ଙ୍କ ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ ବାଇକ ପଛପଟେ ବସିଥିବା ଶଶିକାନ୍ତ ବାଇକ ରୁ ଛିଟିକି ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ I ଯାହା ଫଳରେ ତାଙ୍କର ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇ ଶଳା ଗୁରୁତର ଆହତ ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସଲୟରେ ଚିକିତ୍ସିତ ହେଉଛନ୍ତି I

ତେବେ ମୃତ ଦୁଇଜଣ ଯୁବକ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ପୂସାଙ୍ଗିଆ ଗାଁ ର ମୃତ ଯୁବକ ଶଶିକାନ୍ତ ମୁମ୍ବାଇ ର ଏକ ଘରୋଇ କମ୍ପାନୀ ରେ ଶ୍ରମିକ ଭାବରେ କାମ କରିଥିବା ବେଳେ ନୁଆଁ ଖାଇ ପାଇଁ ଛୁଟିରେ ଘରକୁ ଆସିଥିଲେ I ବର୍ତମାନ ତାଙ୍କର ଦୁଇଟି ଛୋଟଛୋଟ ଝିଅ ଝିଅ ଅଛନ୍ତି I ଦୁର୍ଘଟଣା ପରେ ଉଭୟ ପରିବାର ରେ ଶୋକର ଛାୟା ଖେଳିଯାଇଥିବା ବେଳେ ସାରା ସାଡିଙ୍ଗିଆ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି I ସେପଟେ ଘଟଣା ବିଷୟରେ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏଏସଆଇ ପ୍ରିୟରଞ୍ଜନ ନାଏକ ଏକ ଟିମ ସହ ମେଡିକାଲ ରେ ପହଂଚି ଦୁଇଜଣ ଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇଦେଇ ଅଧିକ ତଦନ୍ତ ଜାରି ରଖିଛନ୍ତି I ଅନ୍ୟପଟେ ବେପରୁଆ ଓ ଦ୍ରୁତ ଗାଡି ଚାଲାଣ ପାଇଁ ଏହି ଦୁର୍ଘଟଣା ଘଟିଥିବା ମୃତ ଦାସେବନ କହଁର ଙ୍କ ବଡଭାଇ ତିଳେସନ କହଁର ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି I

What's Your Reaction?

like

dislike

love

funny

angry

sad

wow